Odisha News

ଭଦ୍ରକରେ ୨ଟି ପୌରପାଳିକା ଓ ୧ ଏନଏସିରେ ଭୋଟ ଗଣତି: ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ, ସହରରେ ୧୪୪ ଲାଗୁ

ଭଦ୍ରକ, ୨୬/୩ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।
ସେପଟେ ଭଦ୍ରକ ପୌରପାଳିକା , ବାସୁଦେବପୁର ପୌରପାଳିକା ଓ ଚାନ୍ଦବାଲି ଏନଏସି ପାଇଁ ଭୋଟ ଗଣତି ଜାରି ରହିଛି । ସୁରକ୍ଷା ଦୃଷ୍ଟି ରୁ ଭୋଟ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଶୁକ୍ରବାର ମଧ୍ୟରାତ୍ରିରୁ ୨୭ ତାରିଖ ସକାଳ ୬ ଘଟିକା ପର‌୍ୟ୍ୟନ୍ତ ସମଗ୍ର ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ ।
ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ଦେଇଛି । ବିଜୟ ଶୋଭାଯାତ୍ର ଉପରେ କଟକଣା ଲଗାଯାଇଛି। ସର୍ବାଧିକ ୫ ଜଣ ଲୋକ କୌଣସି ସ୍ଥାନରେ ଏକାଠି ଛିଡା ହୋଇପାରିବେନାହିଁ । ସେହିଭଳି ୨୬ ତାରିଖ ସକାଳ ୬ ରୁ ୨୭ ତାରିଖ ସକାଳ ୬ ପର‌୍ୟ୍ୟନ୍ତ ସହର ମଧ୍ୟକୁ ଚାରି ଚକିଆ ଗାଡ଼ି ଆସିପାରିବନାହଁ । ଉଭୟ ଘରୋଇ ଓ କମର୍ସିଆଲ ଗାଡ଼ି ଉପରେ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଗାଡ଼ି ଯାତାୟାତ କରିବ ।

Related Posts

Seo wordpress plugin by www.seowizard.org.