Odisha News

ବୌଦ୍ଧ ବନ ବିଭାଗକୁ ନାକେଦମ କଲାଣି କୁମ୍ଭୀର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୮/୮: ବୌଦ୍ଧଜିଲ୍ଲାରେ ମହାନଦୀରେ ଏକ କୁମ୍ଭୀର ଦେଖାଦେଇଥିବା ବେଳେ କୁମ୍ଭୀରଟି ବର୍ତ୍ତମାନ ବନ ବିଭାଗର ନାକେଦମ କରିଦେଲାଣି । କୁମ୍ଭୀରର ସୁରକ୍ଷା ପାଇଁ ବନ ବିଭାଗର ଟିମ ଦୀର୍ଘ ୨୬ ଦିନ ହେବ ଜଗିରହିଛନ୍ତି । ଅନ୍ୟପଟେ କୁମ୍ଭୀର ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ନିଜ ଜୀବନକୁ ନେଇ ଜନସାଧାରଣ ଚିନ୍ତିତ ହୋଇ ପଡିଛନ୍ତି । ସୂଚନା ମତେ, ବୌଦ୍ଧଜିଲ୍ଲାରେ ଚଳିତ ମାସ ପ୍ରଥମ ଦିନରେ ଲଗାଣ ବର୍ଷା ହେବା ଫଳରେ ଗତ ୨ ତାରିଖରେ ମହାନଦୀରେ ବନ୍ୟା ଦେଖାଦେଇଥିଲା । ମହାନଦୀର ଏହି ବନ୍ୟାରେ ହରଭଙ୍ଗା ବ୍ଲକର କରଡି ଘାଟ ନିକଟରେ ଏକବଡ କୁମ୍ଭୀର ଦେଖାଦେଇଥିଲା ।
କୁମ୍ଭୀରକୁ ଦେଖି ସ୍ଥାନିୟ ଲୋକେ ଆତଙ୍କିତ ହୋଇପଡିଥିଲେ । ମହାନଦୀରେ ବନ୍ୟା ଯୋଗୁଁ କୁମ୍ଭୀରଟି ଟିକରପଡା ରୁ ଚାଲିଆସିଥିବା ଜଣାପଡିଛି । ଖବର ପାଇ ବନ ବିଭାଗର ଏକ ଟିମ ସେଠାରେ ପହଂଚି କୁମ୍ଭୀରର ସୁରକ୍ଷା ପାଇଁ ଜଗିବସିଛନ୍ତି । କୁମ୍ଭୀରଟି ବର୍ତ୍ତମାନ ବିଭିନ୍ନ ସମୟରେ କରଡି, ହାଟଗାଁ, ମଙ୍ଗଳପୁର, ଶ୍ୟାସୁନ୍ଦରପୁର ଅଂଚଳର ନଦୀ ଘାଟରେ ବୁଲୁଥିବାର ଲୋକମାନେ ଦେଖିବାକୁ ପାଉଛନ୍ତି । କାଳେ କୁମ୍ଭୀରର କିଛି କ୍ଷତି ହୋଇଯିବ ସେଥିପାଇଁ ବନ ବିଭାଗର ଟିମ ସେହି ସବୁ ଅଂଚଳରେ ବୁଲି କୁମ୍ଭୀରର ଗତିବିଧି ଉପରେ ନଜର ରଖୁଛନ୍ତି । ମହାନଦୀ ଲୋକଙ୍କର ଦୈନଦିନ କାର୍ଯ୍ୟରେ ଆସୁଥିବା ବେଳେ ବର୍ତ୍ତମାନ ମହାନଦୀରେ କୁମ୍ଭୀର ଦେଖାଦେବା ପରେ ସ୍ଥାନିୟ ଲୋକେ ଆତଙ୍କିତ ହୋଇପଡିଛନ୍ତି ଓ ମହାନଦୀକୁ ଯିବାକୁ ଡରୁଛନ୍ତି । ମତ୍ସଜିବୀମାନେ ପ୍ରତିଦିନି ମାଛ ମାରି ଗୁଜାରଣ ମେଣ୍ଟାଉଥିବା ବେଳେ କୁମ୍ଭୀର ଯୋଗୁଁ ସେମାନେ ମଧ୍ୟ ନଦୀକୁ ଯିବାକୁ ଭୟ କରୁଛନ୍ତି । ଏହି ସବୁ ଅଂଚଳର ଲୋକମାନେ ଆଉ ନଦୀକୁ ଯାଉନାହାନ୍ତି । କୁମ୍ଭୀରଟି ବିଶାଳକାୟ ହୋଇଥିବାରୁ ଯେ କୌଣସି ମୂହୁର୍ତ୍ତରେ କିଛିବି ଅଘଟଣ ଘଟାଇ ପାରେ ବୋଲି ସ୍ଥାନିୟ ଅଂଚଳବାସୀ ପ୍ରକାଶ କରିଛନ୍ତି । ଦୀର୍ଘ ଦିନ ହେବ କୁମ୍ଭୀରଟି ମହାନଦୀରେ ବୁଲୁ ଥିବାରୁ ବନ ବିଭାଗ ପାଇଁ ବର୍ତ୍ତମାନ ମଣିଷ ଜୀବନ ଅପେକ୍ଷା କୁମ୍ଭୀରର ସୁରକ୍ଷା ନେଇ ଅଧିକ ଚିନ୍ତା ହୋଇପଡିଛି । ହେଲେ ଗୋରୁଗାଈମାନେ ନଦୀକୁ ଚାଲିଯାଉଥିବାର ଦେଖିବାକୁ ମିଳୁଛି । ଗୋରୁଗାଈଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଯେଭଳି ଭାବରେ କୁମ୍ଭୀର ଯୋଗୁଁ ଅଘଟଣମାନ ଘଟୁଛି । ତାହାକୁ ଦେଖିଲେ ଯେ ଏଠାରେ ମଧ୍ୟ ସେହିଭଳି ଅଘଟଣ ଘଟିବାର ସମ୍ଭାବନା ରହିଛି ।
