Odisha News

ବୌଦ୍ଧ: ସପ୍ତମ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧୨: ଜିଲ୍ଲାର ହରଭଙ୍ଗାବ୍ଲକ ସ୍ଥିତ ବିରନରସିଠହପୁର ହାଇସ୍କୁଲ ପଡିଆ ଠାରେ ସପ୍ତମ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଗଡଜାତ ଲୋକ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଉଦଘାଟନ କରିଥିଲେ । ବୌଦ୍ଧ ଗଡଜାତର କଳା ସଂସ୍କୃତି ପରମ୍ପରାକୁ ବିଶ୍ୱ ଦରବାରରେ ପହଂଚାଇ ଏକ ସ୍ୱତନ୍ତ୍ର ପରିଚୟ ଏହି ମହୋତ୍ସବ ସୃଷ୍ଟି କରିପାରିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଅଶୋକ କୁମାର ଅଗ୍ରୱାଲା, ରାଧାନଗର ସରପଞ୍ଚ ଗଣେଷ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
କମିଟିର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାତ ଦିନିଆ ମହୋତ୍ସବର ଉଦଘାଟନୀ ସମାରୋହରେ ଶିକ୍ଷକ ବିଜୟ କୁମାର ସାହୁ ମଂଚ ପରିଚଚାଳନା କରିଥିଲେ । ସଂପାଦକ ଦେବାଶିଷ ମହାକୁଳ ବୀବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ବସନ୍ତ କୁମାର ପ୍ରଧାନଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା । ଏହି ଅବସରରେ ସମ୍ବଲପୁରୀ କଣ୍ଠଶିଳ୍ପୀ କର୍ଣ୍ଣ ମହାନନ୍ଦ, ଓ ନିଳିମା ମହାନ୍ତିଙ୍କୁ ଅତିଥିଙ୍କ ଦ୍ୱାରା ମମ୍ବୋର୍ଦ୍ଧିତ କରାଯାଇଥିଲା ।
ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପୁର୍ଣ୍ଣଚନ୍ଦ୍ର ଗାଇଗୌରୀଆ ଓନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ସଂଗୀତ, ପ୍ରଣାମ ଅନୁଷ୍ଠାନର ନୃତ୍ୟ, ସ୍ଥାନିୟ କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଓ କଂସ ଦରବାର ଅନୁଷ୍ଟିତ ହୋଇଥିଲା । ମୀନା ବଜାର, ଖାଦ୍ୟ ଷ୍ଟଲ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଉନ୍ନୟନ ପ୍ରଦର୍ଶନ କରାଯାଇଥିଲା । ଅପରାହ୍ନରେ ବିରାମଚନ୍ଦ୍ରପୁର ସୁବର୍ଣ୍ଣମେରୁ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା କରାଯାଇ ମହୋତ୍ସବ ପଡିଆଠାରେ ସ୍ଥାପନା କରାଯାଇଥିଲା । ପ୍ରବଳ ଶିତର ଲହରୀ ସତ୍ୱେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା ।
ବୌଦ୍ଧ ଜିଲ୍ଲା ହାବିଲଦାର କନେଷ୍ଟବଲ ସଂଘର ନିର୍ବାଚନ
