Odisha News

ବୌଦ୍ଧ ସବୁଠାରୁ ଉତପ୍ତ ସହର, ୪୪.୫ ଡିଗ୍ରି ତାପମାତ୍ରା ରେକର୍ଡ

ଭୁବନେଶ୍ବର,୨୬/୪: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ବାହାରକୁ ବାହାରିବା ସହଜ ହେଉନାହିଁ। ଟାଣ ଖରା ଯୋଗୁଁ ଲୋକେ ଜରୁରୀ କାମ ନଥିଲେ ବାହାରକୁ ଯାଉନାହାନ୍ତି। ମଧ୍ୟାହ୍ନ ସମୟରେ ସହରାଞ୍ଚଳର ରାସ୍ତାଗୁଡ଼ିକ ଖାଲିଖାଲି ଲାଗୁଛି। ରାସ୍ତାକଡ଼ରେ ଥିବା ବଡ଼ବଡ଼ ଗଛ ତଳେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ବୌଦ୍ଧରେ ୪୪.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାାଇଛି। ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ, ଆଜି ରାଜ୍ୟର ୨୭ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଊର୍ଦ୍ଧ୍ବରେ ରହିଛି। ସେହିଭଳିି ୯ଟି ସହରର ତାପମାତ୍ରା ୪୩ ଡିଗ୍ରି ଉପରେ ଥିବାା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ ହୋଇଛି।
ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ସ୍କୁଲ ଓ କଲେଜ ବନ୍ଦ କରିବାକୁ ରାଜ୍ୟ ସରକାର ଘୋଷଣା କରି ଦେଇଛନ୍ତି। ତେବେ ପିଲାଙ୍କ ପରୀକ୍ଷା ଯେମିତି ଚାଲିବା କଥା ସେମିତି ଚାଲିବ। ଜାରି ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ଅନେକ ଜିଲ୍ଲାକୁ ସତର୍କ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି।

Related Posts

Seo wordpress plugin by www.seowizard.org.