Odisha News

ମତଦାନ ଖବର ସଂଗ୍ରହ ନିମନ୍ତେ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ

ପିପିଲି,୧୬/୨: ମତଦାନ ଖବର ସଂଗ୍ରହ ନିମନ୍ତେ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ । ପୁରୀ ଜିଲ୍ଲା କଣାସ ବ୍ଲକରେ ଗଣମାଧ୍ୟମ ପ୍ରତିନିଧି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି ହେଲେ ନ୍ୟୁଜ୍ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁ ଓ ନ୍ୟୁଜ-୭ ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀ ।
କଣାସ ବ୍ଲକ ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଥିବା ବେଳେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୪ ଗଣମାଧ୍ୟମ ପ୍ରତିନିଧୀ ଖବର ସଂଗ୍ରହରେ ଲାଗି ପଡ଼ିଲେ। ଏହାଦେଖି ଦୁର୍ବୃତ୍ତମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଉମାକାନ୍ତ ସାମନ୍ତରାୟ । ଏଭଳି ଘଟଣାକୁ ସେ ନିନ୍ଦା କରିବା ସହିତ ଜିଲାପାଳ ଓ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଯାଥା ଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଗଡ଼ିଶାଗୋଦା ଥାନା ଅଧିକାରୀଙ୍କୁ ଜଣାଇଛନ୍ତି ଓ

Related Posts

Seo wordpress plugin by www.seowizard.org.