Odisha News

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜିଲ୍ଲାସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୩: ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ଟାଉନହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କ ପରିଚାଳନା କମିଟି ସଭାପତି ଅରୁଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟଜଳ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ , ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା, ଏସସିବି ଜିଏମ ପ୍ରବୋଧ କୁମାର ମିଶ୍ର, ଡିଡିଏମ ନାବାର୍ଡ ବୌଦ୍ଧ ତାପସ ଶଙ୍କର ରାଉତ,ବ୍ୟାଙ୍କର ଏଜିଏମ ସସ୍ମିତା ପ୍ରଧାନ, ବ୍ୟାଙ୍କର ଉପ-ସଭାପତି ଲୀନାରାଣୀ ମହାପାତ୍ର ଏବଂ ଉପନିବନ୍ଧକ ସମବାୟ ସମିତି ସମୂହ, ବୌଦ୍ଧ ଓ କନ୍ଧମାଳ ଯୁଗଳ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ । କୃଷି ଓ କୃଷକଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଓ ବ୍ୟାଙ୍କ,ସମିତି ମାଧ୍ୟମରେ ପ୍ରଦାନ କରଯାଉଥିବା ଋଣ ରିହାତି ଆଦି ସମ୍ପର୍କରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ।
ଶେଷରେ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦର ସଭ୍ୟ ସୁବୋଧ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ବୌଦ୍ଧଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷା, ପ୍ରଥମ ଦିନରେ ୨୩୮ ପିଲା ଅନୁପସ୍ଥିତ
ବୌଦ୍ଧ,୧୧/୩: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଠାରୁ ସାରା ରାଜ୍ୟରେ (ସମ୍ମେଟିଭ ଆସେସମେଣ୍ଟ ଦୁଇ )ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ବୌଦ୍ଧଜିଲ୍ଲାରେ ସମସ୍ତ ୩୧ ଗୋଟି କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିବା ଜଣାପଡିଛି । ଜିଲ୍ଲାରେ ଯେପରି ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଥମ ଦିନରେ ଆଜି ୨୩୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି । ସମୁଦାୟ ୬୫୯୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩୬୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨୬ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତଥିଲେ । ସେହିପରି ଜିଲ୍ଲା ଗୋଟିଏ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର କରାଯାଇଅଛି । ଉକ୍ତ ମୁକ୍ତ ପରୀକ୍ଷା କେନ୍ଦ୍ରରେ ୬୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ ୧୨ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ । ଜିଲ୍ଲାରେ ୩ ଗୋଟି ବ୍ଳକରେ ୩ ଗୋଟି ନୋଡାଲ ପରୀକ୍ଷା କେନ୍ଦ୍ର କରାଯାଇଛି । ବୌଦ୍ଧ ବ୍ଳକର ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ,କଣ୍ଟାମାଳ ବ୍ଳକର କଣ୍ଟାମାଳ ଉଚ୍ଚ ବିଦ୍ୟାଳୟ ଓ ହରଭଙ୍ଗା ବ୍ଳକର ପୁରୁଣାକଟକ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଛି । ପରୀକ୍ଷାକୁ ସୁଚାରୁ ରୁପେ କରିବା ପାଇଁ ବିଭାଗ ପକ୍ଷରୁ ୧୦ ଜଣ ଅବଜରଭର ଓ ଗୋଟିଏ ସ୍ୱାର୍ଡ ଗଠନ କରାଯାଇଛି ।
ଅସହାୟ ମହିଳାଙ୍କୁ ସିଲେଇ ମେସିନ ସହ ପାଂଚ ହଜାର ଟଙ୍କା ପ୍ରଦାନ କଲେ ଜିଲ୍ଲାପାଳ
ବୌଦ୍ଧ,୧୧/୩: ଜିଲ୍ଲାପାଳ ସତ୍ୟରଂଜନ ସାହୁ ଜଣେ ଅସହାୟ ମହିଳାଙ୍କୁ ସହାୟତାର ହାତ ବଡାଇଛନ୍ତି । ସୂଚନା ମତେ, ବୌଦ୍ଧ ସହରର ଗାଈଗୋଠ ପଡିଆରେ ମାଳିସାହିର ଅସହାୟ ମହିଳା ଅନିତା ଠେଲାଙ୍କୁ ପ୍ରଶାସନ ପକ୍ଷରୁ ଏକ ସିଲେଇ ମେସିନ ସହ ପାଂଚ ହଜାର ଟଙ୍କା ପ୍ରଦାନ କରିଥିବାର ଜଣାପଡିଛି । ଅନିତା ଜନଶିକ୍ଷା ସଂସ୍ଥାନ ଦ୍ୱାରା ସିଲେଇ ତାଲିମ ପ୍ରାପ୍ତ ହୋଇଥିବାରୁ ଏହା ଦ୍ୱାରା ନିଜେ ରୋଜଗାର କ୍ଷମହେବା ସହ ପରିବାର ପ୍ରତିପୋଷଣ କରିବା ଠିକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସାହୁ ଉକ୍ତ ସିଲେଇ ମେସିନ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା, ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ ଉପସ୍ଥିତ ଥିଲେ ।
ବୌଦ୍ଧ :ଜିଲ୍ଲାସ୍ତରୀୟ ଶିଳ୍ପ ପ୍ରଦର୍ଶନୀ ଉଦଯାପିତ
ବୌଦ୍ଧ,୧୧/୩: ବୌଦ୍ଧଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସ୍ଥାନିୟ ଆଦର୍ଶ କୃଷକ ବଜାର ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ଶିଳ୍ପ ପ୍ରଦର୍ଶନୀ ଓ ଶିଳ୍ପ ଦ୍ୟୋଗୀମେଳା ଉଦଯାପିତ ହୋଇଯାଇଛି ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତାରଣୀ ଦଳବେହେରା ଯୋଗଦେଇଥିଲେ । ଜିଲ୍ଲା ଶିଳ୍ପକେନ୍ଦ୍ରର ସହକାରୀ ଯୋଗେଶ୍ୱର ବିଶୋଇ ଅଧ୍ୟକ୍ଷତା କରିଥିଲେ । ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ କୃତିକାର୍ଯ୍ୟ ହୋଇଥିବା ୧୭ ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.