Odisha News

ଭାରତରତ୍ନ ଅଟଳ ବିହାରୀ ବାଜପେୟଙ୍କ ଜୟନ୍ତି ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୧୨: ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟଙ୍କ ଜନ୍ମ ଜୟନ୍ତି ପାଳନ ଅବସରରେ ସୁଶାସନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ବାଜପେୟଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା ।
ସଭାପତି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ବାଜପେଇଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିବ ସହ କିପରି ଭାବରେ ଦେଶରେ ଗରିବ ଲୋକଙ୍କ ପାଖରେ ସୁସଶାନ ପହଂଚି ପାରିବ ସେନେଇ ତ।।ର ବ୍ୟବସ୍ଥା ଗ୍ରହଣ କରିଥିଲେ ବୋଲି ବର୍ଣ୍ଣନା କରିଥିଲେ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇଁ ଚରଣ ଡାଙ୍ଗ, ଶ୍ୟାମସୁନ୍ଦର ପୁରୋହିତ, ପ୍ରେମାନନ୍ଦ ମିଶ୍ର,ମନୋରଂଜନ ଦାଶ, ନମିତା ରଣୀ ଦାଶ, ରଂଶ୍ମିତା ହୋତା, ନିରଂଜନ ଦାନୀ, ଶମ୍ଭୁ ପ୍ରଧାନ, ତାପସ ପଟ୍ଟନାୟକ,ରାଜ କୁମାର ମେହେର, ବିଶିକେଶନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ : ୩୨ ଗୋଟି ମଣ୍ଡପରେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର
ବୌଦ୍ଧ,୨୬/୧୨: ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୌରୀ ଗୋପାଳ ସେବାଶ୍ରମ ଓ ବେଦପାଠଶାଳା ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସହଯୋଗରେ ଗତ ଶୁକ୍ରବାର ଦିନ ଠାରୁ ଶ୍ରୀଜଗନ୍ନାଥଙ୍କ ଲୀଳା ମହୋତ୍ସବ ଓ ଦୁର୍ଲଭ ୩୨ବେଶ ଦର୍ଶନ ଉତ୍ସବ ଆରମ୍ଭ ହୋଇଛି । ସୋମବାର ଦିନ ପଞ୍ଚମ ଦିନରେ ଲୀଳା ମହୋତ୍ସବ ପହଞ୍ôଚଥିବା ବେଳେ ମନ୍ଦିର ପ୍ରାଙ୍ଗଣ ଠାରେ ୩୨ ଗୋଟି ଅସ୍ଥାୟୀ ମଣ୍ଡପ କରାଯାଇ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ବେଶ ପ୍ରଦର୍ଶିତ ହେଉଛି ।
ଏହି ଲୀଲା ମହୋତ୍ସବ ଅବସରରେ ପ୍ରତିଦିନ ଜଗନ୍ନାଥ ସଂର୍ପକୀତ ସାଧାରଣଜ୍ଞାନ ପରୀକ୍ଷା, ଚିତ୍ରାଙ୍କନ,ଗୀତା ପାଠ ପରୀକ୍ଷା ଓ ଜଗନ୍ନାଥ ଭଜନ ଆଦି କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ବ୍ୟବସ୍ଥା କରାଯାଇଛି । ଏହା ସହ ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚକ ସୂର୍ଯ୍ୟନାରାୟଣ ରଥଙ୍କ ଦ୍ୱାରା ଜଗନ୍ନାଥ କଥାମୃତ ଚାଲୁ ରହିଛି । ମନ୍ଦିର ପରିସରରେ ଯଜ୍ଞ କୁଣ୍ଡରେ ହୋମଯଜ୍ଞ କାର୍ଯକ୍ରମ ଚାଲୁରହିଛି ।
ଏହି ମହୋତ୍ସବ ୨୬ ତାରିଖରେ ଶେଷ ହେବାକୁ ଥିବା ବେଳେ ଭକ୍ତଙ୍କ ଭାବାବେଗକୁ ନେଇ ଆଉ ଦୁଇଦିନ ବୃଦ୍ଧି କରାଯାଇଛି । ଅର୍ଥାତ ୨୮ ତାରିଖରେ ଏହି ଲୀଲା ମହୋତ୍ସବ ସମାପନ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲୀଳା ମହୋତ୍ସବ ଦେଖିବା ପାଇଁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଗହଳି ଲାଗି ରହୁଛି ।ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆନନ୍ଦ ବଜାରରେ ଛପନଭୋଗ ଓ ଅଭଡା ଭୋଗ ବିକ୍ରୟ ବ୍ୟବସ୍ଥା ରହିଛି ।
ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ବୈଠକ
ବୌଦ୍ଧ;୨୫/୧୨: ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ବାର୍ଷିକ ଉତ୍ସବ ପାଳନ ନେଇ ଏକ ବୈଠକ ଜିଲ୍ଲା କଲଚରାଲ ଏକାଡେମୀର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ବୈଠକରେ ଉପସଭାପତି ଧ୍ରୁବଚରଣ ଘିବେଲା , କୋଷାଧ୍ୟକ୍ଷ ରାଧାମୋହନ ମାହାଣା, ସଦସ୍ୟ ଟଙ୍କଧର ସାହୁ, ସତ୍ୟନାରାୟଣ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା କଲଚରାଲ ଏକାଡେମୀର ବାର୍ଷିକ ଉତ୍ସବ ଆସନ୍ତା ଜାନୁୟାରୀ ୨୧ତାରିଖରେ ହେବାକୁ ସ୍ଥିର ହୋଇଛି । ଉକ୍ତ ଉତ୍ସବରେ ଏକାଡେମୀର ବିଭିନ୍ନ ପୁରସ୍କାର ଉପରେ ଆଲୋଚନା କରାଯାଇଥିଲା । ପ୍ରଫୁଲ ମହାକୁଡ ପୁରସ୍କାର ସୋନପୁରର ଅଧ୍ୟାପକ ସୌରଭ ଖମାରୀ , ବିବେକାନନ୍ଦ ପଟ୍ଟନାୟକ ପୁରସ୍କାର ଢେଙ୍କାନାଳ ଭୁବନର ପ୍ରେମାନନ୍ଦ ପାଣିଗ୍ରାହି , ବେଣୁଧର ମିଶ୍ର ପୁରସ୍କାର ରେଢାଖୋଲର ମାନିନୀ ମିଶ୍ର , ଭୀକାରି ନାଏକ କଳା ପୁରସ୍କାର ବୌଦ୍ଧଜିଲ୍ଲା ବିଳାସପୁରର ଚୁନି ବଗର୍ତ୍ତୀ , ଶିଶୁ ସାହିତ୍ୟକ ପୁରସ୍କାର ସୋନପୁର ବିରମହାରାଜପୁରର ସନ୍ତୋଷ ଅଦାବର, ଭକ୍ତି ସାହିତ୍ୟ ପୁରସ୍ମାର ବୌଦ୍ଧର ଲମ୍ବସରୀର ବଂଶୀଧର କର୍ମୀ, ଅଭିଷେକ ପ୍ରଧାନ ଯୁବ ପୁରସ୍ମାର ବୌଦ୍ଧର ଅରୁଣ ମେଣ୍ଡଲିଙ୍କୁ ପ୍ରଦାନ କରାଯିବା ପାଇ ସ୍ଥିର ହୋଇଥିଲା । ବୈଠକରେ ଏକାଡେମୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଜାତୀୟ ଉପଭୋକ୍ତା ଦିବସ ପାଳିତ
ବୌଦ୍ଧ,୨୬/୧୨: ଜିଲ୍ଲା ପ୍ରଶାସନ, ବୈଧମାପ ଓଜନ ବିଭାଗ ଓ ସୁରଭି ବାଉଁଶୁଣୀ ମିଳିତ ଉଦ୍ୟମରେ ଜିଲ୍ଲାପାଳଙ୍କ ସଦାଭାବନା ଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଯୋଗ ଦେଇ ଖାଉଟି ମାନଙ୍କ ଅଧିକାର ଉପରେ ଆଲୋଚନା କରିଥିଲେ ।
ପନିୟନ୍ତ୍ରକ ରଶ୍ମିରଂଜନ ପରିଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଇ-କର୍ମସ ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥିଭାବେ ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗ ଦେଇ ଖାଉଟି ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ନେଇ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା , ଖାଦ୍ୟ ସୁରକ୍ଷା ଅଧିକାରୀ ଧରଣୀଧର ନାଏକ, ଉପଭୋକ୍ତା କର୍ମୀ କୁନା ଦିଗାଲ ଯୋଗ ଦେଇଥିଲେ ।
ସୁରଭିର ନିର୍ଦ୍ଦେଶକ ଦାମୋଦର ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ , ଉଦ୍ଦେଶ୍ୟ କହିବା ସହ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ଓ ବ୍ଳକସ୍ତରୀୟ ଫେଡେରେସନର ସଭ୍ୟା , ସିଆରପି, ଏମବିକେ, ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ,ଆଶା ଓ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ ।
ସେଂଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧର ବାର୍ଷିକ ଉତ୍ସବ
ବୌଦ୍ଧ, ୨୬/୧୨: ବୌଦ୍ଧସ୍ଥିତ ସେଂଟ୍ ଜାଭିୟର୍ସ ପବ୍ସିକ ସ୍କୁଲର ନବମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଓଲିଉଡ ନାୟିକା ଅର୍ଚ୍ଚିତା ସାହୁ ଯୋଗଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ସ୍କୁଲ ଚେୟାରମ୍ୟାନ ଯୁଗଳ କିଶୋର ସାମଲ ଓ ପ୍ରିନସିପାଲ ଶ୍ରୀମତୀ ସସ୍ମିତା ସେନାପତି ଉପସ୍ଥିତ ଥିଲେ । ପ୍ରଥମେ ମା’ ଭୈରବୀଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି ଅବସରରେ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସେନାପତି ବାର୍ଷିକ ବିବରଣୀ ପାଠ କରିଥିଲେ । ଭାଇସ ପ୍ରିନସିପାଲ ସତ୍ୟକୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ବିବେକ ଅନୁସାରେ କାମକଲେ ସବୁକ୍ଷେତ୍ରରେ ପିଲାମାନେ ସଫଳ ହୋଇପାରିବେ ।
ସେଂଟ୍ ଜାଭିୟର୍ସ ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଭାୟୋଲିନ ବଜାଇବାସହ ବେଦ ପାଠ, ସମ୍ବଲପୁରୀ, ଓଡିଶୀ, ଗଣେଶ ବନ୍ଦନା, ଦାଣ୍ଡିଆ ଆଦି ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଛାତ୍ରଛାତ୍ରୀଙ୍କ ସହିତ ଓଲିଉଡ ନାୟିକା ଅର୍ଚ୍ଚିତା ନୃତ୍ୟ କରି ସେମାନଙ୍କୁ ଆହୁରି ଉତ୍ସାହିତ କରିଥିଲେ ଏବଂ ଭଲ ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଓ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଏହି ବାର୍ଷିକ ଉତ୍ସବରେ ବହୁସଂଖ୍ୟାରେ ଅଭିଭାବକ/ଅଭିଭାବିକା, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.