Odisha News

ଭାଗବତ ଜନ୍ମରେ ପୁର୍ଣ୍ଣଗର୍ଭା ମହାନଦୀରେ ଚାପ ଖେଳିଲେ ପ୍ରଭୁ ରାଧାକୃଷ୍ଣ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୯: ପବିତ୍ର ପୁର୍ଣିମା ତିଥିରେ ଭାଗବତ ଜନ୍ମ ଓ ଏଥି ପାଇଁ ବୌଦ୍ଧ ଜିଲ୍ଲାରେ ପୁରପଲ୍ଲୀରେ ମହା ସମାରୋହରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଏହି ଭାଗବତ ଜନ୍ମ ବୌଦ୍ଧ ସହରରେ ଭିନ୍ନ ଧରଣରେ ପାଳିତ ହୋଇଆସୁଅଛି , ଯାହା ଭଗବାନ ରାଧାକୃଷ୍ଣଙ୍କ ଚାପ ଖେଳ ମହାନଦୀର ଜଳରାଶିରେ କରାଯାଇଥାଏ ।ସମସ୍ତ ପ୍ରକାର ନିତି୍‌କାନ୍ତି ପରେ ପ୍ରଭୁ ମାନଙ୍କୁ ବିମାନରେ ବସାଇ ନାମ ସଂକିର୍ତ୍ତନ କରି ସହର ପରିକ୍ରମା ପରେ ମହାନଦୀକୁ ନେଇଥାଆନ୍ତି । ଆଜିର ଦିନରେ ଭାଗବତ ଭଳି ଏକ ମହାନ ଧର୍ମଗ୍ରନ୍ଥକୁ ଶୁକ ମୁନି ଆରମ୍ଭ କରିଥିଲେ ।
ସେହି ଦିନଠାରୁ ଏହି ଦିବସକୁ ଭାଗବତ ଜନ୍ମଭାବରେ ସମାଜରେ ପାଳିତ ହୋଇଆସୁଛି । ଏହି ଚାପ ଖେଳରେ ବୌଦ୍ଧ ସହରର କେଉଟସାହି, ରାଜନପାଲି, ନୁଆସାହି, ପୋଡାପଡା, ସୁଦସାହି, ମର୍ଜାକୁଦ ଓ କାଲେଶ୍ୱର ଗ୍ରାମରୁ ପ୍ରଭୁ ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ସାହି ପରିକ୍ରମା ପରେ ବୌଦ୍ଧ ସହରର ମହାନଦୀର ଚନ୍ଦ୍ରଚୁଡ ଘାଟକୁ ନେଇ ସେଠାରେ ସଜ୍ଜିତ ହୋଇ ରହିଥିବା ଡଙ୍ଗାରେ ବସାଇ ମହାନଦୀର ହନୁମାନ ଘାଟ ପର୍ଯ୍ୟନ୍ତ ପାଣିରେ ଚାପ କେଳି କରନ୍ତି । ଚାପ ଖେଳପରେ ପୁର୍ନବାର ମହାପ୍ରଭୁ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହା ସହ ଜିଲ୍ଲାର ପୁରପଲ୍ଳୀରେ ଭାଗବତ ଚର୍ଚ୍ଚା ହେବା ସହ ଗ୍ରାମଗୁଡିକରେ ଥିବା ମଣ୍ଡପ ଗୁଡିକରେ ପୁଜା ହୋଇଥାଏ ।
ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଜାତିଆଣ ଆକ୍ଷେପ:ଜିଲ୍ଲା ପାଣ ଗଣ୍ଡା ସମାଜ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ
ବୌଦ୍ଧ,୩୦/୯: ବୌଦ୍ଧଜିଲ୍ଲା ଶଗଡା ପଂଚାୟତର ରୁଗୁଡିକନପା ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷକ ଓ ଏସଏମସି ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ବୌଦ୍ଧଜିଲ୍ଲା ପାଣ- ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ବୌଦ୍ଧ ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ, ରୁଗୁଡିକନପା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଗତ ୧୯ ତାରିଖ ଗଣେଷ ପୂଜା ଦିନ ବିଦ୍ୟାଳୟର ଦଳିତ ଛାତ୍ରଛାତ୍ରୀମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ମାନସିକ ନିର୍ଯ୍ୟାତନା ଦେଇଥିଲେ ।
ସେହିପରି ଏସଏମସି ଅଧ୍ୟକ୍ଷ ଶରତ ମହାକୁଡ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରସାଦ ସେବନ ସମୟରେ ଦଳିତ ଛାତ୍ରଛାତ୍ରୀଙ୍କୁ ଅଲଗା ଖାଇବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଛନ୍ତି । ସରକାର ପ୍ରାଥମିକ ଶିକ୍ଷାକୁ ବ୍ୟାପକ କରିବାକୁ ବିଦ୍ୟାଳୟ ପରିସରକୁ ଦଣ୍ଡମୁକ୍ତ ଏବଂ ଭେଦଭାବ ଶୂନ୍ୟ ଅଂଚଳ ଘୋଷଣା କରିଥିବା ବେଳେ ଶିକ୍ଷକ ଓ ଏସଏମସି ଅଧ୍ୟକ୍ଷ ଏଭଳି କାର୍ଯ୍ୟକୁ ସେମାନଙ୍କ ଜାତି ସମାଜକୁ ନିନ୍ଦିତ ଓ ଅପମାନିତ କରିଥିବା ପରିଷଦ ପକ୍ଷରୁଅଭିଯୋଗ କରାଯାଇଛି ।
ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ସେମାନେ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପରିଷଦର ସଭାପତି ରୋହିତ କହଁର, ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ,ଅନିରୁଦ୍ଧ ବେହେରା, ଦେବଦତ୍ତ ସାଗର,ବ୍ରଜକିଶୋର କହଁର,ପୁରୁଷତମ ବାଘ ପ୍ରମୁଖ ସାମିଲ ଥିଲେ । ଏନେଇ ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗ ପାଇଛି ତଦନ୍ତ ନିର୍ଦ୍ଦେଶ ଦେଇଛି ।

Related Posts

Seo wordpress plugin by www.seowizard.org.