Odisha News

ବୌଦ୍ଧ: ମୃତ କନେଷ୍ଠବଳଙ୍କ ପରିବାରକୁ ଜିଲ୍ଲା ପୁଲିସ ପକ୍ଷରୁ ଆର୍ଥିକ ସହାୟତା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୯: ମୃତ କନେଷ୍ଠବଳ ଅଶୋକ କହଁରଙ୍କ ପରିବାରକୁ ଜିଲ୍ଲା ପୁଲିସ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଗୁରୁବାର ଦିନ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଏସପି ରାଜ ପ୍ରସାଦ ଏହି ସହାୟତା ରାଶି ମୃତ କନେଷ୍ଠବଳଙ୍କ ପତ୍ନୀ କଳ୍ପନା କହଁରଙ୍କୁ ପ୍ରଦାନ କରିଛନ୍ତି ।
ପ୍ରକାଶଥାଉକି ଗତ ୧୮.୦୫.୨୦୨୨ ରିଖ ଦିନ ବୌଦ୍ଧଜିଲ୍ଲା ହରଭଙ୍ଗା ଥାନାରେ କାର୍ଯ୍ୟରତ କନେଷ୍ଠବଳ ଅଶୋକ କହଁର ଥାନା କାର୍ଯ୍ୟରେ ବୌଦ୍ଧ ଆଦର୍ଶଥାନାକୁ ଆସି ହରଭଙ୍ଗା ଫେରୁଥିବା ସମୟରେ ବୌଦ୍ଧ ଥାନା ମଥୁରା ନିକଟକରେ ଏକ ଆପାଚି ମଟରସାଇକେଲ ଆସି ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କନେଷ୍ଠବଳ ଅଶୋକଙ୍କ ମୃତ୍ୟୁ ହୋଇଯାଇଥିଲା ।
ଗୁରୁବାର ମୃତ କନେଷ୍ଠବଳଙ୍କ ପତ୍ନୀ କଳ୍ପନା କହଁର ଓ ଏକମାତ୍ର ପୁତ୍ର ଶାଶ୍ୱତ ସ୍ୱରୂପ କହଁର(୭ବର୍ଷ) ଙ୍କୁ ଷ୍ଟେଟବ୍ୟାଙ୍କ ପକ୍ଷରୁ ପୁଲିସ ସେଲେରି ପ୍ୟାକଜେରୁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଶିକ୍ଷକ ଆନ୍ଦୋଳନ ଯୋଗୁଁ ବୌଦ୍ଧଜିଲ୍ଲାରେ ୨୦୨ଟି ବିଦ୍ୟାଳୟରେ ଝୁଲୁଛି ତାଲା
ବୌଦ୍ଧ,୧୭/୯: ବୌଦ୍ଧଜିଲ୍ଲାରେ ଶିକ୍ଷକ ଆନ୍ଦୋଳନ ଉଗ୍ର ହେଉଥିବା ବେଳେ ଶିକ୍ଷକ ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ୨୦୨ ଟି ସ୍କୁଲରେ ତାଲା ଝୁଲୁଥିବା ଜଣାପଡିଛି । ଶିକ୍ଷକ ମାନଙ୍କ ତିନି ଦଫା ଦାବି ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ଆନ୍ଦୋଳନରେ ବୌଦ୍ଧଜିଲ୍ଲାର ବିଭିନ୍ନ ବର୍ଗର ପ୍ରାୟ ପନ୍ଦର ଶହ ଶିକ୍ଷକ ଶିକ୍ଷୟତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।
ଏହି ଆନ୍ଦୋଳନ ଫଳରେ ଜିଲ୍ଲାରେ ଥିବା ୬୪୦ଟି ବିଦ୍ୟାଳୟ ମଧ୍ୟରୁ ୨୦୨ଟି ବିଦ୍ୟାଳୟରେ ତାଲା ଝୁଲୁଥିବା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହ ଗଣ ଶିକ୍ଷକଙ୍କ ଏକ୍ସ କ୍ୟାଡର ଉଚ୍ଛେଦ କରି ଏଲିମେଣ୍ଟରୀ କ୍ୟାଡର ମାନ୍ୟତା ଦିଆଯାଉ. ସମସ୍ତ ବର୍ଗର ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ କୁ ପୁନଃପ୍ରଚଳନ କରାଯାଉ ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ ଜାରିରହିଛି । ଜିଲ୍ଲାର ହରଭଙ୍ଗା ବ୍ଲକରେ ୧୯୩ଟି ବିଦ୍ୟାଳୟରୁ ୮୧ ଟି ବିଦ୍ୟାଳୟରେ ତାଲା ଝୁଲୁଥିବା ବେଳେ କଣ୍ଟାମାଳ ବ୍ଲକରେ ୨୨୧ଟି ବିଦ୍ୟାଳୟରୁ ୫୭ଟି ବିଦ୍ୟାଳୟରେ ତାଲା ପଡିଛି ଏବଂ ବୌଦ୍ଧ ବ୍ଲକରେ ୨୨୬ ଟି ବିଦ୍ୟାଳୟରୁ ୬୪ଟି ବିଦ୍ୟାଳୟରେ ତାଲା ପଡିଥିବା ଜଣାପଡିଛି । ଏହି ସବୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି
