Odisha News

ବୌଦ୍ଧ ଜିଲ୍ଲାବାଉଁଶୁଣୀ ଠାରେ ଜିଲ୍ଲାସ୍ତରୀୟ ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କିତ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୦/୯: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ଜିଲ୍ଲାସ୍ତରୀୟ ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କିତ ଏକ କର୍ମଶାଳା ଶନିବାର ଦିବା-୧୦ ଘଣ୍ଟା ସମୟରେ ବାଉଁଶୁଣି ୱାସିଡିଏ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ସ୍କୁଲ ଅଫ ଟ୍ରାଇବାଲ ଷ୍ଟଡିଜ୍ ଏଣ୍ଡ ଇଣ୍ଡିଜିନିଅସ ରିସର୍ଚ ଅନୁଷ୍ଠାନ ,ଭୁବନେଶ୍ଵର ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବୌଦ୍ଧ ଜିଲ୍ଲାର ଜନଜାତି ଲୋକକଥା ଓ ଲୋକ ପରମ୍ପରା ସଂପର୍କରେ ଆଲୋଚନା କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବସନ୍ତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଅଜୟ କୁମାର ନାୟକ ଯୋଗଦେଇଥିଲେ ।
ସମ୍ମାନୀତ ଅତିଥି ଭାବେ ଡକ୍ଟର ଶାନ୍ତନୁ କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମିହିର କୁମାର ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନକରିଥିବା ବେଳେ ଶ୍ରୀ ରାମାକାନ୍ତ ଜେନା ଧନ୍ୟବାଦ ଅର୍ପଣକରିଥିଲେ , ସୌଭାଗ୍ୟ ରଂଜନ ସାହୁ ମଧ୍ୟ ନିଜସ୍ଵ ଅଭିମତ ରଖିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଭାରତୀ ମଲ୍ଲିକ ସରପଞ୍ଚ ମାନୁପାଲି ଯୋଗଦେଇ ବକ୍ତବ୍ୟ ସହ ଲୋକ ସଙ୍ଗୀତ ପରିବେଷଣ କରିଥିଲେ । କର୍ମଶାଳାରେ ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥି ମାନଙ୍କ ସହ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତାକନ୍ତି ବଳିୟାରସିଂହ ଯୋଗଦେଇ ଜନଜାତି ପରମ୍ପରାକୁ ଉଦଜୀବିତ କରିବାର ପ୍ରୟାସ କରିବାକୁ ଉତ୍ସାହିତ କରିଥିଲେ ।
ୱାସିଡିଏ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମେହେର ଏହା ବୌଦ୍ଧ ଜିଲ୍ଲା ପାଇଁ ଏକ ନିଆର ପ୍ରୟାସ ଓ ଏହାର ସଂରକ୍ଷଣ ଦିଗରେ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ ବୋଲି ଆହ୍ଵାନ କରିଥିଲେ ।
ଶିକ୍ଷକ ଅର୍ଜୁନ କଅଂର ଓ ସମସ୍ତ ଅତିଥି ପ୍ରମୂଖ ଜନଜାତି ସଂସ୍କୃତି ଓ ପରମ୍ପରା ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍ଵାଧୀନ କୁମାର ପରିଡା,ଜପ ଜାନୀ,ନୃସିଂହ ଜାନୀ , ପାର୍ବତୀ ନାୟକ ,ରଘୁ ମଲ୍ଲିକ ,ସନ୍ତୋଷ ବଡମଲ୍ଲିକ ପ୍ରମୂଖ ଗଳ୍ପ,ଗୀତ,ଢଗ,ଢମାଳି,ଆଦି ଉପସ୍ଥାପନ କରିଥିଲେ ।
ନାଟ୍ୟକାର ଶ୍ରୀ କରୁଣାକର ଘଣ୍ଟୁଆଳ ପ୍ରାୟ ୫୦ ରୁ ଅଧିକ ଢଗ ଢମାଳି ଯାହାକି ଜନଜାତି ଜୀବନ ଧାରା ସହ ସମ୍ପର୍କିତ ସୁନ୍ଦର ଶୈଳୀରେ ଉପସ୍ଥାପନ କରିଥିଲେ ।
ସମସ୍ତ ଅତିଥି ବୃନ୍ଦ ଏହି ଲୁପ୍ତ ପ୍ରାୟ ଜନଜାତିର ସଂସ୍କୃତି,ପରମ୍ପରା,ଲୋକଗୀତ,ଲୋକକଥା,ଢଗ ଢମାଳି ଆଦି ସମାଜରୁ ବିଲୁପ୍ତ ହେବା ପୂର୍ବରୁ ଆଗାମୀ ପିଢୀ ପାଇଁ ଏହାକୁ କିପରି ସଂରକ୍ଷଣ କରାଯାଇ ପାରିବ ସେ ଓ ପୁରାତନ ସମ୍ପର୍କର ସେତୁ, ପ୍ରାଚୀନ ଯୁଗର ପରମ୍ପରାକୁ ମଧ୍ୟ ବିଲୁପ୍ତ ନକରି ଏହାକୁ ସୁ ସୁରକ୍ଷିତ କରି ରଖିବା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିପାଇଁ କିଛି ବହି ପ୍ରସ୍ତୁତ କରିବାପାଇଁ ପରବର୍ତ୍ତୀ ପ୍ରୟାସ ଜାରି ରହିବ ବୋଲି ମତ ପୋଷଣ କରିଥିଲେ ।

Related Posts

Seo wordpress plugin by www.seowizard.org.