Odisha News

ବୌଦ୍ଧ ଜିଲ୍ଲାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ତ୍ରୟୋଦଶ ଜାତୀୟ ମତଦାତା ଦିବସ ସ୍ଥାନିୟ ଟାଉନହଲ ଠାରେ ପାଳନ କରାଯାଇଅଛି । ଏଥିପୂର୍ବରୁ ଉପରୋକ୍ତ କାଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ବିଶାଳ ମାନବ ଶୃଙ୍ଖଳର ପରିକଲ୍ପନା କରଯାଇଥିଲା ।
ମାନବ ଶୃଙ୍ଖଳ କାଯ୍ୟକ୍ରମ ଟି ତା :୨୫.୦୧.୨୦୨୩ ରିଖ ସକାଳ ୮.୩୦ ଘଟିକା ସମୟରେ ହାତୀଶାଳ ଛକଠାରୁ ବାହାରି ବୌଦ୍ଧ ଷ୍ଟାଡିୟମ, ପୋଷ୍ଟଅଫିସ ଛକ, ଗାନ୍ଧୀଛକ ଓ ଗୋପବନ୍ଧୁଛକ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ଚାଲିଥିଲା ।
ଏହାର ମୂଳଲକ୍ଷ୍ୟ ହେଉଛି ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଭୋଟର ମାନଙ୍କୁ ସଚେତନ କରିବା ଓ ଆଗାମୀ ନିର୍ବାଚନରେ ଭବିଶ୍ୟତ ନାଗରିକ ତଥା ଭୋଟର ମାନଙ୍କୁ ଭୋଟ ଦାନରେ ସକ୍ରିୟ ଅଂଶ ଗ୍ରହଣ କରିବା ନିମନ୍ତେ ଉଚ୍ଛାହିତ କରିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କଲେଜର ଛାତ୍ର ଛାତ୍ରୀ , ଅଙ୍ଗନୱାର୍ଡ କର୍ମୀ , ଜିଲ୍ଲାର ସମସ୍ତ ଘଏଙ ର କର୍ମକତ୍ତା , ଓକିଲ ଓ ବୁଦ୍ଧିଜୀବି ବାରିଷ୍ଟ ନାଗରିକ ମାନେ ମିଶି ପ୍ରାୟ ୫୦୦୦ ସଂଖ୍ୟାରେ ଯୋଗ ଦେଇଥିଲେ ପରବର୍ତ୍ତୀ ସମୟରେ ଟାଉନହଲ ଠାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଶ୍ରୀମତୀ ବବିତା ରାଣୀ ଦଳବେହେରା ଅତିରିକ୍ତ ଜିଲ୍ଲାପାଳ , ବୌଦ୍ଧ ଅଧ୍ୟକ୍ଷତାରେ ପାଳନ କରାଯାଇଅଛି ।
ଏହି ସଭାରେ ଜିଲ୍ଲାର ଶ୍ରୀ ଅଶ୍ଵନୀ କୁମାର ମେହେର , ମୁଖ୍ୟଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ବୌଦ୍ଧ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କହର ଓ ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀଯୁକ୍ତ ସତ୍ୟଜିତ ମହାପାତ୍ର ଉପସ୍ଥିତ ଥିଲେ ।
ସଭାରେ ପ୍ରଥମେ ଅତିଥି ଆମନ୍ତ୍ରଣ କରାଗଲା, ତା ପରେ ଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ବ୍ୟାଚ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରାଗଲା । ସମସ୍ତ ଅତିଥିଙ୍କ ଉପସ୍ଥିତି ରେ ଡେପୁଟି କଲେକ୍ଟର ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ସମନ୍ଧରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ଓ