ା କଣ୍ଟାମାଳ ବ୍ଲକରେ ଥିବା ୮୩୪ ଶିକ୍ଷକଙ୍କ ମଧ୍ୟରୁ ୪୦୦ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ବୌଦ୍ଧ ବ୍ଲକରେ ୭୬୦ ଶିକ୍ଷକଙ୍କ ମଧ୍ୟରୁ ୪୬୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନରେ ସାମିଲହୋଇଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଭାବ ପଡିଛି । ଜିଲ୍ଲାରେ ଗୋଟିଏ ପ୍ରକାର ଶିକ୍ଷା ବ୍ୟବସ୍ଥା ଠପ ହୋଇପଡିଛି । ଗୋଟିଏ ପଟେ ଶିକ୍ଷକ ଶିକ୍ଷୟତ୍ରୀମାନେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚଳାଇ ଥିବା ବେଳେ ଅନ୍ୟପଟେ ବିଦ୍ୟାଳୟ ବନ୍ଦ ରହିଥିବା ଯୋଗୁଁ ଜିଲ୍ଲାର ପ୍ରାୟ ୧୦ରୁ ୧୨ ହଜାର ଛାତ୍ରଛାତ୍ରୀ ଘରେ ରହିଛନ୍ତି । ସେପଟେ ଶିକ୍ଷକଙ୍କ ଆନ୍ଦୋଳନକୁ ଅଭିଭାବକମାନେ ସମର୍ଥନ ଜଣାଉଥିବା ବେଳେ ପିଲାଙ୍କ ଭବିଶ୍ୟତକୁ ଦେଖି ସରକାର ଏହାର ସମାଧାନ ତୁରନ୍ତ କରିବା ଆବଶ୍ୟକତା ରହିଛି ବୋଲି ଅଭିଭାବକମାନେ ମତ ପ୍ରକାଶ କରୁଛନ୍ତି ।
ଗଂଜେଇ ମାମଲାରେ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୧୭/୯: ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ସରୋଜିନୀ ପତି ଏକ ଗଂଜେଇ ମାମଲାର ବିଚାର କରି ଦୁଇ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୨.୯.୨୧ ତାରିଖରେ ସକାଳ ସମୟରେ ବୌଦ୍ଧ ଅବକାରୀ କର୍ମଚାରୀ ମାନେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ମର୍ଯ୍ୟାଦିପୁର ଠାରେ ପଇଁତରା କାର୍ଯ୍ୟ ସଂପାଦନା କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇଲେ ଯେ ଦୁଇ ଜଣ ବ୍ୟକ୍ତି ଏକ ଧଳା କାରରେ ବିପୁଳ ପରିମାଣର ଗଂଜେଇ ଜହ୍ନାପଙ୍କ ପଟୁ ବୌଦ୍ଧ ଆଡକୁ ନେଇ ଆସୁଛନ୍ତି ।
ଅଭିଯୁକ୍ତ ମାନେ ଅବକାରୀ କର୍ମଚାରୀମାନଙ୍କୁ ଦେଖି ଗୋବିନ୍ଦପୁର ଗ୍ରାମରାସ୍ତାକୁ ଗାଡି ଧରି ଫେରାର ହେଉଥିବା ବେଳେ ଅବକାରୀ କର୍ମଚାରୀ ଗାଡିକୁ ପିଛା କରି ଗୋବିନ୍ଦପୁର ଗ୍ରାମ ରାସ୍ତାରେ ଧରିବାରେ ସଫଳ ହୋଇଥିଲେ । ଅବକାରୀ କର୍ମଚାରୀ ମାନେ କାର ମଧ୍ୟରୁ ଦୁଇଗୋଟି ଜରିବସ୍ତାରୁ ୩୫ କେଜି ଗଂଜେଇ ଜବତ କରିଥିଲେ । ଗାଡିରେ ଥିବା ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଥାନା ରାଜନପାଲି ଗ୍ରାମର ସୁଶାନ୍ତ ସେଠି ଓ ଧାନବଲସ ଗ୍ରାମର ସୁଦର୍ଶନ ପ୍ରଧାନ । ଅବକାରୀ ବିଭାଗ ପକ୍ଷରୁ ଗାଡିକୁ ମଧ୍ୟ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରି ମାମଲାର ବିଚାର ପାଇ କୋର୍ଟକୁ ପଠାଇଥିଲେ ।
ପରିବର୍ତି ସମୟରେ ମାମଲାଟି ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ୨ଏସିିସି କେସ ନଂ ୧୬/୨୧ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୪ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବରୁ ଅଦାଲତ ଦୁଇ ଅଭିଯୁକ୍ତ ସୁଶାନ୍ତ ସେଠି ଓ ସୁଦର୍ଶନ ପ୍ରଧାନଙ୍କୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ମାନଙ୍କ ପକ୍ଷରୁ ମାମଲାକୁ ଆଇନଜୀବୀ ଅଶୋକ କୁମାର ସାହୁ ଓ ବିଶ୍ୱଜିତ ମିଶ୍ର ପରିଚାଳନା କରିଥିଲେ ।

ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା ଶିବିର
ବୌଦ୍ଧ;୧୫/୯: ତାଲୁକା ଆଇନ ସେବା କମିଟି ହରଭଙ୍ଗା ପକ୍ଷରୁ ଗୁରୁବାର ଦିନ ହରଭଙ୍ଗା କୋର୍ଟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିଶ ତଥା ହରଭଙ୍ଗା ତାଲକୁ ଆଇନ ସେବା କମିଟି ଅଧ୍ୟକ୍ଷ ପ୍ରିତିଶ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାମାନଙ୍କ ପ୍ରତି ଥିବା ଆଇନର ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି ସଚେତନତା ଶିବିରରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ନେଇ ଥିବା ଆଇନର ଦିଗ ଯଥା ସୁରକ୍ଷା ଓ ସୁବିଧା ଉପରେ ସଚେତନ କରାଇଥିଲେ । ଏହି ସଚେତନତା ଶିବିରରେ ସମସ୍ତ ଆଇନଜୀବୀ ମାନେ ଯୋଗ ଦେଇଥିଲେ । କୋର୍ଟ କର୍ମଚାରୀ ସଂଜିବ କୁମାର ବାଗ, ପ୍ରବୀଣ କୁମାର ସାହୁ, ତୁମ୍ବନାଥ ପାତ୍ର ,ରମାକାନ୍ତ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଆନ୍ଦୋଳନକୁ ସମର୍ଥନ ଜଣାଇଲା ଅଣଗେଜେଟେଡ କର୍ମଚାରୀ ସଂଘ
ବୌଦ୍ଧ,୧୭/୯: ବୌଦ୍ଧଜିଲ୍ଲା ବୌଦ୍ଧ ବ୍ଳକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ସପ୍ତମ ଦିବସରେ ପହଞ୍ଚିଥିବାବେଳେ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ ରାଜ୍ୟ ସଂଘର ଆହ୍ୱାନକ୍ରମେ ଗତ ବୁଧବାର ଠାରୁ ଜିଲ୍ଲାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୁହ ଛୁଟି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହି ଆନ୍ଦୋଳନକୁ ଜିଲ୍ଲା ଅଣଗେଜେଟେଡ କର୍ମଚାରୀ ସଂଘର ଚେୟାରମେନ ରାଜେନ୍ଦ୍ର ମହାପାତ୍ର,ସଭାପତି ଜିତେନ୍ଦ୍ର କୁମାର ମିଶ୍ର,ସଂପାଦକ ତାପସ କୁମାର ମିଶ୍ର ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେବା ସହିତ ସମର୍ଥନ ଜଣାଇଥିଲେ ।
ଜିଲ୍ଲା ସଭାପତି ଦିଲ୍ଲିପ କୁମାର ପ୍ରଧାନ,ରାଜ୍ୟ ସଂଘ ଉପସଭାପତି ଶମ୍ଭୁ ପ୍ରସାଦ ଗିରି,ଜିଲ୍ଲା ସମ୍ପାଦକ ମହେଶ ସେଠୀ, ବ୍ଲକ ସଭାପତି ରାଜକୁମାର ପ୍ରଧାନ,ଉପସଭାପତି ଅଶୋକ ଘିବେଲା,ପ୍ରତାପ ପ୍ରଧାନ,ସୁଶାନ୍ତ ଅମାତ, ପୁର୍ଣ୍ଣଚନ୍ଦ୍ର କରଡିଆ, ସ୍ୱାଧୀନ ପ୍ରଧାନ, କମ୍ଭୁପାଣି ମଲିକ, ରମାକାନ୍ତ ବେହେରା,ରଂଜିତା ମିଶ୍ର, ରେଣୁପ୍ରଭା ବେହେର. ମିନା ପ୍ରଧାନ, ଶାନ୍ତିଲତା ମଲ୍ଲିକ,େ ଶାଭାଗିନୀ ଦାଶ, ଝୁନୁ ପରିଡା, ରିତାରାଣି ପାଣିଗ୍ରାହୀ,ବସନ୍ତ ବିଶ୍ୱାଳ, ରଶ୍ମିରଞନ ଦାଶ,ପ୍ରଶାନ୍ତ ଝାଙ୍କର,ରବିନ୍ଦ୍ର ମେହେର, ନିରଞନ ମେହେର, ସନତ କୁମାର ବାରିକ ଓ ପ୍ରଦୀପ କୁମାର ସାହୁଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ସାମିଲ ହୋଇଥିଲେ ।
