Odisha News

ବୌଦ୍ଧ ଜିଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ, ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସମ୍ମାନ ଗ୍ରହଣ କଲେ ଉପଜିଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ,୧୮/୭ : ବୌଦ୍ଧ ଜିଲାକୁ ମିଳିଲା ସମ୍ମାନଜନକ ଭୂମି ସମ୍ମାନ । ରାଷ୍ଟ୍ରପତିଙ୍କ ଠାରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଏହି ସମ୍ମାନ ଗ୍ରହଣ କରିଛନ୍ତି ବୌଦ୍ଧ ଉପଜିଲାପାଳ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୨୩ ମସିହା ପାଇଁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ବୌଦ୍ଧ ଜିଲ୍ଲାକୁ ଜମି ରେକର୍ଡର କମ୍ପ୍ୟୁଟରୀକରଣ ତଥା ଅଭିନବ ସଂସ୍କାର ଆଣିବା କ୍ଷେତ୍ରରେ ଶ୍ରେଷ୍ଠ ପାରଦର୍ଶିତା ପାଇଁ ଭୂମି ସମ୍ମାନରେ ସମ୍ମାନିତ କରାଯାଇ ପ୍ଲାଟିନମ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ବୌଦ୍ଧ ଜିଲ୍ଲାପାଳଙ୍କ ଆଦେଶରେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଡେପୁଟି କଲେକ୍ଟର ସତ୍ୟଜିତ ମହାପାତ୍ର ଏବଂ ଅତିରିକ୍ତ ତହସିଲଦାର, ହରଭଙ୍ଗା ବିଶ୍ୱଜିତ ପ୍ରଧାନ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।
ଓଡ଼ିଶା ସମେତ ୯ଟି ରାଜ୍ୟର ସଚିବ ଓ ବୌଦ୍ଧ ସମତେ ୬୮ ଜିଲ୍ଲାପାଳ ଏବଂ ସେମାନଙ୍କ ଟିମଙ୍କୁ ଏହି ସମ୍ମାନ ଦିଆଯାଇଛି । ଡିଜିଟାଲ ଇଣ୍ଡିଆ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମରେ ଉତ୍କର୍ଷ କାମ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ରଥମଥର ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Related Posts

Seo wordpress plugin by www.seowizard.org.