Odisha News

ଭାରତରେ ସିଙ୍ଗଲ ଡୋଜ୍ ସ୍ପୁଟିନିକ୍ ଲାଇଟ୍ ଭାକ୍ସିନ୍କୁ ବ୍ୟବହାର ପାଇଁ ଜରୁରୀ କାଳୀନ ଅନୁମତି

ଭାରତରେ କରୋନା ବିରୋଧରେ ଲଢ଼ିବା ପାଇଁ ଭାବେ ସିଙ୍ଗଲ ଡୋଜ୍ ସ୍ପୁଟିନିକ୍ ଲାଇଟ୍ ଭାକ୍ସିନ୍କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ରବିବାର ଦିନ ଡିସିଜିଆଇ ପକ୍ଷରୁ ସିଙ୍ଗିଲ ଡୋଜ୍ ସ୍ପୁଟିନିକ୍ ଲାଇଟ୍ ଭାକ୍ସିନ୍ କୁ ଜରୁରୀ କାଳୀନ ଅନୁମତି ପ୍ରଦାନ କରିଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟା ଟୁଇଟ୍ କରି ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ଭବିଷ୍ୟତରେ କରୋନା ବିରୋଧରେ ଦୃଢ଼ ଭାବେ ଲଢ଼ିବା ପାଇଁ ଡିସିଜିଆଇ ପକ୍ଷରୁ ଏହି ନିଷ୍ପତି ନିଅଯାଇଛି ।
ଜାନୁଆରୀ ୩୧ ତାରିଖରେ ଏସ୍‌ଇସି ବୈଠକ ବସିଥିଲା ଯେଉଁଥିରେ ଏହି ଟୀକାକୁ ବ୍ୟବହାର କରିବାକୁ  ଅନୁମତି ମିଳିଥିଲା । ଡାକ୍ତର ରେଡି ଲାବୋରେଟୋରିଜ ସ୍ପୁଟିନିକ୍ ଲାଇଟ୍ ଭାକ୍ସିନକୁ ସୀମିତ ବ୍ୟବହାର ପାଇଁ ସରକାରଙ୍କୁ ସୁପାରିଶ କରିଥିଲା  । ଯାହା କେବେଳ ଜରୁରୀ କାଳିନ ସେବା କ୍ଷେତ୍ରରେ ପ୍ରୟୋଗ କରାଯାଇପାରିବ ଏବଂ ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତି ଏହି ସିଙ୍ଗିଲ ଡୋଜ୍ ସ୍ପୁଟିନିକ୍ ଲାଇଟ୍ ଭାକ୍ସିନ୍ ନେଇପାରିବେ । ଏହା ମଧ୍ୟ ଓମିକ୍ରନ ଭାରିଆଣ୍ଡ କ୍ଷେତ୍ରରେ ପ୍ରୟୋଗ କରାଯିବ ।
ଏହି ଭାକ୍ସିନକୁ  ଆର୍ଜେଣ୍ଡିନା, ଋଷିଆ ସମେତ ୨୯ଟି ଦେଶକୁ ଅନୁମତି ମିଳିଛି ।

Related Posts

Seo wordpress plugin by www.seowizard.org.