Odisha News

ବୌଦ୍ଧ: ପରିବେଶ ସୁରକ୍ଷାର ବାର୍ତ୍ତାନେଇ ସାଇକେଲରେ ଭାରତ ଯାତ୍ରା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୧: ପରିବେଶର ସୁରକ୍ଷା କରିବା ଓ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ତଥା ବୃକ୍ଷ ରୋପଣ କରି ଜଳ ସଂରକ୍ଷଣ କରିବା ଏପରି କିଛି ବାର୍ତ୍ତାନେଇ ଗତ ଅକ୍ଟୋବର ୬ତାରିଖରୁ କନ୍ୟାକୁମାରୀରୁ ରବିନ ସିଂ ନାମକ ଜଣେ ସ୍ୱୟଂ ସେବକ ସାଇକେଲ ଯୋଗେ ସାରା ଭାରତ ଭ୍ରମଣ କରି ଏହି ବାର୍ତ୍ତା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରସାରଣ କରି ଚାଲିଛନ୍ତି । ଉତ୍ତରପ୍ରଦେଶ, ଇଟାୱା ଜିଲ୍ଲାର ଏହି ସ୍ୱୟଂ ସେବକ ୯୪ ଦିନହେଲା ୬୫୦୦କି ମି ଯାତ୍ରା କରି ଆଜି ସକାଳ ୧୧ ଘଂଟା ସମୟରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ପହଞ୍ôଚ ଛାତ୍ର ଛାତ୍ରୀ ମାନଙ୍କୁ ପର୍ଯ୍ୟାବରଣ ପାଇଁ ଆପଣଙ୍କ ଯୋଗଦାନ ସଂପର୍କରେ ଆୟୋଜିତ କର୍ମଶାଳାରେ ବାର୍ତ୍ତା ରଖିଥିଲେ । ଜଳବାୟୁର ପରିବର୍ତ୍ତନ ବର୍ତ୍ତମାନ ମାନବ ସମାଜକୁ ଅତିଷ୍ଟ କରି ଦେଇଛି ।
ଜଳବାୟୁକୁ ସନ୍ତୁଳିତ ରଖିବାପାଇଁ ଆମକୁ ବ୍ୟାପକ ଭାବରେ ବୃକ୍ଷ ରୋପଣ କରିବାସହ ଆମର ଦୈନଦିନ ପ୍ଲାଷ୍ଟକ ବ୍ୟବହାରକୁ ହ୍ରାସ କରିବା ଏବଂ ଜଳ ସଂରକ୍ଷଣ କରି ଆମ ପରିବେଶକୁ ସବୁଜ ସୁନ୍ଦର କରି ପାରିଲେ ଆଗକୁ ଅସନ୍ତୁଳିତ ପରିବେଶ ପାଇଁ ଆସୁଥିବା ମହା ବିପତ୍ତିରୁ ଜୀବଜଗତକୁ ସୁରକ୍ଷା ଦେଇ ପାରିବା ବୋଲି ନିଜ ବାର୍ତ୍ତାରେ ପ୍ରକାଶ କରିଥିଲେ । ଆମେ ଯୁବଗୋଷ୍ଠି ଆଜି ଠାରୁ ପରିବେଶ ସୁରକ୍ଷା ପାଇଁ କିଛି କିଛି କାର୍ଯ୍ୟ ଆରମ୍ଭ କଲେ ଆଗାମୀ ଭବିଷ୍ୟତ ସୁରକ୍ଷିତ ହୋଇପାରିବ ।
ସମଗ୍ର ବିଶ୍ୱରେ ବର୍ତ୍ତମାନର ପରିବେଶକୁ ନେଇ ଚିନ୍ତା ପ୍ରକଟ କରି ଏହାର ପ୍ରତିକାର ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ଭାରତରେ ମଧ୍ୟ ଏଦିଗରେ ବିଭିନ୍ନ ବର୍ଗରେ ସଚେତନ କାର୍ଯ୍ୟ ଆରମ୍ଭ କରାଯାଇଛି । ଆଜିର ସଚେତନ ଆଗାମୀ ପିଢିର ସୁରକ୍ଷା ଆଣି ପାରିବ ବୋଲି ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ ଲକ୍ଷ୍ମଣ ନାୟକ ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ ।
ସ୍ୱାବଲମ୍ବି ଭାରତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ରଘୁନାଥ ଷଡଙ୍ଗୀ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୁଚନା ପ୍ରଦାନ ପୁର୍ବକ କର୍ମଶାଳାରେ ସଂଯୋଜନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ପ୍ରାଧ୍ୟପିକା ଡଃ ସୁଜତା ସାହୁ, ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ପର୍ଯ୍ୟାବରଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଲକ୍ଷ୍ମିକାନ୍ତ ଜାନୀ ପ୍ରମୁଖ ମଂଚାସୀନ ଥିଲେ । ଏହି ସାଇକେଲ ଆରୋହୀ ଭାରତର ସବୁ ରାଜ୍ୟର ଜିଲ୍ଲା ଗୁଡିକୁ ଏହି ବାର୍ତ୍ତାନେଇ ପ୍ରାୟ ୬୦ହଜାର କିମି ପରିଭ୍ରମଣ କରିବା ଲକ୍ଷ୍ୟ ରଖି ଭୋପାଳ ଠାରେ ତାଙ୍କର ଯାତ୍ରା ଆସନ୍ତା ଦୁଇବର୍ଷ ଭିତରେ ଶେଷ କରିବେ ବୋଲି ପ୍ରକାଶ କରିଥିଲେ ।