ଗଂଜେଇ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୨୮/୮: ବୌଦ୍ଧଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ବିକ୍ରମ କୁମାର ପ୍ରଧାନ ଶନିବାର ଦିନ ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୨୬.୩.୨୨ ତାରିଖରେ ବୌଦ୍ଧ ଅବକାରୀ ବିଭାଗର ସବ ଇନିସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି ଓ ଅନ୍ୟ କର୍ମଚାରୀ ମାନେ ବୌଦ୍ଧ ଥାନା ଅର୍ନ୍ତଗତ ଦୁର୍ଗାପ୍ରସାଦ ( ଗୁନିଗାନି) ଗ୍ରାମା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ ଖୋଲା ଜାଗାରେ ଘରପଛ ପଟ ମହୁଲ ଗଛ ତଳେ ଦୁର୍ଗାପ୍ରସାଦ ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ କୁମାର ମଲିକ ( ୨୬) ଜରି ବ୍ୟାଗ ଗୁଡିକରେ ଗଂଜେଇ ଭର୍ତ୍ତି କରୁଥିବା ବେଳେ ଅବକାରୀ କର୍ମଚାରୀଙ୍କ ହାତରେ ଧରାପଡିଥିଲେ ।
ଅବକାରୀ କର୍ମଚାରୀ ମାନେ ତା ପାଖରୁ ୩ ଗୋଟି ବସ୍ତାରୁ ୪୫ କେଜି ଗଂଜେଇ ଜବତ କରିବା ସହ ଏକ ମାମଲା ରୁଜୁ କରି ବିଚାର ପାଇ କୋର୍ଟକୁ ପଠାଇଥିଲେ । ଏହି ମାମଲାଟି ପରିବର୍ତି ସମୟରେ ବୌଦ୍ଧଜିଲ୍ଲା ଦୌରାଜଜଙ୍କ ଅଦାଲତରେ (୨ଏସିସି ୭/୨୨)ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବରୁ ଅଦାଲତ ଅଭିଯୁକ୍ତ ପ୍ରଶାନ୍ତ ମଲିକକୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲାକୁ ଆଇନଜୀବୀ ଅଶୋକ କୁମାର ମିଶ୍ର , ଅମ୍ରିତ କୁମାର ପ୍ରଧାନ ପରିଚାଳନା କରିଥିଲେ ।
ବେଆଇନ କଫ ସିରଫ ଜବତ ମାମଲା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୨୮/୮: ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ସରୋଜିନୀ ପତି ଶନିବାର ଦିନ ଏକ ମାମଲାର ବିଚାର କରି ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶ ଯେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନାର ବାଉଁଶୁଣୀ ଗ୍ରାମରେ ଅଭିଯୁକ୍ତ ସଂଜୟ କୁମାର ଅଗ୍ରୱାଲା, ଓମ ପ୍ରକାଶ ଅଗ୍ରୱାଲା, ରାଜେଶ କୂମାର ଅଗ୍ରୱାଲା ନିଜ ଘରେ ବିକ୍ରି କରିବା ପାଇ କଫ ସିରଫ ମହଜୁଦ ରଖିଥିଲେ ।
