Odisha News

ବୌଦ୍ଧ :ସୁନା ବେଶରେ ଦର୍ଶନ ଦେଲେ ରଥାରୂଢ ଚର୍ତୁଦ୍ଧାମୂର୍ତ୍ତି

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୬: ଆଜି ପଦ୍ମା ଏକାଦଶି । ରଥାରୂଢ ଚର୍ତୁଦ୍ଧାମୂର୍ତ୍ତି ସୂନା ବେଶରେ ଦର୍ଶନ ଦେଇଛନ୍ତି ଭକ୍ତଙ୍କୁ । ଅପରାହ୍ନରେ ଠାକୁରଙ୍କର ପହଡ ଭାଙ୍ଗିଲାପରେ ବେଶକାରୀ ମାନେ ସୁନା ବେଶରେ ସଜାଇ ଦେଇଥିଲେ ବିଭିନ୍ନ ଅଳଙ୍କାର ପିନ୍ଧାଇ । ଅପରାହ୍ନ ୪ଟା ପରେ ଠାକୁରଙ୍କର ଏହି ବେଶରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପୋଲିସ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ରାତ୍ରୀ ୯ଟାରେ ଠାକୁରଙ୍କର ଅଧରପଣା ନୀତି କରାଯାଇ ମନ୍ଦିରକୁ ପହଣ୍ଡି ବିଜେ କରାଇଥିଲେ ବ୍ରାହ୍ମଣ ସେବକ ମାନେ । ମନ୍ଦିରରେ ଅଭିମାନୀ ମାଲକ୍ଷ୍ମୀ ଜଗନ୍ନାଥଙ୍କ ବାଟ ଓଗାଳି ମନ୍ଦିର ଭିତରକୁ ଦ୍ୱାର ବନ୍ଦ କରି ପ୍ରବେଶ କରାଇ ଦେଇନଥିଲେ । ମା ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥଙ୍କ ମଧ୍ୟରେ କଥା କଟାକଟି ସଂଗୀତ ମାଧ୍ୟମରେ ସେବକ ତ୍ରିନାଥ ମାହାର ଓ ରିତାଞ୍ଜଳି ସ୍ୱାଇଁ ଏହି ଲକ୍ଷ୍ମୀ ନାରାୟଣ କଳି କାର୍ଯ୍ୟ ସମାପନ କରିଥିଲେ ।
ଶେଷରେ ବଡଭାଇ ବଳଭଦ୍ରଙ୍କ ଅନୁରୋଧକ୍ରମେ ମାଲକ୍ଷ୍ମୀ ମନ୍ଦିର ଦ୍ୱାର ଫିଟାଇ ପ୍ରଭୁଙ୍କୁ ପାଛୋଟି ନେଇଥିଲେ । ଦେବାବେୀଙ୍କର ଏହି କଳିକୁ ଶୁଣିବାପାଇଁ ମନ୍ଦିର ପରିସରରେ ଶତାଧିକ ଭକ୍ତ ସମବେତ ହୋଇଥିଲେ । ପରେ ସେବକମାନେ ପ୍ରଭୁଙ୍କୁ ସିଂହାସନରେ ବିଜେ କରାଇ କ୍ଷମା ପ୍ରର୍ଥନା କରିଥିଲେ । ସଂଧ୍ୟାରେ ରଥଖଳାରେ ସଂଗିତାୟନ ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗତକାଲି ପହଣ୍ଡି ବିଳମ୍ବ ଯୋଗୁଁ ରଥ ଟଣାରେ ମଧ୍ୟ ବିଳମ୍ବ ଘଟିଥିଲା ଯାହା ଭକ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା । ରଥ ଆସି ପୋଷ୍ଟଅଫିସ ଛକ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଲାଗିଯିବା ଯୋଗୁଁ ସେଠାରେ ଠାକୁର ସକାଳ ପର୍ଯ୍ୟନ୍ତ ଅଟକି ରହିଥିଲେ । ସକାଳେ ପୋଲିସ ଓ ଭକ୍ତଙ୍କ ସହଯୋଗରେ ରଥକୁ ଖଳା ପର୍ଯ୍ୟନ୍ତ ଟାଣି ଅଣାଯାଇଥିଲା । ମନ୍ଦିର ପରିଚାଳନା କମିଟି, ବ୍ରାହ୍ମଣ ସମାଜ ଓ ରଥଯାତ୍ରା ପରିଚାଳନା କମିଟିର ତତ୍ୱାବଧାନରେ ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା ।
ବୌଦ୍ଧ :ଟ୍ରାନ୍ସଫର୍ମର ଅଚଳ, ଦଶଦିନ ହେଲା ଅନ୍ଧରରେ କନ୍ଧତଇଳା ଗ୍ରାମ
