Odisha News

ବୌଦ୍ଧ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ – ୨୦୨୩ ପାଳିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧୧: ଅଦ୍ୟ ତା.୧୬.୧୧.୨୦୨୩ ରିଖ ଗୁରୁବାର ଦିନ ଜିଲ୍ଲା ପାଠାଗାର ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ – ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି ।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରିତାକାନ୍ତି ବଳିୟାରସିଂହ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ଦିବସର ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ଵାଇଁ, ଜିଲ୍ଲାପାଳ, ବୌଦ୍ଧ ଯୋଗ ଦେଇ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବେ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ବୌଦ୍ଧ ଶ୍ରୀଯୁକ୍ତ ରବିନାରାୟଣ ତ୍ରିପାଠୀ, ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କହଁର, ନଗରପାଳ, ଏନ.ଏ.ସି.,ବୌଦ୍ଧଗଡ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର, ଅଧ୍ୟାପକ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପ୍ରତାପ କୁମାର ରଥ, ନିର୍ବାହୀ ଅଧିକାରୀ,ବୌଦ୍ଧଗଡ ଏନ.ଏ.ସି ଶ୍ରୀଯୁକ୍ତ ଅଶୋକ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶଶାଙ୍କ ଶେଖର ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ କୁମାର ମିଶ୍ର, ସାମ୍ବାଦିକ ସଂଯୁକ୍ତା ପଟ୍ଟନାୟକ ଯୋଗଦେବା ସହ “କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ” “Media in the Era of Artificial Intelligence” ଏହି ବିଷୟ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହି ଦିବସ ଉପଲକ୍ଷେ କନିଷ୍ଠ ବର୍ଗରେ କୃତି ପ୍ରତିଯୋଗୀ ତୃପ୍ତିମୟୀ ଭଞ୍ଜ, କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧ ପ୍ରଥମ ସ୍ଥାନ, ସ୍ଵସ୍ତି ସ୍ନେହା ଶାସିନୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ଦ୍ଵିତୀୟ ସ୍ଥାନ ଏବଂ ଆର୍ଯ୍ୟ ନାରାୟଣ ଦେବ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ସେହିପରି ବରିଷ୍ଠ ବର୍ଗରେ ସୁଶ୍ରୀ କ୍ରୀଷ୍ଣାମୟୀ ମହାକୁଡ, କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧ ପ୍ରଥମ ସ୍ଥାନ, ଅପରାଜିତା ପ୍ରଧାନ, ପୁରୁଣାକଟକ ଡିଗ୍ରୀ କଲେଜ ଦ୍ଵିତୀୟ ସ୍ଥାନ ଏବଂ ବୈଦ୍ୟନାଥ ଡାଙ୍ଗ, ବୌଦ୍ଧ ପଞ୍ଚାୟତ କଲେଜ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ ହୋଇଥିଲେ ।
କୃତି ପ୍ରତିଯୋଗୀ ସୁଶ୍ରୀ କ୍ରୀଷ୍ଣାମୟୀ ମହାକୁଡ, ଅପରାଜିତା ପ୍ରଧାନ ଓ ବୈଦ୍ୟନାଥ ଡାଙ୍ଗ ଚଳିତ ବର୍ଷର ଆଲୋଚ୍ୟ ବିଷୟବସ୍ତୁ ଉପରେ ନିଜନିଜର ଅଭିଭାଷଣ ରଖିଥିଲେ । ଏହି ଦିବସ ଅବସରରେ ଜିଲ୍ଲା ପ୍ରତିନିଧି,ପ୍ରମେୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ବାଘ, ଜିଲ୍ଲା ପ୍ରତିନିଧି, ପ୍ରଗତିବାଦୀ ନରେନ୍ଦ୍ର କୁମାର ସାହୁ, ଜିଲ୍ଲା ପ୍ରତିନିଧି, ହୀରାଞ୍ଚଳ ସୁଜାତା ସାହୁ, ହରଭଙ୍ଗା ବ୍ଲକ ପ୍ରତିନିଧି, ପ୍ରମେୟ ଚିତ୍ତ ରଞ୍ଜନ ସିଂ, କଣ୍ଟାମାଳ ବ୍ଲକ ପ୍ରତିନିଧି, ପ୍ରମେୟ ପୂର୍ଣ୍ଣ ଚରଣ ସାହୁ, ଲକ୍ଷ୍ମୀପ୍ରସାଦ ସମ୍ବାଦ ପ୍ରତିନିଧି ନବକିଶୋର ମେହେର, ମନମୁଣ୍ଡା ନିଉଜ କଣ୍ଟ୍ରିବୁଟର, ପ୍ରମେୟ ବବିତା ହୋତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିଧାନ ବଳ, ବରଜ କୁମାର ବେହେରା, ରଘୁନାଥ ଷଡଙ୍ଗୀ, ରଜନୀକାନ୍ତ ଦାସ, ରବୀନ୍ଦ୍ର କୁମାର ରାଉତ, ସତ୍ୟନାରାୟଣ ପାଣି, ସତ୍ୟଜିତ ପଣ୍ଡା, ଦେବାନନ୍ଦ ସାହୁ, ରବୀନ୍ଦ୍ର ପଟ୍ଟନାୟକ, ଦେବାଶିଷ ପୁରୋହିତ, ବୈଦ୍ୟନାଥ ହୋତା, ପ୍ରକାଶ ଚନ୍ଦ୍ର ମିଶ୍ର, ଧବଳେଶ୍ଵର ମହାପାତ୍ର, କୁମୁଦ ଚନ୍ଦ୍ର ସାହୁ, ସୁଧାଂଶୁ ଶେଖର ମିଶ୍ର ଏବଂ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସୂଚନା ଅଧିକାର କର୍ମୀ କେଦାରନାଥ ସାହୁ, କୃତିବାସ ପଲିଆ, ସାହିତ୍ୟିକ ନୀଳଲୋହିତ ମହାପାତ୍ର, ଜିଲ୍ଲା ପାଠାଗାରର ପାଠକ ପାଠିକା, ବରିଷ୍ଠ କଳାକାର ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଲାଇବ୍ରେରିୟାନ ଅକ୍ଷୟ କୁମାର ମହାକୁଡ, କନିଷ୍ଠ ସହାୟକ ମଣ୍ଟୁ ପାଣ୍ଡେ, ବୀରବର କର୍ମୀ, ଅମରେଶ ପାଣିଗ୍ରାହୀ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସ୍ଵାଧୀନ କୁମାର ପରିଡା ଓ ସାଥି କଳାକାର ରମାକାନ୍ତ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭାକାର୍ଯ୍ୟ ଶେଷରେ ବରିଷ୍ଠ ସାମ୍ବାଦିକ ଦୁର୍ଯ୍ୟୋଧନ ବିଶି ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.