Odisha News

ବୌଦ୍ଧ ପୁସ୍ତକ ମେଳା ପ୍ରସ୍ତୁତି ବୈଠକ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୯: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବୌଦ୍ଧ ପୁସ୍ତକ ମେଳା-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଫୋରମର ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂପାଦକ ଯୁଗଳକିଶୋର ସାମଲ ଗତ ବୈଠକ ଏବଂ ୨୦୨୧ ପୁସ୍ତକ ମେଳା ସଂପର୍କରେ ବୈଠକରେ ଆଲୋକପାତ କରିବାସହ ଆଗାମୀ ପୁସ୍ତକ ମେଳା ପାଇଁ ସଦସ୍ୟ ମାନଙ୍କ ମତାମତ ପାଇଁ ଆହ୍ୱାନ କରିଥିଲେ । କରୋନା ମହାମାରୀ ପୁସ୍ତକ ପ୍ରକାଶକ ମାନଙ୍କ ପାଇଁ ଯଥେଷ୍ଟ କ୍ଷତି ପହଞ୍ଚାଇଥିବାରୁ ଚଳିତବର୍ଷ ୬ ଦିନ ବଦଳରେ ୭ ଦିନ ପୁସ୍ତକ ମେଳାର ସମୟ ବୃଦ୍ଧି କରିବା ସହ ଏକ ନୂଆ ରୂପରେ ୨୦୨୨ ପୁସ୍ତକ ମେଳା କରିବାକୁ ବୈଠକରେ ସଦସ୍ୟମାନେ ମତ ପ୍ରକାଶ କରିଥିଲେ ।
ଫୋରମର ବରିଷ୍ଠ ସଦସ୍ୟ ସୁକାନ୍ତ ପଟ୍ଟନାୟକଙ୍କ ପ୍ରସ୍ତାବକ୍ରମେ ପୁସ୍ତକ ମେଳାର ନୂତନ ଆବାହକଭାବେ ସତ୍ୟଜିତ ପଣ୍ଡାଙ୍କୁ ସର୍ବସମ୍ମତିକ୍ରମେ ରଖାଯାଇଥିବା ବେଳେ ଗଠିତ ନୂତନ ଅଭ୍ୟର୍ଥନା କମିଟି ମୁଖ୍ୟ ସୁକାନ୍ତ ପଟ୍ଟନାୟକ, ଅର୍ଥ କମିଟି ଦିବ୍ୟରଞ୍ଜନ ପଟ୍ଟନାୟକ, ସ୍ମରଣୀକା କମିଟି ସତ୍ୟଜିତ ପଣ୍ଡା (ପ୍ରକାଶକ), ସତ୍ୟନାରାୟଣ ପାଣି (ମୂଖ୍ୟ ସଂପାଦକ), ବଂଶୀଧର ମାଝୀ( ସଂପାଦନା ମଣ୍ଡଳୀ) , ସୁଜାତା ସାହୁ( ସଂପାଦନା ମଣ୍ଡଳୀ) ସାସ୍କୃତିକ କମିଟି ଚିତ୍ତରଞ୍ଜନ ସିଂ, ବିଭୁଦତ୍ତ ଘୋଷ, ଭାଗବତ ମେହେର, ଦେବାଶିଷ ମଲିକ, ଷ୍ଟଲ ପରିଚାଳନା-ସଞ୍ଜିବ ମହାକୁଳ, ସୁଧାଂଶୁ ଶେଖର ମିଶ୍ର, ଦେବାନନ୍ଦ ସାହୁଙ୍କୁ ସ୍ଥାନିତ କରାଯାଇଥିଲା ।
ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ପୁସ୍ତକ ମେଳାରେ ପ୍ରତିଦିନ ଆଲୋଚନାଚକ୍ର, କର୍ମଶାଳା, କବିତା ପାଠୋତ୍ସବ ଭଳି କାର୍ଯ୍ୟକ୍ରମ ହେବାସହ ୩ ଦିନ ତିନିଗୋଟି ବ୍ଲକ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ତରଫରୁ ତିନି ଦିନର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକ ନୃତ୍ୟ, ଗୀତକୁ ମଧ୍ୟ ପ୍ରାଧାନ୍ୟ ଦେବାକୁ ସ୍ଥିର କରାଯିବା ସହ ସ୍ମରଣିକାର କଳେବର ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଶେଷରେ ବୈଠକର ସଫଳତା କାମନା କରି ବରିଷ୍ଠ ସଦସ୍ୟ ସତ୍ୟନାରାୟଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

ବୌଦ୍ଧ ଜିଲ୍ଲା ଓକିଲ ସଂଘର ପ୍ରତିବାଦ ଦିବସ :ବୌଦ୍ଧଜିଲ୍ଲାକୁ ସମ୍ବଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ଦାବୀ ଓ ସମ୍ବଲପୁର ଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚଦାବୀରେ
ବୌଦ୍ଧ,୨୯/୯: ବୌଦ୍ଧ ଜିଲ୍ଲା ପଶ୍ଚିମ ଓଡିଶାର ଭାଷାଭାଷୀ ,ଚାଲିଚଳନ , ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଅଙ୍ଗି ଭାବେ ଜଡିତ । ବୌଦ୍ଧ ଜିଲ୍ଲା ୧୯୯୪ ମସିହା ଠାରୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଠନ ହେବା ପରେ ଜିଲ୍ଲାବାସୀ ଉତରଞ୍ଚଳ ରାଜସ୍ୱ ଆୟୁକ୍ତ ଅଧିନରେ ସାମିଲ ନେଇ ଦାବୀ କରିଆସୁଅଛନ୍ତି । ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବୀ ସରକାରଙ୍କ ନାଲିଫିତା ତଳେ ଚାପି ହୋଇରହିଛି ।
ବୌଦ୍ଧ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପାଇଁ ଜିଲ୍ଲା ଓକିଲ ସଂଘ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ପ୍ରମୁଖ ଦାବୀ ବୌଦ୍ଧକୁ ସମ୍‌ôଲପୁର ରାଜସ୍ୱ ଆୟୁକ୍ତରେ ସାମିଲ ନେଇ ପୁଣି ବୁଧବାର ଦିନ ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ଓହ୍ଳାଇବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିଥିଲା । ବୌଦ୍ଧ ଜିଲ୍ଲା ପୂର୍ବରୁ ଉପଖଣ୍ଡର ମାନ୍ୟତା ପାଇଥିଲା ଓ କନ୍ଧମାଳ ଜିଲ୍ଲା ଅଧିନରେ ଥିଲା ଏବଂ ଏହା ୧୯୯୪ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ସ୍ୱତନ୍ତ୍ର ଜିଲାର ମାନ୍ୟତା ପାଇଥିଲା ।
ବର୍ତ୍ତମାନ ମଧ୍ୟ ଏହି ଜିଲା ବ୍ରହ୍ମପୁର ରାଜସ୍ୱ ମଣ୍ଡଳ ଅଧିନରେ ରହିଥିବା ବେଳେ ଏହାକୁ ସମ୍ବଲପୁର ରାଜସ୍ୱ ଆୟୂକ୍ତରେ ସାମିଲ କରିବା ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଛି । ଦୁରତ୍ୱ ଓ ଜନସାଧରଣଙ୍କ ସୁବିଧା ଦୃଷ୍ଟିରୁ ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ମଣ୍ଡଳରେ ସାମିଲ କରିବାପାଇଁ ଜନସାଧାରଣଙ୍କ ଦାବିକୁ ସରକାର ଅଣଦେଖା କରିଚାଲିଛନ୍ତି ।
ଏନେଇ ଜିଲ୍ଲା ଓକିଲ ସଂଘର ସଭାପତି ତାରେଣୀ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ଓକିଲ ସଂଘର ସମସ୍ତ ସଦସ୍ୟ ଦିନ ୧୦ ଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିଥିଲେ । ଏହା ସହ ପଶ୍ଚିମ ଓଡିଶାର ସମ୍ବଲପୁର ଠାରେ ହାଇକୋର୍ଟର ଏକ ସ୍ଥାୟୀ ଭାବେଞ୍ଚ ଦାବୀ ମଧ୍ୟ କରିଥିଲେ । ବୌଦ୍ଧ ଜିଲ୍ଲା ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତରେ ସାମିଲ ହେଲେ ଜିଲ୍ଲାର ଜନସାଧରଣ ଦୁରତା କ୍ଷେତ୍ରରେ ସୁବିଧା ପାଇବା ସମସ୍ତ କାର୍ଯ୍ୟ କରିବାରେ ସହଜ ହୋଇପାରିବ ବୋଲି ଜିଲ୍ଲା ଓକିଳ ସଂଘର ସଭାପତି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହ ଅଗାମୀ ଦିନରେ ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜୋର ଦାର ହେବ ବୋଲି କହିଥିଲେ ।