ବୌଦ୍ଧ, ୧୭/୧୨: ବୌଦ୍ଧଜିଲ୍ଲା ହାବିଲଦାର କନେଷ୍ଟବଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥି ସଭାପତି ଭାବରେ କୁନ୍ଦନ ମହାକୁଳ ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବରେ ଅମିତାଭ ଶତପଥି ନିର୍ବାଚିତ ହୋଇଥିଲେ ।
ସେହିପରି ଉପସଭାପତି ଭାବରେ ସୌମ୍ୟରଂଜନ ମେଣ୍ଡିିଲି, ଯୁଗ୍ମ ସଂପାଦକ ଭାବରେ ଟୁକୁ ମେହେର, ଯୁଗ୍ମ ସଂପାଦକ ଭାବରେ ରାଜକିଶୋର ନାଏକ,କୋଷାଧ୍ୟକ୍ଷ ଯଶୋବନ୍ତ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ଭାବରେ ପ୍ରତିମା କର୍ଣ୍ଣ, ରାଜବଲ୍ଲଭ ମିଶ୍ର, ପୁରନ୍ଦର ମହାନନ୍ଦିଆ, ପଙ୍କଜ ଜାନୀ, ଇନ୍ଦ୍ରଜିତ ପ୍ରଧାନ ନିର୍ବାଚିତ ହୋଇଥିବା ଜଣାପଡିଛି ।
ବିପୁଳ ପରିମାଣର ମାଓସାମଗ୍ରୀ ଜବତ
ବୌଦ୍ଧ,୧୭/୧୨: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୁପା ଗାଁ ନିକଟ ଜଙ୍ଗଲରେ ଶସ୍ତ୍ରମାଓବାଦୀ ଗତିବିଧି ଥିବା ଜଣାପଡିବା ପରେ ଏସପି ରାଜ ପ୍ରସାଦଙ୍କ ନେତୃତ୍ୱ ଗୁରବାର ଅପରାହ୍ନରେ ଏସଓଜି ଜବାନମାନେ ଉକ୍ତ ଅଂଚଳରେ ଖାନତଲାସ ଆରମ୍ଭ କରିଥିଲେ । ଏହି ସମୟରେ ମାଓବାଦୀ ଓ ଏସଓଜି ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଶୁକ୍ରବାର ପୁଲିସ ପକ୍ଷରୁ ଅପରେସନକୁ ଯୋରଦାର କରିଦେଇଛି ।
ଏହି ଅପରେସନରେ ମାଓବାଦୀଙ୍କ କ୍ୟାମ୍ପ ନଷ୍ଟ କରାଯାଇଛି । ପୁଲିସକୁ ଏକ ବଡ ସଫଳତା ମିଳିଛି । ଏବଂ ମାଓକ୍ୟାମ୍ପକୁ ଧ୍ୱଂସ କରାଯିବା ସହିତ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଥିବା ଏସପି ରାଜ ପ୍ରସାଦ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପି ଙ୍କ ସୁଚନା ମତେ, ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୁପା ଗାଁ ନିକଟ ଜଙ୍ଗଲରେ ଶସସ୍ତ୍ରମାଓବାଦୀ ଗତିବିଧି ବିଶେଷ ସୂତ୍ରରୁ ଜାଣାପଡିବା ପରେ ପୁଲିସ ପକ୍ଷରୁ ଏକ ଆଣ୍ଟି ନକ୍ସ ପ୍ୟାଲନ ପ୍ରସ୍ତୁତ କରାଯାଇଥିଲା । ଏବଂ ଏସଓଜିମାନଙ୍କୁ ସେହିସ୍ଥାନକୁ ପଠାଯାଇଥିଲା ।
୧୪ ତାରିଖରେ ହଠାତ ମାଓବାଦୀମାନେ ଏସଓଜି ଜବାନଙ୍କ ଉପରେ ଅଧିକ ଗୁଳି ବର୍ଷଣ କରିବା ସହିତ ବୋମ ଫିଙ୍ଗିଥିଲେ । ଏହାର ପ୍ରତି ଉତ୍ତରରେ ଏସଓଜିମାନେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ । ହେଲେବି ମାଓବାଦୀମାନେ ଗୁଳିବର୍ଷଣ କରିଚାଲିଥିଲେ । ଏହାର ଜବାବରେ ଏସଓଜି ପକ୍ଷରୁ ଫାଇରିଙ୍ଗ କରାଯାଇଥିଲା । ଫଳ ସ୍ୱରୁପ ମାଓମାନେ ଛତ୍ର ଭଙ୍ଗ କରି ସେଠାରୁ ପଳାଇଥିଲେ । ଉଭୟ ପକ୍ଷରୁ ଫାଇରିଙ୍ଗ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ହୋଇଥିଲା ।