ମତଦାତା ଦିବସ ଅବସର ରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୂତନ ମତଦାତା ,ବୁଥ ସ୍ଥରୀୟ ଅଧିକାରି ଓ ସମସ୍ତ ଉପସ୍ଥିତ ଅତିଥି ମାନଙ୍କୁ ଶପଥ ପାଠ କରାଇଥିଲେ ।
ତାପରେ ଜିଲ୍ଲାପାଳ ଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା କରାଯାଇଥିବା କୂଇଜ, ଓଡିଆ ରଚନା, ବକୃତା , ରୋଙ୍ଗଲି ଚିତ୍ରାଙ୍କନ ପ୍ରତିଯୋଗିତା ରେ କୃତକାର‌୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଗଲା ଏବଂ ନୂତନ ମତଦାତା ମାନଙ୍କୁ ନୂତନ ଭୋଟରକାର୍ଡ ପ୍ରଦାନ କରାଗଲା ଶ୍ରୀ ସତ୍ୟରଞ୍ଜନ ସାହୁ ଜିଲ୍ଲାପାଳ ତଥା ଜିଲ୍ଲାନିର୍ବାଚନ ଅଧିକାରୀ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବ, ରବୀନ୍ଦ୍ରମଣ୍ଡପ ଭୁବନେଶ୍ବରରେ ଯୋଗଦାନ କରିଥିଲେ ଓ
ବୌଦ୍ଧ ଜିଲ୍ଲା ରାଜ୍ୟରେ ଉପରୋକ୍ତ ଉତ୍ସବ ରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ୨୦୨୩ ରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବାରୁ ଏହି ପୁରସ୍କାରଟି ପ୍ରଫେସର ଗଣେଶି ଲାଲ , ମହାମାନ୍ୟ ରାଜ୍ୟପାଳଙ୍କ ଠାରୁ ତ୍ରୟୋଦଶ ଜାତୀୟ ମତଦାତା ଦିବସ ତା: ୨୫.୦୧.୨୦୨୩ ରିଖ ପୂର୍ବାନ୍ନ ୧୧.୩୦ ସମୟରେ ଜିଲ୍ଲାପାଳ ଗ୍ରହଣ କରିଥିଲେ ଓ
ଗତ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୧୭+ , ୧୮-୧୯ ବର୍ଷ ବୟସ ମତଦାତାଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ ଭୋଟର କାର୍ଡ ସହିତ ଆଧାର ନମ୍ବର ସଞ୍ଜୋଗୀକରଣ କରିଥିବାରୁ ଜିଲ୍ଲା ର ତିନିଜଣ ବୁଥ ସ୍ଥରୀୟ ଅଧିକାରୀ ସୁପରଭାଇଜର , ତିନିଜଣ ବୁଥ ସ୍ଥରୀୟ ଅଧିକାରୀଙ୍କୁ ଉତ୍ସାହିତ ମୂଳକ ପୁରସ୍କୁତ କରାଗଲା ।
ଜିଲ୍ଲାର ସମସ୍ତ ସହ ନିର୍ବାଚନ ପଞ୍ଜିକରଣ ଅଧିକାରୀ ମାନଙ୍କୁ ଭୋଟର ସଂଶୋଧନ-୨୦୨୩ ପ୍ରକ୍ରିୟାରେ ସକ୍ରିୟ ଯୋଗଦାନ ତଥା ସୁଚାରୁରୂପେ ସଂଶୋଧନ ପ୍ରକ୍ରିୟାର ସଂପାଦନ ନିମନ୍ତେ ପୁରସ୍କୃତ କରଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଉପ ବିଭାଗ ଅଧିକାରୀ ବିଜୟ କୁମାର ପାଢୀ, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା, କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଓ ଜିଲ୍ଲାକୂ ପ୍ରଥମ ସ୍ଥାନକୁ ଊତିର୍ଣ୍ଣ କରିବାରେ ପ୍ରମୁଖ ଅବଦାନ ପାଇଁ ପୁରସ୍କୃତ କରଯାଇଥିଲା । ଶେଷରେ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଗଲା ।

Related Posts

Seo wordpress plugin by www.seowizard.org.