ଏହି ପ୍ରତିବାଦ ସଭାରେ ସଂଘର ବରିଷ୍ଠ ଆଇନଜୀବୀ ଓମ ପ୍ରକାଶ ମିଶ୍ର , ସଂଘର ସଂପାଦକ ଅଶୋକ କୁମାର ମିଶ୍ର , ସୁଧର କର୍ଣ୍ଣ , ସୁରେଶ ଚନ୍ଦ୍ର ମେହେର, ଧୁରୀଣ କୁମାର ଦେହୁରୀ, ଦେବରଂଜନ ମହାକୁଡ, ଆଶୋକ କୁମାର ସାହୁ, , ଶିବପ୍ରସାଦ ପଣ୍ଡା, ତାରେଣୀ ଜେନା, ଜ୍ୟୋତିରଂଜନ ସିହ୍ନା, ରାଜେନ୍ଦ୍ର ଦେହୁରୀ, ସୂର୍ଯ୍ୟନାରାୟଣ ମହାପାତ୍ର, ଜ୍ଞାନରଂଜନ ପଟ୍ଟନାୟକ, ଦେବରଂନ ବିଶି, ସୁରେନ୍ଦ୍ର ପ୍ରଧାନ, ଜାମିନି ମୁଖି, ତଦଶା ମାଝୀ, ଅଙ୍କିତା ଶତପଥି, ମନୋଜ ମହାରଣା, ଜୁଲିୟସ ସିଜର ମହାକୁଲ, ଅମ୍ରିତ ପ୍ରଧାନ, ପ୍ରତିମ ମିଶ୍ର , ବିବେକାନନ୍ଦ ଦେହୁରୀ, ମନୋଜ ତ୍ରିପାଠି, କୁନାଲ ପାଣିଗ୍ରାହୀ, ଆଶୁତୋଷ ସାହୁ, ଆଶୁତୋଷ ଦାସ, ଅବିନାଶ ମେହେର, ତୁଷାରକାନ୍ତ ଦୀପ, ତରଣୀସେନ ଭୋକ୍ତା, ହରିଶ ମିଶ୍ର, ପରମେଶ୍ୱର ବିଶି ଓ ଅଜିତ କୁମାର ବାରିକଙ୍କ ସମେତ ବହୁ ସଂଖ୍ୟାରେ ଆଇନଜୀବୀ ମାନେ ସାମିଲ ଥିଲେ ।

ଭଲ ପାଇ ସଂସାର କରିବା ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ ମାମଲା :ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୨୯/୯: ବୌଦ୍ଧଜିଲ୍ଲା ସହକାରୀ ଦୌରାଜଜ୍ ତଥା ସ୍ପେଶାଲ ଟ୍ରାକ କୋର୍ଟ ବିଚାରପତି ମଙ୍ଗଳବାର ଦିନ ଏକ ମାମଲାର ବିଚାର କରି ଜଣେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛିନ୍ତି । ମାମଲାରୁ ପ୍ରକାଶ ଯେ, ଏରଡା ଗ୍ରାମରେ ଜଣେ ୧୯ ବର୍ଷିଆ ଯୁବତୀଙ୍କ ସହ ଉକ୍ତ ଗ୍ରାମର ଅଭିଯୁକ୍ତ ଅଶୋକ ଅଦାବର (୨୨)କୁ ଦୁଇ ବର୍ଷ ହେବ ଭଲ ପାଇଆସୁଥିଲେ ।
ଏହା ଭିତରେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ଗଢି ଉଠିଥିଲା । ଯୁବତୀ ଜଣକ ୫ ମାସର ଗର୍ଭବତୀ ହେବା ପରେ ଅଭିଯୁକ୍ତ ଅଶୋକ ଅଦାବରକୁ କହିବା ପରେ ଛୁଆ ନଷ୍ଟ ହେବା ପାଇଁ ଏକ ବଟିକା ଖାଇ ଦିଅ ବୋଲି କହିବା ସହ ଦେହ ଭଲ ହେଲେ ବାହାର କୁ ଘର ଛାଡି ପଲାଇବା ସୁଖରେ ସଂସାର କରିବା କହିଥିବା ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଏପଟେ କିନ୍ତୁ ଅଭିଯୁକ୍ତ ଜଣକ ଘର ଛାଡି ପଲାଇଯାଇଥିଲା ।
ଏନେଇ ଯୂୁବତୀ ଜଣକ ନ୍ୟାୟ ପାଇଁ ଗତ ୧୯.୯.୨୦୧୫ରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବୌଦ୍ଧ ପୁଲିସ ଥାନା କେସନଂ ୨୧୨/୧୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ପୁଲିସ ଅଭିଯୁକ୍ତ ଅଶୋକ ଅଦାବରକୁ ଗତ ୧.୧୦.୧୫ରେ ଗିରଫ କରି ବିଚାର ପାଇ କୋର୍ଟକୁ ପଠାଇଥିଲା । । ପରବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ସହକାରୀ ଦୌରାଜଜ୍ ତଥା ସ୍ପେଶାଲ ଟ୍ରାକ କୋର୍ଟଙ୍କ ଅଦାଲତରେ ଏସଟି ୧୯/୧୬ ହୋଇ ବିଚାର ହୋଇଥିଲା । ମାମଲାରେ ସରକାରଙ୍କ ପକ୍ଷରୁ ୨୬ ଜଣ ସାକ୍ଷୀଙ୍କ ବୟାନଙ୍କୁ ଭିତି କରି ପ୍ରମାଣ ଥିବା ନେଇ ମାନ୍ୟବର ଅଦାଲତ ଅଭିଯୁକ୍ତ ଅଶୋକ ଅଦାବରକୁ ୧୦ କାରାଦଣ୍ଡାଦେଶ ଆଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଜୁଲିୟସ ସିଜର ମହାକୁଲ ମାମଲା ପରିଚାଳନା କରୁଥିଲେ ।
ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଅଗ୍ନିକାଣ୍ଡ
ବୌଦ୍ଧ,୨୯ା୯: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଦିନ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୁଚନା ମୁତାବକ ବୌଦ୍ଧ ନିରାମୟ କେନ୍ଦ୍ର ଗୋଦାମ ଗୃହ ଠାରେ ସକାଳ ୧୦ ଟା ସମୟରେ ହଠାତ ଧୁଆଁ ବାହରିଥିଲା । ଧୁଆଁ ବାହାରିବା ଦେଖି ମେଡିକାଲ କର୍ମଚାରୀ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘରର କବାଟ ଖୋଲି ଦେଖିବାରୁ ଘର ଭିତରେ ନିଆଁ ହୁହୁ ହୋଇ ଜଳୁଛି ।
ଦମକଳ କର୍ମଚାରୀ ମାନେ ନିଆଁକୁ ଆୟତ କରିଥ୍‌ôଲେ । ଅଗ୍ନିକାଣ୍ଡ ଯୋଗୁଁ ବହୁ େଓøଷଧ ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁଁ ହୋଇଥିବା ସିଡିଏମଓ ଅଭୟ କୁମାର ଦାସ ସୁଚନା ଦେଇଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ ତଥ୍ୟ ମିିଳିପାରିନାହିଁ ।
ମିନିଟ୍ରକ ସହ ଗଂଜେଇ ଜବତ ୧ ଗିରଫ
ବୌଦ୍ଧ,୨୯/୯: ବୌଦ୍ଧ ପୁଲିସ ମହାନଦୀ ବ୍ରିଜଛକ ନିକଟରୁ ମଙ୍ଗଳବାର ଦିନ ଏକ ମିନିଟ୍ରକ ସହିତ ୭୫ କିଲୋ ଗଂଜେଇ ଜବତ କରିବା ସହିତ ମାମଲାରେ ଜଣକୁ ଗିରଫ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ ବାଉଁଶୁଣୀ ପଟରୁ ବୌଦ୍ଧ ଦେଇ କିଆକଟା ଆଡକୁ ଚାଲାଣ କରାଯାଉଥିବା ବୌଦ୍ଧଥାନା ଅଧିକାରୀ ମାଧବାନନ୍ଦ ନାଏକ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଥିଲେ ।
ବୌଦ୍ଧଥାନାର ଏକ ଟିମ୍ ମହାନଦୀ ବ୍ରିଜଛକ ନିକଟରେ ବାଉଁଶୁଣୀ ପଟରୁ ଆସୁଥିବା ସମସ୍ତ ଯାନବାହାନ ଉପରେ ସତର୍କ ଦୃଷ୍ଟି ରଖିଥିବାବେଳେ ଏକ ମିନିଟ୍ରକ (ନମ୍ବର ଓଡ଼ି ୨୭ ବି ୭୩୮୫)କୁ ଅଟଳାଇ ଯାଞ୍ଚ କରିଥିଲେ । ମିନିଟ୍ରକ ମଧ୍ୟରେ ତିନୋଟି ଜରିବ୍ୟାଗରେ ଥିବା ଗଂଜେଇ ସହ ଗାଡିକୁ ଜବତ କରାଯିବା ସହିତ ଗାଡିଚାଳକ ତଥା ଅଭିଯୁକ୍ତ ବାଉଁଶୁଣୀ ଥାନା ମନକାମନ ଗ୍ରାମର କିଶୋର ମେହେର(୩୪)କୁ ଗିରଫ କରାଯାଇଥିଲା ।
ଜବତ ହୋଇଥିବା ଗଂଜେଇ ୭୫ କିଲୋ ବୋଲି ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଥାନା କେସ ନମ୍ବର ୨୭୮/୨୨ ରେ ମୋକଦ୍ଦମା ରୁଜୁ କରାଯିବା ସହିତ ଅଭିଯୁକ୍ତ କିଶୋରକୁ କୋର୍ଟ ଚାଲାଣ କରାଯାଇଛି ।

Related Posts

Seo wordpress plugin by www.seowizard.org.