ଏହାପରେ ଏସଓଜି ମାନେ ସେଠାରୁ ଅନେକ ଜିନିଷ ଜବତ କରିଥିଲେ । ବିଷ୍ପୋରକ ସାମଗ୍ରୀ, ଆଇଡି ୧୨ଟି, ୨- ଜିଲେଟିନ ଷ୍ଟିକ-୪ଟି, ଦେଶୀ ତିଆରୀ ଗ୍ରାନେଟ-୪,ଜୀବନ୍ତ ଏସବିଜିଏଲ ରାଉଣ୍ଡ-୨ଟି, କରଡେକ୍ସ ତାର ୧ଟା,ମଲଟି ମିଟର ୧ଟା, ଗନକ୍ଲିନିକ ପୁଲ ଥ୍ରୋ (୭.୬୨ ଏମଏମ) ୨ଟା, ପଟାସିୟମ ନାଇଟ୍ରେଟ ପାଉଡର ୨ଟା,ସିକ୍ସ ଭୋଲଟ ବ୍ୟାଟିରୀ ୧୨ଟା, ଇଲେଟ୍ରି ତାର ୪ ବଣ୍ଡଲ, ୱାକିଟକି ଚାର୍ଜର ୩ଟା, ଇଲେଟ୍ରିି ସର୍କିଟ ୧ଟା, ବବିଟ୍ରାଫ ମେକାନିଜମ ୧୫ ଟା, ମେନପେକ ବ୍ୟାଟୀରି ଚାର୍ଜ ୨ଟା, ଜଙ୍ଗଲ ପେଚ ୭ ଟା, ଜଙ୍ଗଲ ପେଚ ନକ୍ସ ପୋଷାକ ୮ଟା, ମାଓ ପ୍ରଚାରପତ୍ର, କମଳ ୧୨ଟା, ସୋଲାର ପ୍ୟାନେଲ ୩ଟା, ଟର୍ଚ୍ଚ ବ୍ୟାଟୀର ୪ଟା, ଆପ ବ୍ୟାଟୀରୀ ୬ଟା, ପାୱାରବେଙ୍କ ୧ଟା, ମେନପେକ ବ୍ୟାଟିରୀ ୨ଟା, ୧୨ ଭୋଲଟ ବ୍ୟାଟିରୀ ୩ଟା,ଆଇରୋନ କ୍ରୋବାର ୧ଟା, ଟାଙ୍ଗିଆ ୨ଟା, ସ୍ପଟ ୩ଟା, ଛୁରୀ ୩ଟା, ୱାଟର ଜାର୍କିଙ୍ଗ ୫ଟା, ଔଷଧ, ଛତା ୨୧,ପ୍ଲାଷ୍ଟିକ ବାଲଟି ୩୩ଟା. ପୋଲିଥିନ ସିଟସ ୧୨ଟା, ମୋବାଇଲ ଚାର୍ଜର ୧ଟା, ଶୀତ ଜାକେଟ ୧୭ଟା, ମହିଳା ପୋଷାକ , ଚାଉଳ, ଆଳୁ, ଲୁଣଆଦି ଜିନିଷ ଜବତ କରାଯାଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅନେକ ଲ୍ୟାଣ୍ଡ ମାଇନକୁ ନଷ୍ଟ କରାଯାଇଛି । ବୌଦ୍ଧ କନ୍ଧମାଳ ସୀମାର ୪ରୁ ୫ କିଲୋମିଟର ଦୂରତା ମଧ୍ୟରେ ଏମାନଙ୍କ ଗତି ବିଧି ରହିଛି ।
୩୦ରୁ ୩୫ ଜଣ ମାଓବାଦୀ ରହିଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଦୁଇଶହର ଉପରେ ଫାଇରିଙ୍ଗ କରିଥିବା ବେଳେ ଏସଓଜିମାନଙ୍କ ପକ୍ଷରୁ ପ୍ରାୟ ୮୦ ରାଉଣ୍ଡ ଫାଇରିଙ୍ଗ ହୋଇଥିବା ଅନୁମାନ କରାଯାଉଛି ବୋଲି ସୂଚନା ଦେଇଥିଲେ । ଏବଂ ବୌଦ୍ଧ ଓ କନ୍ଧମାଳର ବୋମ ସ୍ୱାର୍ଡ ନିୟୋଜିତ ହୋଇଥିଲେ । ନଳିକୁପା ଗ୍ରାମରେ ଥିବା ଏକ ମାଓକ୍ୟାମ୍ପ ନଷ୍ଟ କରାଯାଇଥିବା ଏସପି ରାଜ ପ୍ରସାଦ ପ୍ରକାଶ କରିଛନ୍ତି ।
କଂସ ବଧ ସହ ଶେଷ ହେଲା ବୌଦ୍ଧ ଧନୁଯାତ୍ରା :ଶୋଭା ଯାତ୍ରା ସହ କୃଷ୍ଣ ବଳରାମଙ୍କ ନଗର ପରିକ୍ରମା
