Odisha News

ବଢ଼ିବନି ସୁନାବେଶ ଦର୍ଶନ ସମୟ

ପୁରୀ,୧୭/୭: ଏବର୍ଷ ସୁନାବେଶ ଦର୍ଶନ ସମୟ ବଢ଼ିବନି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଯେଉଁ ସମୟ ନିର୍ଘଣ୍ଟ ହୋଇଛି ସେତିକି ସମୟ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ।
ରାତି ୧୧ଟାରେ ସୁନାବେଶ ଦର୍ଶନ ବନ୍ଦ ହେବ। କାଲି ରତ୍ନଭଣ୍ଡାର ଖୋଲିବାକୁ ଥିବା ବେଳେ ଭଣ୍ଡାର ମେକାପ ସେଥିରେ ବ୍ୟସ୍ତ ରହିବେ। ତେଣୁ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢ଼ୀ ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.