ବୌଦ୍ଧ: ଋୟାଲ କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବୌଦ୍ଧ,୭/୧: ବୌଦ୍ଧବ୍ଲକ ତେତେଲେଙ୍ଗା ସ୍ଥିତ ରୟାଲ କ୍ଲବର ବାର୍ଷିକ ଉତ୍ସଭ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ଭାବରେ ୬ ନମ୍ବର ଜୋନ ଜିଲ୍ଲା ପରିଷଦର ସଭ୍ୟା କଳ୍ପନା ରାଣୀ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶଶିଭୂଷଣ ଦେଓ ଯୋଗଦେଇଥିଲେ । କ୍ଲବର ସଭାପତି ରାମ କୁମାର ଜେନା ସଭାପତିତ୍ୱ କରିଥିଲେ ।
ବ୍ଲକ କଳା ସଂଘର ଉପସଭାପତି ସ୍ୱାଧିନ ପରିଡା ମଂଚ ପରିଚାଳନା କରିଥିବା ବେଳେ ସଂପାଦକ ଚନ୍ଦ୍ରଜିତ ଦେଓ ଧନ୍ୟବାଦ ପ୍ର୍‌ଦାନ କରିଥିଲେ । ଏହି ଅବସରରେ ନାଟକ ତୋର ଦୋଷ ନା ମୋର ଦୋଷ ପରିବେଷଣ କରାଯିବା ସହିତ ଯେ କୈଣସି ନାଟକର ଦୁଇ ଗୋଟି ଚରିତ୍ରକୁ ନେଇ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ବଲ୍ଲଭ ନାୟକ, ସୁଶାନ୍ତ ମିଶ୍ର, ମାନ ଭଂଜନ ମହାପାତ୍ର, ଏମଡି ସୁଲତାନ ଖାଁ,ହଳଧର ଦନାୟକ, ଜୟକୃଷ୍ଣ ବାରିକ ଯୋଗଦେଇଥିଲେ ।
ଏଥିରେ ପ୍ରମୋଦ ମଲ୍ଲିକ ପ୍ରଥମ, ପ୍ରମୋଦ ଅମାତ ଦ୍ୱିତୀୟ ଓ ଲୋକନାଥ ମେହେର ଓ ଭାଗ୍ୟବାନ ସେଠୀ ତୃତୀୟ ହୋଇଥିବା ବେଳେ ହାସ୍ୟ ଚରିତ୍ର ପ୍ରତିଯୋଗୀତାରେ କରୁଣାକର ଭୋକ୍ତା ପ୍ରଥମ, ସୁଦର୍ଶନ କରଡିଆ ଦ୍ୱିତୀୟ ଓ ବିରୁପାକ୍ଷ କରଡିଆ ତୃତୀୟ ହୋଇଥିଲେ ।
ବୌଦ୍ଧ : ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ
ବୌଦ୍ଧ,୭/୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମ ପଞ୍ଚାୟତର ପିପଳକଟା ଖେଳ ପଡିଆ ଠାରେ ରାଧାନଗର ଗ୍ରାମ ପଞ୍ଚାୟତର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବାର୍ଷିକ କ୍ରୀଡା ଉତ୍ସବରେ ରାଧାନଗର ଗ୍ରାମ ପଞ୍ଚାୟତର ସରପଞ୍ଚ ଗଣେଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଥୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର କହଁର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ବାର୍ଷିକ କ୍ରୀଡା ଉତ୍ସବରେ ରାଧାନଗର ଗ୍ରାମ ପଞ୍ଚାୟତର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଯୋଗଦାନ କରିଥିଲେ,ଦୁଇ ଦିନ ଧରି ଆୟୋଜିତ ଏହି କ୍ରୀଡା ଉତ୍ସବର ପ୍ରଥମ ଦିନରେ ଲମ୍ବା ଡିଆଁ,ମ୍ୟୁଜିକ୍ ଚେୟାର, ଅନ୍ଧପୁଟୁଳି, ଧନ ସଂଗ୍ରହ, ବେଲୁନ ଫଟା,ଦଉଡି ଡିଆଁ,୫୦,୧୦୦ ଏବଂ ୨୦୦ ମିଟର ଦୈ।ଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି, କ୍ରୀଡା ଉତ୍ସବକୁ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ବେଛାସେବୀ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.