ବୌଦ୍ଧ,୧୭/୧୨: ବୌଦ୍ଧ ଭୈରବୀ ପଡିଆଠାରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଦୀର୍ଘ ୭ ଦିନ ଚାଲିଥିବା ଧନୁଯାତ୍ରା ନାଟ୍ୟୋତ୍ସବ ଶନିବାର ଦିନ ଉଦଯାପନି ହେବାସହିତ କଂସ ବଧ ନାଟକ ମଞ୍ଚସ୍ଥ ହୋଇଛି ।
ଏହି ନାଟକରେ ଅକ୍ରୁର କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ରଥରେ ବସାଇ ସହରର ରାଜରାସ୍ତାରେ ଶୋଭାଯାତ୍ରା କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ପ୍ରଭୁ କୃଷ୍ଣ ବଳରାମଙ୍କ ଶୋଭାଯାତ୍ରା ସମୟରେ ରାସ୍ତାର ଉଭୟ ପାଶ୍ୱର୍ରେ ଭକ୍ତମାନେ ଦର୍ଶନ କରିବା ସହ ଆତସବାଜୀ ଓ ଦୁଲଦୁଲି ବାଜାରେ ସହରର କମ୍ପି ଉଠିଥିଲା ।
ଗୋଟିଏ ପଟେ ପ୍ରଭୁ କୃଷ୍ଣ ବଳରାମଙ୍କ ଶୋଭାଯାତ୍ରା ଚାଲିଥିବାବେଳେ ଅନ୍ୟ ପଟେ ପ୍ରତାପୀ କଂସ ମହାରାଜ ନିଜର ସୈନ୍ୟସାମନ୍ତଙ୍କ ସହିତ ଏକ ବିରାଟ ପଟୁଆରରେ ସୁସଜ୍ଜିତ ରଥରେ ନଗର ପରିଭ୍ରମଣ କରିଥିଲେ ।
ଉଭୟଙ୍କ ରଥ ଯାତ୍ରା ପଡିଆକୁ ଆସିବା ପରେ ନାଟକ ଆରମ୍ଭ ହୋଇଥିଲା । ନାଟକରେ ସୁଦାମା ମାଳିର ଫୁଲ ବେଶ, ମଲ୍ଳ ଯୁଦ୍ଧ, କୁବୁଜା ଉଦ୍ଧାର, ରଜକ ଦର୍ପ ଦଳନ ଆଦି ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା । ଏହି ନାଟ୍ୟତ୍ସୋବରେ ବୌଦ୍ଧଜିଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁ କୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହୋଇଆସୁଥିଲା ।
ଉଦଯାପନି ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଓ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳର ଅଧକ୍ଷ୍ୟ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଅନୁଷ୍ଠାନର କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ନାଟ୍ୟକାର ହୃଦାନନ୍ଦ ମେହରଙ୍କ ଦ୍ୱାରା ରଚିତ ନାଟକ ଗୁଡିକୁ ନିର୍ଦେଶକ ଦେବାଙ୍ଗନ ମେହେର ସଫଳତାର ସହିତ ନିର୍ଦ୍ଦେଶନା ଦେଇଥିବାବେଳେ ଅନୁଷ୍ଠାନର କଳାକାରମାନେ ନିଖୁଣ ଭାବରେ ପୌରାଣିକ ଚରିତ୍ରଗୁଡିକ ଅଭିନୟ କରି ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ । ଶେଷ ଦିନର ଯାତ୍ରା ବିଳମ୍ବିତ ରାତି ପର‌୍ୟ୍ୟନ୍ତ ହେବା ସହ ରାତି ସାରା ଦର୍ଶକଙ୍କ ସମାଗମ ହୋଇଥିଲା ।

Related Posts

Seo wordpress plugin by www.seowizard.org.