Odisha News

ଭଦ୍ରକ : ପ୍ରାର୍ଥନା ବେଳେ ଟଳି ପଡ଼ିଲେ ଛାତ୍ରୀ

ଭଦ୍ରକ/ଧାମନଗର, ୧୫/୧୦: ଭଦ୍ରକ ଜିଲ୍ଲା ଧାମନଗରର ବ୍ଲକ ଅନ୍ତର୍ଗତ ବନସର ଠାରେ ଥିବା ଲକ୍ଷ୍ମୀନାରାୟଣ ବାଳିକା ଉଚ୍ଚ ଵିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟ ସମୟରେ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଛାତ୍ରୀ ତଳେ ପଡ଼ିଯାଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀମାନେ ଉକ୍ତ ଛାତ୍ରୀଙ୍କୁ ତତକ୍ଷଣାତ୍ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଛାତ୍ରୀ ହେଲେ ମନିଷା ବେହୁରିଆ। ସେ ଲକ୍ଷ୍ମୀ ନାରାୟଣ ବାଳିକା ଉଚ୍ଚ ଵିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ। ସଂଗ୍ରାମ ବେହୁରିଆଙ୍କ ଝିଅ ମନିଷାଙ୍କ ଘର ରାଧାବଲ୍ଲଭପୁର ପଞ୍ଚାୟତରେ ବୋଲି ଜଣାଯାଇଛି। ତାଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ
ଶୋକର ଛାୟା ଖେଳି ଯାଇଛି।

Related Posts

Seo wordpress plugin by www.seowizard.org.