Odisha News

ବୌଦ୍ଧ : ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୧୧: ବୌଦ୍ଧ ବ୍ଲକ ବଢ଼ିଗାଁ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ସମ୍ମାନୀତ ଅତିଥି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରବୀର କୁମାର ରଥ, ସ୍ୱରାଜ କୁମାର କହଁର, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଅନୁପମା ମେହେର, ଜିଲ୍ଲା ଶୈକ୍ଷିକ ସଂଯୋଜକ ଶିବ ଶଙ୍କର ଶତପଥୀ ଓ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ପାର୍ଥ ପ୍ରଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ପ୍ରତିଭାଗୀ ଛାତ୍ର ,ଛାତ୍ରୀ ମାନଙ୍କୁ ଶିକ୍ଷଣ ସାମଗ୍ରୀ ଶିକ୍ଷାଦାନ ପାଇଁ କେତେ ଯେ ଉପଯୋଗୀ ତା ଉପରେ ଉଦବୋଧନ ଦେଇ ଉତ୍ସାହିତ କରିବା ସହିତ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରିଥିଲେ ।
ବରିଷ୍ଠ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି କମଳକାନ୍ତ ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ବ୍ଲକର ସମସ୍ତ କ୍ଲଷ୍ଟରରୁ ଜଣେ ଲେଖାଏଁ ଛାତ୍ର କିମ୍ବା ଛାତ୍ରୀ ଓ ଜଣେ ସହଯୋଗୀ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ମୌଳିକ ଭାଷାଜ୍ଞନ ଓ ଅଙ୍କଜ୍ଞାନ ଉପରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ସହିତ ଉକ୍ତ ସାମଗ୍ରୀ କେଉଁ ଶ୍ରେଣୀ, କେଉଁ ପାଠ ପାଇଁ ପ୍ରଯୁଜ୍ୟ ଏବଂ ତାହା କିପରି ଶ୍ରେଣୀ ଶିକ୍ଷାଦାନରେ ବ୍ୟବହାର କରାଯାଇ ପାରିବ ତା ଉପରେ ଆଲୋଚନା କରିଥିଲେ ।
ପୁରୀ ଶ୍ରୀମନ୍ଦିର କୁ ନେଇ କଂଗ୍ରେର ସାମ୍ବାଦିକ ସମ୍ମିଲନୀ: ପ୍ରତି ପଞ୍ଚାୟତରୁ ତୁଳସୀ ସଂଗ୍ରହ କରିବ କଂଗ୍ରେସ
ବୌଦ୍ଧ,୨୦/୧୧: ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ମିଟିର ସଭାପତି ନବ କୁମାର ମିଶ୍ର ଯୋଗଦେଇ ଶ୍ରୀମନ୍ଦିର ପରିସର ନବୀକରଣ ନାମରେ ନବୀନ ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ଛିଡା କରୁଛନ୍ତି । ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ଖୋଜି ପାରିନଥିôବା ଶାସକ ଦଳ ମନ୍ଦିର ପରିସର ଉନ୍ନୟନ ନାମରେ ଭକ୍ତଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ।
ଠାକୁରଙ୍କ ରତ୍ନ ଭଣ୍ଡାର ଗଣତି,ମଣତି,ମରାମତି ଏବଂ ବେଦାନ୍ତ ଅଧିକୃତ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହି ଜମିକୁ ଫେରସ୍ତ ସମେତ ଅନ୍ୟାନ୍ୟ ସମୁଦାୟ ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ସରକାରଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ସହିତ ଅନ୍ୟାନ୍ୟ ଦାବିରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରୁ ତୁଳସୀ ସଂଗ୍ରହ କରାଯାଇ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯିବାକୁ ପଠାଯିବ ।
ଏହି ତୁଳସୀ ସଂଗ୍ରହ ଅଭିଯାନ ମାଧ୍ୟମରେ ସରକାରଙ୍କ ଦ୍ୱାରା ଓଡିଶାବାସୀଙ୍କ ଆସ୍ଥାର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସର ଉନ୍ନୟନ ନାମରେ କିପରି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ଠିଆ କରାଯାଉଅଛି ଲୋକମାନଙ୍କୁ ଦଳ ପକ୍ଷରୁ ସୂଚନା ଦିଆଯିବ ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦଳର ଜିଲ୍ଲା ମୁଖ୍ୟ ପ୍ରବକ୍ତା ଶାନ୍ତନୁ କୁମାର ମହାପାତ୍ର,ଉପସଭାପତି ସମରେଶ ମିଶ୍ରଙ୍କ ସମେତ ଦଳର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ବୌଦ୍ଧ : ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା
