Odisha News

ବୌଦ୍ଧ : ଜହ୍ନାପଙ୍କ ଠାରୁ ଜଗତି ପର୍ଯ୍ୟନ୍ତ ବିଜେଡିର ଜନସମ୍ପର୍କ ପଦଯାତ୍ରା

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୧୦: ବୌଦ୍ଧ ବିଧାନ ସଭା ନିର୍ବାଚନୀ ମଣ୍ଡଳୀର ଅନ୍ତର୍ଗତ ଜହ୍ନକ୍ଷପଙ୍କ ଠାରୁ ଜଗତି ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଜଙ୍ଗଲ ଓ ପରିବେଶ ,ପଂଚାୟତ ରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନେତୃତ୍ୱରେ ସୋମବାର ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମେ ଜହ୍ନାପଙ୍କ ହନୁମାନ ମନ୍ଦିରରୁ ପୂଜାର୍ଚନା କରାଯାଇ ଜହ୍ନକ୍ଷପଙ୍କ ବସଷ୍ଟାଣ୍ଡ, ନାରାୟଣନଗର, ଚାରିଶମ୍ଭୁ ଦେଇ ଜଗତି ଠାରେ ପଦଯାତ୍ରା ପହଂଚି ଥିଲା ।
ଏହି ପଦଯାତ୍ରା ପ୍ରଥମେ ନାରାୟଣନଗର ଠାରେ ପହଂଚିବା ପରେ ଗ୍ରାମର ଗଙ୍ଗାଧର ଛକ ଠାରେ ଲକ୍ଷ୍ମୀପ୍ରସାଦ ପଂଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଶ୍ରୀ ଅମାତଙ୍କ ସହ, ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ରାଜ୍ୟ ବୟନିକକ୍ଷ ସଭାପତି ପ୍ରକାଶ ମେହେର, ୬ ନମ୍ବର ଜିଲ୍ଲାପରିଷଦ ସଦସ୍ୟା କଳ୍ପନା ରାଣୀ ସାହୁ ଯୋଗଦାନ କରି ନବୀନ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଉପରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଏହା ପରେ ପଦଯାତ୍ରା ବାହାରି ଜଗତି ଠାରେ ପହଂଚି ଥିଲା ।
ଜଗତି ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ତଥା ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ କୁମାର ସାହୁଙ୍କ ସଭାପତିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଅମାତ ଙ୍କ ସହ ସମସ୍ତ କର୍ମୀ ଉପସ୍ଥିତ ଥିଲେ ।
ଏଥିରେ ବୌଦ୍ଧ ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ବୌଦ୍ଧ ସମବାୟ ବ୍ୟାଙ୍କ ସଭାପତି ଅରୁଣ ପ୍ରଧାନ, ବୌଦ୍ଧ ଏନଏସି ଚେୟାରମ୍ୟାନ ମୃତୁଞ୍ଜୟ ମିଶ୍ର, ବରିଷ୍ଠ ବିଜେଡ଼ି ନେତା ସୀତାଂଶୁ ଶେଖର ମହାକୁଡ଼, ଜିଲ୍ଲା କୋଷାଧକ୍ଷ ସନ୍ତୋଷ କୁମାର ନାଏକ, ଅକ୍ଷୟ କୁମାର ସ୍ୱାଇଁ ଓ ଯୁବ ଆଇନଜୀବି ଆଲୋକ କୁମାର ଅମାତଙ୍କ ସହ ଉକ୍ତ ପଦଯାତ୍ରାରେ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ ।

Related Posts

Seo wordpress plugin by www.seowizard.org.