Odisha News

ବୌଦ୍ଧ : ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୧୦/୧୦: ରବିବାର ପବିତ୍ର ପ୍ରଫେଟ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ପାଳିତ କରାଯାଇଥିଲା । ଏହାକୁ ଇଦ୍ ମିଲାଦୁନ ନବି ଭାବେ ପାଳିତ କରାଯାଏ ,ଏହି ଦିନ କୁ ମୁସଲିମ ସମ୍ପ୍ରଦାୟ ର ଲୋକେ ଖୁବ୍ ଆନନ୍ଦ ଉଲ୍ଲାସ ର ସହକାରେ ପାଳନ କରିଥାନ୍ତି ।
ରବତବାର ବୌଦ୍ଧ ସୁନ୍ନି ମସଜିଦ ପକ୍ଷରୁ ଏହି ଦିବସ କୁ ବହୁ ଧୁମ୍ ଧାମ ରେ ପାଳିତ କରାଯାଇଛି । ସୁନ୍ନି ମସଜିଦ ର ବହୁ ମୁସଲମାନ ଭାଇ ମାନେ ସକାଳୁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ ।
ଭାଇଚାରା ର ଏହି ଶୋଭାଯାତ୍ରା ରେ ମହମ୍ମଦ ଙ୍କ ଉଦ୍ଦେଶ୍ୟ ରେ ବହୁ ଗୀତ ଗାନ କରିବା ସହିତ ମହମ୍ମଦ ଙ୍କ ଜୀବନୀ ବିଷୟରେ ଲୋକଙ୍କୁ ସୂଚନା ପ୍ରଦାନ କରିଥିଲେ । ପରେ ମସଜିଦ ରେ ସମସ୍ତ ସୁନ୍ନି ମୁସଲମାନ ଭାଇ ଯୋଗଦେଇ ସଲାମ ପାଠ କରିବା ସହିତ ପରସ୍ପର ଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ ।
ଏହି ଉତ୍ସବ ରେ ମହମ୍ମଦ ୟାସିନ, ମହମ୍ମଦ ଇସାକ, ସାବିର ମହମ୍ମଦ, ଆସିଫ ଖାନ୍, ସିକନ୍ଦର ଖାନ୍, ମହମ୍ମଦ ସବୀର ଖାନ୍, ଶାହାଜାହାନ ଖାନ୍, ଇନ୍ତିୟାଜ୍ ଖାନ୍, ଇମଦାଦ ଖାନ୍, ମହମ୍ମଦ ଅରସାଦ ଖାନ୍ ଙ୍କ ସମେତ ବହୁ ମୁସଲମାନ ଭାଇ ଯୋଗଦେଇ ଥିଲେ ।

