Odisha News

ବୌଦ୍ଧରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ କାର୍ଯ୍ୟକ୍ରମ ଉଦଘାଟିତ:କଳାକାରମାନେ ହେଉଛନ୍ତି ଦେବଦୂତ, ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୭ : ବୌଦ୍ଧ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନକୁଲ୍ୟରେ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀ , ବୌଦ୍ଧ ଜିଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗିତ ଓ ନୃତ୍ୟ ଉତ୍ସବ ଦେଶଜ ମହାସମାରୋହରେ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବୁଦ୍ଧ ମନ୍ଦିରଠାରୁ ବାହାରି ଟାଉନହଲ ପର୍ଯ୍ୟନ୍ତ ଆସିଥିଲା ।
ଏହି ଶୋଭାଯାତ୍ରାରେ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି,କାର୍ଯ୍ୟକର୍ତ୍ତା ସମେତ କଳାକାରମାନେ ସାମିଲ ହୋଇଥିଲେ । ଦୁଇଦିନ ଧରି ହେବାକୁଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ଜିଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ ।
ଅନ୍ୟତମ ଅତିଥି ଭାବରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ କଳାକାରମାନଙ୍କୁ ଦିନଥିଲା କଳାକାରମାନଙ୍କୁ ଦୁସ୍ଥ ଭାବରେ ଦେଖାଯାଉଥିଲା, କିନ୍ତୁ ସେମାନେ ହେଉଛନ୍ତି ପ୍ରକୃତରେ ଦେବଦୂତ ବୋଲି ପ୍ରକାଶ କରିଥିଲେ । କଳାକାରମାନେ ନିଜର କଳା ଜରିଆରେ ସମାଜରେ ବିଭିନ୍ନ ବାର୍ତା ପ୍ରଦାନ କରି ଶାନ୍ତି,ମୈତ୍ରି ପ୍ରତିଷ୍ଠା କରିବାରେ ସହାୟକ ହୋଇଥାନ୍ତି ।
ବର୍ତମାନ ରାଜ୍ୟ ସରକାର କଳାକାରମାନଙ୍କ ବିକାଶ ପାଇଁ ଅନେକ ଯୋଜନା ଜରିଆରେ ସୁବିଧା ସୁଯୋଗ ଯୋଗାଇଦେଇଛନ୍ତି ବୋଲି ଜିଲାପାଳ ଶ୍ରୀସ୍ୱାଇଁ ପ୍ରକାଶ କରିଥିଲେ ।
ସେହିପରି ଅନ୍ୟତମ ଅତିଥି ଭାବରେ ରାଜ୍ୟ ସଙ୍ଗିତ ନାଟକ ଏଳାଡେମୀର ନିର୍ଦ୍ଦେଶକ ଦିଲ୍ଲିପ କୁମାର ରାଉତରାଏ ଯୋଗଦେଇ କଳାକାରମାନଙ୍କୁ ଦ୍ୱିତିୟ ଭଗବାନ କହିବାର ଯଥାର୍ଥତା ରହିଛି ବୋଲି ପ୍ରକାଶ କରିବା ସହିତ ବୌଦ୍ଧଜିଲାରେ ଚାଲିଥିବା ପ୍ରଗତିମୂଳକ କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ ।
ସେହିପରି ଅନ୍ୟତମ ଅତିଥି ଅତିରିକ୍ତ ସଚିବ ଖଣି ଓ ଇସ୍ପାତ ଚିତରଂଜନ ସାହୁ ଯୋଗଦେଇ ଦେଶଜ କାର୍ଯ୍ୟକ୍ରମ ଜିଲାସ୍ତରରେ ଆୟୋଜନ ଦ୍ୱାରା କଳାକାରମାନେ ନିଜର କଳା ପ୍ରଦର୍ଶନ ପାଇଁ ସୁଯୋଗ ପାଇପାରୁଥିବା ପ୍ରକାଶ କରିଥିଲେ । ଜିଲା ସଂସ୍କୃତି ଅଧିକାରୀ ପ୍ରିତିବାଳା ରଣା ରାଜ୍ୟ ସଙ୍ଗିତ ନାଟକ ଏକାଡେମୀ ପକ୍ଷରୁ ଦେଶଜ କାର୍ଯ୍ୟକ୍ରମ ପାଇଁ ବୌଦ୍ଧଜିଲାକୁ ଚୟନ କରାଯାଇଥିବାରୁ ବିଭାଗ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଥିଲେ ।
ସଙ୍ଗିତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ଉଦଘାଟନୀ ମଞ୍ଚ ପରିଚାଳନା କରିଥିବାବେଳେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସକ୍ରିୟ ସହଯୋଗ କରିଥିଲେ ।
ପ୍ରଥମ ଦିବସରେ ସମ୍ବଲପୁର ର ଉକିଆ ଅନୁଷ୍ଠାନ ଦ୍ୱାରା ଗୁରୁ ରଂଜନ କୁମାର ସାହୁଙ୍କ ଦ୍ୱାରା ପଶ୍ଚିମ ଓଡ଼ିଶାର ସମସ୍ତ ବାଦ୍ୟଯନ୍ତ୍ର ର ମିଳିତ ପ୍ରଦର୍ଶନ କରାଯାଇଥିବାବେଳେ ବୌଦ୍ଧର କଳାକାରମାନଙ୍କ ଦ୍ୱାରା ବିଲୁପ୍ତ କଳା ମାଠିଆ,ଧନୁ ଓ କୁଲାର ସମ୍ମିଶ୍ରଣରେ ସୃଷ୍ଟି ବାଦ୍ୟଯନ୍ତ୍ର ଧୂନକେଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା ।
ସେହପରି ଗଂଜାମ ଜିଲା ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ଦ୍ୱାରା ଲୋକନୃତ୍ୟ ,କଳାହାଣ୍ଡିର ସର୍ବେଶ୍ୱର ଭୋଇ,ବଲାଙ୍ଗିର ର ନବୀନ କହଁର,ସମ୍ବଲପୁରର ପଦ୍ମଶ୍ରୀ କ୍ଷେତି ଓ ବରଗଡ ଜିଲାର ସୌଭାଗ୍ୟଲକ୍ଷ୍ମୀ ଦାସ ଲୋକ ସଙ୍ଗିତ ଗାନ କରିଥିଲେ ।
ଅଞ୍ଜନ କୁମାର ପ୍ରଧାନ ସଂଯୋଜନା କରିଥିବାବେଳେ ବସନ୍ତ କୁମାର ସାହୁ,ଗୋପାଳ କୃଷ୍ଣ ବେହେରା,ସ୍ୱାଧୀନ ପରିଡା,ଦିବ୍ୟଶଙ୍କର ରାଉତ,ପ୍ରଶାନ୍ତ କୁମାର ଭାଇନା,ସୁରେନ୍ଦ୍ର କର୍ଣ୍ଣ,ପ୍ରତ୍ୟୁଷ ଦାନୀ,ସନ୍ତୋଷ କର୍ଣ୍ଣ,କୃତିବାସ ପଲିଆ,ସୁନୀତା ଦାଶ,ଚନ୍ଦ୍ରକାନ୍ତ ନାୟକ,ଅକ୍ଷୟ ମହାକୁଡ,ଜିତେନ୍ଦ୍ର ମହାନ୍ତି ଓ ବାଂଛାନିଧି ମହାକୁଡ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ଅତିଥି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

Related Posts

Seo wordpress plugin by www.seowizard.org.