ବାଇପାସ ରାସ୍ତାର ଟ୍ରାଫିକ ସୁବ୍ୟବସ୍ଥା କରାଯିବା ନେଇ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କଲେ ଗ୍ରାମବାସୀ
ବୌଦ୍ଧ,୧୭/୯: ବୌଦ୍ଧ ବାଇପାସ ରାସ୍ତାର ଜଗଦିଶପୁର ଛକ ଅଞ୍ଚଳରେ ଟ୍ରାଫିକ ସୁବ୍ୟବସ୍ଥା କରାଯିବା ନେଇ ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ବାଇପାସ ରାସ୍ତାରେ ଥିବା ଜଗଦିଶପୁର ଛକ ଅଞ୍ଚ ଳ ଏବେ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇପଡିଥିବା ଅଭିଯୋଗ କରିଥିଲେ ।
ଏହି ରାସ୍ତା ନିର୍ମାଣ କରାଯିବା ଦିନ ଠାରୁ ଶହଶହ ଛୋଟବଡ ଦୁର୍ଘଟଣା ଲାଗି ରହିଛି । । ଜଗଦିଶପୁର ଛକ ନିକଟରେ ଦୁଇଟି ସ୍କୁଲ ରହିଥିବା ବେଳେ ବଘିଆପଡା ଯିବାକୁ ରାସ୍ତା ରହିଛି ।
ପ୍ରତିଦିନ ଏହି ଛକ ଦେଇ ଶହଶହ ଛାତ୍ରଛାତ୍ରୀ ଙ୍କ ସମତେ ଶହ ଶହ ଗାଡିମଟର ଯିବାଆସିବା କରୁଛି । ଦୁର୍ଘଟଣା ରୋକିବା ନେଇ ଟ୍ରାଫିକର ସୁବ୍ୟବସ୍ଥା କରାଯିବାକୁ ଦାବୀ କରି ଜଗଦିଶପୁର ଗ୍ରାମବାସୀଙ୍କ ଦ୍ୱାରା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବୀ ପତ୍ର ପ୍ରଦାନ ସମୟରେ ମିଥୁନ ନାୟକ, କମଳ ଲୋଚନ ନାୟକ, ସନ୍ତୋଷ କୁମାର ପଣ୍ଡା, ଅମିତ ସାହୁ ଙ୍କ ସମତେ ଅନ୍ୟ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ ।
ସାହିତ୍ୟ ସୃଜନୀ ପ୍ରଶିକ୍ଷଣ ଶିବିର ଉଦଯାପିତ
ବୌଦ୍ଧ,୧୭/୯: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଲୁଣିବାହାଲ ଠାରେ ପଲ୍ଲୀବିକାଶ ହାଇସ୍କୁଲରେ ଦୁଇଦିନ ଧରି ଚାଲିଥିବା ସାହିତ୍ୟ ସୃଜନୀ
ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି । ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଉପସ୍ଥିତ ହୋଇ ସମାଜ ନିର୍ମାଣରେ ସାହିତ୍ୟର ଭୂମିକା ରହିଛି । ଏଣୁ ବିଦ୍ୟାଳୟ ସ୍ତରରେ ପିଲାଙ୍କ ସାହିତ୍ୟ ଦିଗରେ ସୃଜନଶୀଳତା ବୃଦ୍ଧି ହେଲେ ଦେଶର ବିକାଶ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ସାଧନକର୍ମୀ ଭାବେ ତ୍ରିଲୋଚନ ସାହୁ, ବିରୁପାକ୍ଷ ସ୍ୱାଇଁ ଓ ଅନ୍ତର‌୍ୟ୍ୟାମୀ ନାଏକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ କ୍ଷ
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଯୋଗ ଦେଇ ସାହିତ୍ୟ ସମାଜର ଦର୍ପଣ,ଯେଉଁ ଦେଶର ସାହିତ୍ୟ ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ ।
ଏଣୁ ଛାତ୍ରଛାତ୍ରୀ ଙ୍କ ସାହିତ୍ୟ ପ୍ରତିଭା ବିକାଶ ରେ ଶିକ୍ଷକ ଶିକ୍ଷୟିତ୍ରୀ ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ । ଅନ୍ୟତମ ଅତିଥି ଭାବେ ହାଇସ୍କୁଲର ପ୍ରଧାନ ଶିକ୍ଷକ ତୃପ୍ତିରଞ୍ଜନ ଦାନୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଶିବିରକୁ ସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.