Odisha News

ବୌଦ୍ଧ ଜିଲାର ବିଭିନ୍ନ ସହରରେ ଆୟୋଜିତ ହେଲା ଅଗ୍ରୱାଲ ସମାଜର ସଂସ୍ଥାପକ ଅଗ୍ରସେନ ମହାରାଜଙ୍କ ଜୟନ୍ତି ମହୋତ୍ସବ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୬/୧୦ : ବୌଦ୍ଧ ଜିଲାର ବିଭିନ୍ନ ସହରରେ ଅଗ୍ରୱାଲ ସମାଜର ସଂସ୍ଥାପକ ଅଗ୍ରସେନ ମହାରାଜଙ୍କ ଜୟନ୍ତି ମହୋତ୍ସବ ଆୟୋଜିତ ହୋଇଛି କ୍ଷ
ବୌଦ୍ଧ ଠାରେ ମାରୱାଡି ସୋସାଇଟି ଦ୍ୱାରା ମହାରାଜ ଅଗ୍ରେସନଙ୍କ ପୂଜା ଓ ଆଳତି କରାଯାଇଥିଲା କ୍ଷ ସେହିପରି ପୁରୁଣାକଟକ ଠାରେ ମାରୱାଡି ସମାଜ ଆନୁକୁଲ୍ୟରେ ହର୍ଷଉଳ୍ଲାସର ସହିତ ଅଗ୍ରୱାଲ ସମାଜର ସଂସ୍ଥାପକ ମହାରାଜ ଶ୍ରୀଅଗ୍ରେସନ ଜୟନ୍ତି ମହୋତ୍ସବ ଆୟୋଜିତ ହୋଇଛି ।
ସମାଜର ସଭାପତି କୈଳାଶ ଚନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣସଭାରେ ଅତିଥି ମାନେ ମହାରାଜ ଶ୍ରୀଅଗ୍ରେସନଙ୍କ ସିଦ୍ଧାନ୍ତ ଏବଂ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଂଟନ କରାଯାଇଥିଲା ।
ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ପ୍ରଦର୍ଶିତ ହୋଇଥିଲା । ଜଗଦିଶ ଅଗ୍ରୱାଲା, ସପନା ଅଗ୍ରୱାଲା, ଗୋବିନ୍ଦ ଅଗ୍ରୱାଲା, ସଂପାଦକ ଟୁଲୁ ଅଗ୍ରୱାଲା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଦସ୍ୟମାନେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.