ବୌଦ୍ଧ,୩୦/୬: ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତର କନ୍ଧତଇଲା ଗ୍ରାମ ଦୀର୍ଘ ୧୦ ଦିନ ହେଲା ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ଅନ୍ଧାରରେ ରହିଥିବା ଜଣାପଡିଛି । ଫଳରେ ବର୍ଷା ଦିନ ଥିବା ବେଳେ ଗ୍ରାମବାସୀ ବହୁ କଷ୍ଟରେ ରହୂଛନ୍ତି । ଗତ ସୋମବାର ଦିନ ହରଭଙ୍ଗା ବ୍ଳକର ଲୁଣିବାହାଲ ଗ୍ରାମପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଥିବା ବେଳେ ଗ୍ରାମବାସୀ ମାନେ ଅଭିଯାଗ ଶୁଣାଣୀରେ ଅଭିଯୋଗ କରିଥିଲେ ।
କିନ୍ତୁ ଅଭିଯୋଗ ପରେ ମଧ୍ୟା ଫଳ ଶୁନ । ଅଭିଯୋଗର ୫ ଦିନ ବିତିଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ସେପଟ କିରୋସିନି ମଧ୍ୟ ଠିକ ଭାବେ ମିଳିନଥିବାରୁ ପୁରା ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି । ଗ୍ରାମଟି ବଣପାହାଡଘେରା ମଧ୍ୟରେ ଥିବା ବେଳେ ବର୍ଷା ଦିନ ଥିବାରୁ ବିଷଧର ସାପ ଘର ଗୁଡିକୁ ପଶି ଆସୁଛନ୍ତି । ଫଳରେ ଗ୍ରାମବାସୀ ଏକ ପ୍ରକାର ଭୟରେ ରହୂୁଛନ୍ତି । ତୁରନ୍ତ ଯଦି ପଦକ୍ଷେପ ନିଆନଯାଏ ଅଗାମୀ ଦିନରେ ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତବନୀ ଦେଇଛନ୍ତି ।
ବୌଦ୍ଧ : ଗଂଜେଇ ମାମଲା, ଅଭିଯୁକ୍ତକୁ ୫ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୩୦/୬: ବୌଦ୍ଧ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ଗୁରୁବାର ଦିନ ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ୫ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୦.୯.୨୨ ତାରିଖରେ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ଲୁଣିବାହାଲ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇଲ ଯେ ଜାତୀୟ ରାଜପଥର ଝାରକଟା ଛକ ଠାରେ ଜଣେ ବ୍ୟକ୍ତି ଏକ ବ୍ୟାଗ ଧରି ବସ ଅପେକ୍ଷାରେ ଅଛି ।
ସଙ୍ଗେ ସଙ୍ଗେ ଅବକାରୀ କର୍ମଚାରୀ ଉକ୍ତ ସ୍ଥାନରେ ପହଞ୍ôଚ ଉକ୍ତ ବ୍ୟକ୍ତି ର ତଲାସି କରିବାରେ ତା ପାଖରୁ ୪ କେଜି ଗଂଜେଇ ଜବତ କରିଥିଲେ । ଏହି ମାମଲାରେ ଅବକାରୀ ବିଭାଗ ପୁରୁଣାକଟକ ଥାନା ଝାରକଟା ଗ୍ରାମର ବିରେନ୍ଦ୍ର ଭୋକ୍ତା (୩୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରିବର୍ତି ସମୟରେ ମାମଲାଟି ବୌଦ୍ଧଜିଲ୍ଲା ଦୌରାଜଜଙ୍କ ଅଦାଲତରେ (୨ଏସିସି ୨୦/୨୨)ହୋଇ ବିଚାର ହୋଇଥିଲା । ୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ବିରେନ୍ଦ୍ର ଭୋକ୍ତାକୁ ୫ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ ।
ବୌଦ୍ଧ : ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା ଠାରେ ବାହୁଡା ଯାତ୍ରା ପାଳିତ