ଏହି ଖବର ପାଇବା ପରେ ବାଉଁଶୁଣୀ ପୁଲିସ ଗତ ୧୬.୨.୨୦୧୫ରେ ଅଭିଯୁକ୍ତଙ୍କ ଘରେ ଚଢାଉ କରି ବିପୁଳ ପରିମାଣର କଫ ସିରଫ ଜବତ କରିଥିଲା । ପୁଲିସ ସେମାନଙ୍କ ପାଖରୁ ୧୨୪୫ ଗୋଟି କଫ ସିରଫ ବୋତଲ ଜବତ କରିଥିଲା । ଏନେଇ ବାଉଁଶୁଣୀ ପୁଲିସ ପକ୍ଷରୁ ଥାନା କେସ ନଂ ୧୮/୨୦୧୫ ମାମଲା ରୁଜ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ପରିବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ୱେଶାଲ କେସ ନଂ ୧୯/୨୦୧୫ ରେ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାକୁ ଅଭିଯୁକ୍ତମାନଙ୍କ ପକ୍ଷରୁ ଆଇନଜୀବୀ ପ୍ରିତମ ମିଶ୍ର ପରିଚାଳନା କରୁଥିଲେ ।
ବୌଦ୍ଧ ମାରୱାଡି ଯୁବ ମଂଚ ପକ୍ଷରୁ ଆୟୋଜିତ ସାଇକ୍ଲୋଥନ କାର୍ଯ୍ୟକ୍ରମ ଉଦଘାଟନ
ବୌଦ୍ଧ,୨୮/୮: ବୌଦ୍ଧ ମାରୱାଡି ଯୁବ ମଂଚ ପକ୍ଷରୁ ଆଜି ଆୟୋଜିତ ସାଇକ୍ଲୋଥନ କାର୍ଯ୍ୟକ୍ରମକୁ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଉଦଘାଟନ କରିଛନ୍ତି । ଅଖିଳ ଭାରତୀୟ ମାରୱାଡି ଯୁବ ମଂଚ , ବୌଦ୍ଧ ଶାଖା ପକ୍ଷରୁ ବୌଦ୍ଧ ଠାରେ ଆୟୋଜିତ ସାଇକ୍ଲୋଥନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଯୋଗ ଦେଇଥିଲେ ।
ସଭାପତି କୁଶ ଅଗ୍ରୱାଲ ଙ୍କ ଅଧକ୍ଷତରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ପଦ୍ମଜା ପତି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ସମଗ୍ର ଭାରତ ବର୍ଷରେ ଆଜି ଏକ ସମୟରେ ୪୦୦ ରୁ ଉର୍ଦ୍ଧ ସହରରେ ମଂଚର ଶାଖାମାନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାଇକ୍ଳୋଥନଟି ଅଗ୍ରୱାଲା ଭବନରୁ ଆରମ୍ଭ ହୋଇ ଆଇ.ଆର.ବି ଠାରେ ସମାପ୍ତ ହୋଇଥିଲା ।
ଆଇ.ଆର.ବି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଇକ୍ଳୋଥନ ରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ବୌଦ୍ଧ ପଂଚମ ଆଇଆରବି ବାଟାଲିୟନ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି କ୍ଷ
