Odisha News

ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ହେଲେ ଚରଣ ସିଂ ଚନି

ଭୁବନେଶ୍ୱର,୭/୨: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପାର୍ଥି ଚରଣ ସିଂ ଚନିଙ୍କ ନାମ ଘୋଷଣା କଲେ କଂଗ୍ରେସ ନେତା ଲାହୁଲ୍ ଗାନ୍ଧି । ପଞ୍ଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ପାଇଁ ଅନ୍ତଃକନ୍ଦଳ ଲାଗି ରହିଥିବା ଚର୍ଚ୍ଚା ହେଉଥିଲା । ଚରଣ ସିଂ ଚନି ଏବଂ ନବଜୋତ୍ ସିଂ ସିଧୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ପାର୍ଥି ପାଇଁ ଏକ ପ୍ରକାର ଅନ୍ତଃକନ୍ଦଳ ଥିବା ନେଇ ଚର୍ଚ୍ଚାକୁ ଆଜି ରାହୁଲ ଗାନ୍ଧି ବନ୍ଦ କରିଦେଇଛନ୍ତି ।
ରବିବାର ଦିନ ପଞ୍ଜାବ ସାଧାରଣ ନିର୍ବଚନ ପାଇଁ ପ୍ରଚାର ବେଳେ ଲୁଧିଆନାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ  ଘୋଷଣା କଲେ ରାହୁଲ ଗାନ୍ଧି । ରାହୁଲ ଗାନ୍ଦି କହିଛନ୍ତି, କଂଗ୍ରେସର ହାଇକମାଣ୍ଡର କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ପାର୍ଥି ହେବ ବୋଲି ଲୋକମତ୍ତ ଲୋଡିଥିଲେ । ପଞ୍ଜାବ ବାସୀଙ୍କ ମତ୍ତୂଆସିବା ପରେ ହାଇକମାଣ୍ଡର ଏହି ଘୋଷଣା ହୋଇଛି ।
ଲୋକମତକୁ ଆଧାର କରି ରାହୁଲ ଗାନ୍ଧି ଚନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି ।ରାହୁଲ କହିଛନ୍ତି, ଚନି ଏକ  ଗରିବ ପରିବାରରୁ ଆସିଛନ୍ତି । ଏବଂ ସେ ଲୋକଙ୍କ ଦୁଃଖ କଷ୍ଟକୁ ଭଲଭାବରେ ଅନୁଭବ କରିପାରିବେ ଏବଂ ସର୍ବଦା ଗରିବଙ୍କ ଉର୍ନତି ପାଇଁ ଚିନ୍ତା କରିପାରିବେ । ତାଙ୍କର ହୁଦୟ ଏବଂ ମନ ପଞ୍ଜାବବାସୀଙ୍କ ପାଇଁ ସର୍ବାଦା ରହିଛି ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ଚନି କହିଛନ୍ତି ଯେ ଏହା ଗୋଟେ ବଢ଼ ଲଢ଼େଇ ଯାହାକୁ ମୁଁ ଏକା ଲଢ଼ିପାରିବି ନାହିଁ । ମୋର ଧନ ନାହିଁ । ଶକ୍ତି ଅଛି ମୋ ସହ ପଞ୍ଜାବବାସୀ ମଧ୍ୟ ମୋ ସହ ଏହି ଲଢେଇ କରିବେ ।
ପଞ୍ଜାବ କଂଗ୍ରେସର ମୁଖ୍ୟ ପାଇଁ ଆଶାୟୀ  ପ୍ରାର୍ଥୀ ଥିବା ନବଜୋତ୍ ସିଂ ସିଧୁ  ରାହୁଲ ଗାନ୍ଧିଙ୍କୁ ଶୁଭକାମନା ଜଣାଇଛନ୍ତି ଏବଂ କହିଛନ୍ତି ରାହୁଲ କେବଳ ଦଳିତ ଚେହେରା ପାଇଁ ଚନିଙ୍କୁ ମୁଖ୍ୟମନ୍ତୀ ପ୍ରାର୍ଥୀ  କରିଛନ୍ତି ।
ପଞ୍ଜାବରେ ୨୦୨୨ ସାଧାରଣ ନିର୍ବାଚନ ୧୧୭ଟି ନିର୍ବାଚନ ମଣ୍ଡଳିରେ ଫେବୃଆରୀ ୧୪ରେ ଅନୁଷ୍ଟିତ ହେବ । 

Related Posts

Seo wordpress plugin by www.seowizard.org.