ବୌଦ୍ଧ,୩୦/୬: ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ଗୁରୁବାର ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାର ବାମଣ୍ଡା ପଂଚାୟତର ପାତାଳି ଶ୍ରୀକ୍ଷେତ୍ର ନାଏକପଡା, ବୌଦ୍ଧ ସହରର ବୁଟୁପାଲି, ହରଭଙ୍ଗା ବ୍ଲକର କରଂଜକଟା ଆଦି ଗ୍ରାମରେ ବାହୁଡା ଯାତ୍ରା ଧୂମଧାମରେ ପାଳିତ ହୋଇଯାଇଛି ।
ଠାକୁରଙ୍କ ନିତିକାନ୍ତି ପରେ ପହଣ୍ଡି କରାଯାଇ ଠାକୁରଙ୍କ ରଥାରୂଡ କରାଯାଇଥିଲା । ରଥାରୂଢ ପରେ ଗ୍ରାମର ମୁଖୀଆଙ୍କ ଦ୍ୱାରା ଛେରା ପହଁରା କରାଯାଇ ରଥ ଟଣା ଯାଇଥିଲା । ଏହି ବାହୁଡା ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବା ସହ ଶ୍ରଦ୍ଧା ଓ ଭକ୍ତି ସହ ରଥ ଟାଣିଥିଲେ ।
ବୌଦ୍ଧ : ବିଜେପି ସରସରା ମଣ୍ଡଳର ମହା ଜନ ସମ୍ପର୍କ ଅଭିଯାନ ସମ୍ମିଳନୀ
ବୌଦ୍ଧ,୩୦/୬: ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ୭ ନମ୍ୱର୍ ମଣ୍ଡଳ ସରସର। ର ମହା ଜନସମ୍ପର୍କ ଅଭିଯାନ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ନଅ ବର୍ଷ ଶାସନ ପୂର୍ତ୍ତି ଉପଲକ୍ଷେ ମଣ୍ଡଳ ସ୍ତରରେ ଜନ ସମ୍ପର୍କ ଅଭିଯାନ ର ଲକ୍ଷ ଓ ଆଭିମୁଖ୍ୟ ଉପରେ ଆଲୋଚନା କରି କହିଥିଲେ ।
ଏବଂ ବିଗତ ,୯ ବର୍ଷ ଧରି ଶାସନ କାଳରେ ଭାରତ ର ବିଶେଷ କରି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେବା,ସୁଶାସନ, ଗରିବୀ କଲ୍ୟାଣ ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରି ତଥ୍ୟ ଉପସ୍ଥାପନ କରି ଓଡ଼ିଶାରେ ୧୮ ଲକ୍ଷ ରୁ ଉର୍ଦ୍ଧ ଗରିବ ଲୋକଙ୍କୁ ମାଗଣାରେ ପ୍ରଧାମନ୍ତ୍ରୀ ଆବାସ ଯୋଜନା ଯୋଗାଣ, ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ , ୭୬ ଲକ୍ଷ ପରିବାରକୁ ମାଗଣା ଶୌଚାଳୟ , ଉଜ୍ଜ୍ଜଳ ଯୋଜନା ରେ ୫୪ ଲକ୍ଷ ପରିବାରକୁ ମାଗଣା ରୋଷେଇ ଗ୍ୟାସ, ସୈ।ଭାଗ୍ୟ ଯୋଜନାରେ ୨୪ ଲକ୍ଷ ପରିବାର କୁ ମାଗଣା ବିଦୁଟ ସଂଯୋଗ , ଜଳ ଜୀବନ ମିଶନ ରେ ୫୩ ଲକ୍ଷ ପରିବାର କୁ ଟ୍ୟାପ ଯୋଗେ ପିଇବା ପାଣି ଏପରି ବହୁ ଯୋଜନା ଉପରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମ ରେ ଜିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ , ପୂର୍ବତନ ଜିଲ୍ଲା ସଭାପତି ଯୁଗଳ ସାହୁ, ସୂର‌୍ୟ୍ୟ ନାରାୟଣ ମହାପାତ୍ର ବ୍ୟକ୍ତବ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶେଷ ଛାନ୍ଦ, ସୁଦାମ ମେଣ୍ଡୁଲି, ଆଶୁତୋଷ ପ୍ରଧାନ,କୈବଲ୍ୟ ପ୍ରଧାନ,ରଞ୍ଜନ ଖେତି,ଭାରତ ପ୍ରଧାନ,କେଶବ ସେଠୀ,କଷ୍ଟେଶ୍ୱର୍ ପଳିଆ,ଗଣେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.