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଆଇଆରବିର ଦୁର୍ଗପତି ଦୁର୍ବାସା ନାୟକ , ଉପ ଦୁର୍ଗପତି ଗୋପବନ୍ଧୁ ତ୍ରିପାଠୀ, ଶ୍ରଦ୍ଧାକର ଧାରୁଆ, ବେଲରସେନ ମେହେର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସଂପାଦକ ଅନିଶ ଅଗ୍ରୱାଲ ମୋହିତ ଅଗ୍ରୱାଲ, ରାଜକିରଣ ଅଗ୍ରୱାଲ, କେତନ ଅଗ୍ରୱାଲ, ନଟବର ଅଗ୍ରୱାଲ, ବିକାଶ ଅଗ୍ରୱାଲ ଓ ଆଇଆରବିର ସମସ୍ତ ଯବାନ ଓ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ ।

ଗଣ ଶିକ୍ଷକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ

ବୌଦ୍ଧ,୨୮/୮ : ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଖଲିଆପାଲି ବାବା ଗୁପ୍ତେଶ୍ଵର ଶିବମନ୍ଦିର ଠାରେ ଗଣ ଶିକ୍ଷକ ଏକ୍ସ କ୍ୟାଡର ଶିକ୍ଷକ ସଂଘର କ୍ଲଷ୍ଟର୍ ସ୍ତରୀୟ ବୈଠକ ବ୍ଲକ ସଭାପତି ଶୁସାନ୍ତ ଅମାତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
ଏଥିରେ ରହିଯାଇଥିବା ଡିଏ ଏରିଅର, ଏନପି ଏସ ଓ ପ୍ରତ୍ୟେକ ମାସରେ ଠିକ୍ ସମୟରେ ଦରମା ହେବା ସଂପର୍କରେ ଆଲୋଚନା କରାଯାଇଥିଲା। ଏବଂ ସଂଗଠନ କୁ ସୁଦୃଢ କରିବା ପାଇଁ ପ୍ରତ୍ୟେକ ତିନି ମାସରେ ଥରେ ବିଭିନ୍ନ ସ୍ଥାନରେ ବୈଠକ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଉକ୍ତ ବୈଠକରେ ସଂପାଦକ ସୁଧିର ପଟ୍ଟନାୟକ, ଉପସଭାପତି ସୁରେନ୍ଦ୍ର ନାଏକ, କୋଷାଧ୍ୟକ୍ଷ ଲକ୍ଷ୍ମୀନ୍ଦ୍ର ଥପା, ଜିଲ୍ଲା ସହ ସଂପାଦକ ଜୟରାମ ମେହେର, ଉପଦେଷ୍ଟା ଯୋଗେଶ ମିଶ୍ର, ଶିକ୍ଷକ ପ୍ରଶାନ୍ତ ସିଂ, ଜିତେନ୍ଦ୍ର ପ୍ରଧାନ, ସୁବାସ ପ୍ରଧାନ, ସୁଜିତ ସିଂ, ଭିମସେନ ଦୀପ,ନିରଞ୍ଜନ ମହାକୁଡ, ସ୍ମରଜିତ ପ୍ରଧାନ, ସତ୍ୟନାରାୟଣ ରାଜହଂସ,ସତ୍ୟାନନ୍ଦ ଦନାୟକ ପ୍ରମୁଖ ବହୁ ଶିକ୍ଷକ ଉପସ୍ଥିତ ଥିଲେ। ଆଗାମୀ ବୈଠକ କସୁରବନ୍ଧ ଠାରେ ହେବାକୁ ସ୍ଥିର କରାଯାଇଥିଲା। ଶେଷରେ ସଂପାଦକ ସୁଧିର ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।
ଜ୍ଞାନପ୍ରକାଶ ସାଇକେଲ ଯାତ୍ରା
ବୌଦ୍ଧ, ୨୮/୮: ଆଜି ସକାଳ ୭ ଘଣ୍ଟା ସମୟରେ ଜ୍ଞାନ ପ୍ରକାଶ ପତ୍ରିକା ଆନୁକୁଲ୍ୟରେ ଏକ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହର ମର‌୍ୟାକୁଦ୍ ମହାନଦୀ ପୋଲ ଛକ ଠାରୁ ଏହି ସାଇକେଲ ଯାତ୍ରା ବାହାରି ଥିଲା। ଏନଆଇଏଫଏଫ ଅନୁଷ୍ଠାନ ଓ ଜ୍ଞାନପ୍ରକାଶ ମିଳିତ ଆୟୋଜନ ଏହି କାର‌୍ୟ୍ୟକ୍ରମ କୁ ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର ଉଦଘାଟନ କରିଥିଲେ ।