ହରଭଙ୍ଗାରେ ସ୍ୱଚ୍ଛ ଭାରତ ୨.୦ ଅନୁଷ୍ଠିତ
ହରଭଙ୍ଗା ,୧୦/୧ : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଗଣପତି ବାପା ମୋର ୟା ଯୁବକ ସଂଘର ମିଳିତ
ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତା ସୁପ୍ରିୟା ଦେହୁରୀ, ମନୋଜ ଭୋକ୍ତା ଓ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ଗାନ୍ଧିଜୀଙ୍କ ଜନ୍ମ ତିଥି ଅନୁସାରେ ଅକ୍ଟୋବର୧
ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖରେ ସମାପ୍ତ ହେବାକୁ ଥିବା ସ୍ୱଚ୍ଛ ଭାରତ ୨.୦ ଆଜି ନବମ ଦିନରେ ଖରସଙ୍କୁଲୋଇ ଠାରେ ବ୍ଲକ ସ୍ତରୀୟ ସ୍ୱଚ୍ଛ ଭାରତ ୨.୦ ଓ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଉଦଘାଟିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଗ୍ରାମେ ଅଙ୍ଗନବାଡ଼ି କର୍ମୀ ଉମାରାଣୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହ ଯୁବ ବର୍ଗଙ୍କ ଏହି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକରବିଭିନ୍ନ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଗୋଷ୍ଠିକେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ପର୍ଯ୍ୟଟନ ସ୍ଥଳୀ ପ୍ରଭୃତି ସ୍ଥାନ ଗୁଡିକରେ ସ୍ୱଚ୍ଛତା ରଖିବାକୁ କାର୍ଯ୍ୟକ୍ରମ ରଖାଯାଇଛି । ଏହି ଆଧାରରେ ଆଜି ଖରସଙ୍କୁଲୋଇ ଠାରେ ଗ୍ରାମର ଉଦିୟମାନ ଯୁବକ ମାନଙ୍କୁ ନେଇ ସ୍ୱଚ୍ଛ ଭାରତ ୨.୦ ଆୟୋଜନ କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ସାରଦା ପ୍ରସାଦ ହୋତା, ସୌଭାଗ୍ୟ କୁମାର ମହାକୁଡ଼ , ଓ ଗ୍ରାମର ଅନ୍ୟାନ୍ୟ ଯୁବକ ଯୁବତୀ ସହଯୋଗ କରିଥିଲେ, ସୂଚନା ଥାଉକି ଏହି କାର୍ଯକ୍ରମ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏଁ ଚାଲିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ହରଭଙ୍ଗା ବ୍ଲକ ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ
ହରଭଙ୍ଗା,୧୦/୧୦:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୁରୁଣା କଟକ ଠାରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପୁରୁଣା କଟକ ପଂଚାୟତ ର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପ୍ରଧାନ ତାଙ୍କର ବହୁ ସମର୍ଥକ ଆଜି ବିଜେଡିରେ ଯୋଗ ଦେଇଥିଲେ ।
ଏହି ମିଶ୍ରଣ ପର୍ବରେ ଜଙ୍ଗଲ ଓ ପରିବେଶ ତଥା ଜଳ ବାୟୁ ପରିବର୍ତ୍ତନ,ପଂଚାୟତ ରାଜ ଓସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବ ରେ ବିଜେଡି କର୍ମୀ ଓ ବିଭିନ୍ନ ଅଂଚଳରୁ ବହୁ ଲୋକ ଯୋଗ ଦେଇଥିଲେ ,ପରେ ପଦଯାତ୍ରା ରେ ପୁରୁଣାକଟକ ପଂଚାୟତ ର ଅନେକ ଗ୍ରାମ କୁ ପଦଯାତ୍ରା ରେ ମନ୍ତ୍ରୀ ଓ କର୍ମୀ ମାନେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନହିତକାରୀ ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସଫଳତା ଲୋକ ମାନଙ୍କ ପାଖରେ ପହଞ୍ଚାଇଥିଲ ।
ଏହି ପଦଯାତ୍ରା ରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ, ବରିଷ୍ଠ ବିଜେଡି ନେତା ଅଶୋକ କୁମାର ସାହୁ, ତାରେଣୀ ମହାପାତ୍ର, ବସନ୍ତ କୁମାର ସ୍ୱାଇଁ, ଏନଏସି ଅଧକ୍ଷ ମୃତ୍ର‌୍ୟୁଞ୍ଜୟ ମିଶ୍ର, ସରପଞ୍ଚ ଅଶୋକ ସେଠୀ, ବାବୁ ମେହେର, ଅକ୍ରୁର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାଶ, ଧିରେନ ଦେହୁରୀ, ସୁରେନ ପଧାନ, ପ୍ରଦୀପ କୁମାର ସାହୁ, ଚିତ୍ତରଞ୍ଜନ ସିଂହ, ସଂଜୀବ ଦେହୁରୀ ପ୍ରମୁଖ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ କ୍ଷ

Related Posts

Seo wordpress plugin by www.seowizard.org.