ବୌଦ୍ଧ୨୦ /୧୧: ବୌଦ୍ଧ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି । ବୌଦ୍ଧ ପ୍ରଜ୍ଞାନ ମିଶନ୍ ଶାଖା ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ କଲେଜ ର ଅଧ୍ୟକ୍ଷ ରବୀନ୍ଦ୍ରନାଥ ଗୁରୁ ସଭାପତିତ୍ବ କରିଥିଲେ। ଜିଲ୍ଲା ର ହରଭଙ୍ଗା, କଣ୍ଟାମାଳ, ବାଉଁଶୁଣୀ ଓ ବୌଦ୍ଧ ଆଦି ବିଭିନ୍ନ ସ୍ଥାନ ରୁ ପ୍ରଥମ ଶ୍ରେଣୀ ରୁ +୩ ପର୍ଯ୍ୟନ୍ତ ୩୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଭଗବତ୍ ଗୀତାର ତୃତୀୟ ଅଧ୍ୟାୟ ର ନିର୍ଧାରିତ ଶ୍ଲୋକ ଗୁଡିକ ଆବୃତ୍ତି କରିଥିଲେ ।
ବିଚାରକ ଭାବରେ ଅଭିମନ୍ୟୁ ପ୍ରଧାନ, ସନ୍ଧ୍ୟା ରାଣୀ ମିଶ୍ର, ନିରଞ୍ଜନ ସାହୁ, ଅନିତା ମହାରଣା, ବିଜୟଲକ୍ଷ୍ମୀ ପ୍ରଧାନ ଗୋବିନ୍ଦ ଚନ୍ଦ୍ର ପୋଧାର,ଓ ଅଜିତ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଗୀତା ସୁଗୀତା ର ସଂଯୋଜକ ସୌମିତ୍ରୀ ପଲିଆ,ଶିବଦତ୍ତ ପଟ୍ଟନାୟକ,ତଥା ବୌଦ୍ଧ ପ୍ରଜ୍ଞାନ ମିଶନ୍ ର ସଦସ୍ୟ ଶଙ୍କର ପ୍ରସାଦ ମିଶ୍ର,ନନ୍ଦକିଶୋର ସାହୁ, ସମୀର ସାହୁ, କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ରାଜ୍ୟ ସ୍ତରକୁ ଉନ୍ନୀତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା।
ମୁଶୁଣ୍ଢୀ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ବୌଦ୍ଧ,୨୦ /୧୧: ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଶୁଣ୍ଢୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ରବିବାର ଆନ୍ତର୍ଜାତୀୟ ପୁରୁଷ ଦିବସ ଅବସରରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା ର ସ୍ଵାସ୍ଥ୍ୟ ବିଭାଗ ଓ ଭୁବନେଶ୍ୱରସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟଙ୍କ ମିଳିତ ଆନୁକୁଲ୍ୟରେ ଏମଏସଡ଼ି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା ର ସଦସ୍ୟ ସ୍ନେହାରାଣୀ ମିଶ୍ର ଓ ରୋଟାରୀ ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ୍ କୋର୍ଡିନେଟର୍ ଦୂର୍ଗା ପ୍ରସାଦ ଙ୍କ ନେତୃତ୍ବରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଶିବିରରେ ଡ଼ ବିଜୟ ସାହୁ ଚକ୍ଷୁ ପରୀକ୍ଷା କରିବା ସହିତ ରୋଗୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିବା ବେଳେ ଆସୋସିଏସନ୍ ର ସଦସ୍ୟ ଯୁବ ସ୍ଵେଚ୍ଛାସେବୀ ତୋଫାନ୍ ଦେହୁରୀ ଚକ୍ଷୁ ଶିବିର ପରିଚାଳନା କରିବାରେ ସହଯୋଗ କରିବା ସହିତ ଆମ ସମାଜରେ ପୁରୁଷ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିବାରେ ସ୍ଥାନୀୟ ସରପଞ୍ଚଙ୍କ ସମେତ ସ୍ଵେଚ୍ଛାସେବୀ ସୁଶାନ୍ତ କୁମାର ମିଶ୍ର ଓ ନୀଳମାଧବ ମିଶ୍ର ସହଯୋଗ କରିଥିଲେ।
ଶିବିରରେ ୩୦ ଜଣରୁ ଊର୍ଦ୍ଧ୍ବ ଲୋକଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ୧୯ ଜଣଙ୍କ ମୋତିଆବିନ୍ଦୁ ଓ ଅନ୍ୟ ଚକ୍ଷୁ ରୋଗ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଅପରେସନ ପାଇଁ ଭୁବନେଶ୍ୱର ପଠାଯାଇଥିବା ପ୍ରକାଶ।
ସହାୟକ ଶିକ୍ଷକଙ୍କ ମଧ୍ୟରୁ ବରିଷ୍ଠ ଶିକ୍ଷକ ରାଜକୁମାର ପ୍ରଧାନ ଉକ୍ତ ସାମଗ୍ରୀ ପ୍ରତ୍ୟେକ ପାଠ ପାଇଁ କରାଯାଇ ପାରିବ ଏବଂ ଶିକ୍ଷଣରେ ପିଲାଙ୍କ ପାଇଁ ଏହା ଆନନ୍ଦଦାୟୀ ହେବ ବୋଲି ନିଜର ଅନୁଭବ ରଖି ଥିଲେ । ସିଆରସିସି ସନତ କୁମାର ବାରିକ ଧନ୍ୟବାଦ ଦେଇଥିଲେ ।
କର୍ଯ୍ୟାଳୟ ସହାୟକ ଵାପିନା ମହାରଣା, ପଦ୍ମଲୋଚନ କର୍ଣ୍ଣ,ସି ଆର ସି ସି ନିରଞ୍ଜନ ମେହେର,ସନ୍ତୋଷ କୁମାର ଶତପଥୀ ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.