ଅଧ୍ୟାପକ ପରିବେଶ ବିତ୍ ଡ ପ୍ରବୀର କୁମାର ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାଇକେଲ ଯାତ୍ରା ପରିଚକ୍ଷଳନକ୍ଷ କରିଥିଲେ । ଏହି ସାଇକେଲ ଯାତ୍ରା ପର‌୍ୟଟନ କ୍ଷେତ୍ର ନାଇକପଡକ୍ଷ ଗୁମ୍ଫା ଠାରେ ପହଞ୍ଚି ଥିଲା।
ସେଠାରେ ଜ୍ଞାନ ପ୍ରକାଶ ପତ୍ରିକା ପ୍ରତିଷ୍ଠାତା ଶିକ୍ଷାବିତ୍ ଶିକ୍ଷା ପରାମର୍ଶ ଦାତକ୍ଷ ଜ୍ଞାନଚାନ୍ଦ ଶତପଥୀ ସାଇକେଲ ଯାତ୍ରା ର ଉଦ୍ଦେଶ୍ୟ ପରିବେଶ ସୁରକ୍ଷା ର ବାର୍ତ୍ତା କୁ ସାକାର କରିବା ଲକ୍ଷ୍ୟରେ ବୃକ୍ଷ ରୋପଣ ଆରମ୍ଭ କରିଥିଲେ। ଏହି ସାଇକେଲ ଯାତ୍ରାରେ ୫୦ ଜଣ ଅଂଶ ଗ୍ରହଣ କରିଥିଲେ । କାର‌୍ୟ୍ୟକ୍ରମ କୁ ଜ୍ଞାନ ପ୍ରକାଶ ସମ୍ପାଦକ ସରୋଜ କୁମାର ସାହୁ ଏବଂ ପରିବାର ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ବୌଦ୍ଧ ଜିଲ୍ଲା କୁ ମିଳିଲା ସମ୍ମାନଜନକ ସ୍କଚ ଆୱାର୍ଡ
ବୌଦ୍ଧ,୨୮/୮: ବୌଦ୍ଧ ଜିଲ୍ଲା କୁ ମିଳିଲା ସମ୍ମାନଜନକ ସ୍କଚ ଆୱାର୍ଡ । ନୂଆଦିଲ୍ଲୀର କନଷ୍ଟିଜିସନ୍ କ୍ଲବ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଏବଂ ଜିଲ୍ଲା ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକ ବିନାୟକ ପୃଷ୍ଟି ନୂଆଦିଲ୍ଲୀ ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇଛନ୍ତି ।
୨୦୨୩ ମସିହା ପାଇଁ ବିଭିନ୍ନ କ୍ଷେତ୍ର ରେ ଉଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲା ରେ ହସ୍ତତନ୍ତ ଉନ୍ନୟନ କାର‌୍ୟ୍ୟକ୍ରମରେ ଉତ୍କର୍ଷ କାମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ବୌଦ୍ଧ ଜିଲ୍ଲାର ପାଟ ଲୁଗା, ମଠା ଲୁଗା, ମନମୁଣ୍ଡିଆ ଗାମୁଛା, ମର୍ଜାକୁଦିଆ ଗାମୁଛା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି । ବୌଦ୍ଧ ବୁଣାକାରମାନଙ୍କ ଉନ୍ନତି ଓ ଉତ୍ପାଦିତ ବସ୍ତ୍ରର ବିକ୍ରୟ ସୁବିଧା ପାଇଁ ବୃହତ ବୁଣାକାର ବଜ଼ାର ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇ ପରିଚାଳନା କରାଯାଉଛି ।

Related Posts

Seo wordpress plugin by www.seowizard.org.