Odisha News

ବୌଦ୍ଧରେ ରଥଯାତ୍ରା, ବଡ ଦାଣ୍ଡ ପାଲଟିଲା ଜନସମୁଦ୍ର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୭: ବୌଦ୍ଧ ଗଡଜାତର ରାଜରାଜୁଡା ଅମଳରୁ ରଥଯାତ୍ରା ପାଳନ ହୋଇଆସୁଛି । ରଥଯାତ୍ରା ଏକ ମୁଖ୍ୟ ପର୍ବ ହୋଇଥିବା ବେଳେ ଏହାକୁ ଗଣପର୍ବ ଭାବେ ପାଳନ କରାଯାଉଅଛି । ଦୀର୍ଘ ଦୁଇ ବର୍ଷ କୋରନା କଟକଣା ଯୋଗୁଁ ରଥଯାତ୍ରା ସଂପୁର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ କେବେଳ ବିଧି ରକ୍ଷା ପାଇଁ ମନ୍ଦିର ଭିତରେ ଭକ୍ତ ବିହିନ ନୀତିକାନ୍ତି କରାଯାଇଥିଲା ।
ଚଳିତ ବର୍ଷ ରଥଯାତ୍ରା ପାଇଁ ବଡଦାଣ୍ଡକୁ ରଙ୍ଗୋଲି ଚିତ୍ରରେ ରେ ସଜ୍ଜିତ କରାଯାଇଥିଲା । ସକାଳେ ପହଣ୍ଡି ପାଇଁ ବ୍ରାହ୍ମଣ ଓ ସଂକୀର୍ତ୍ତନ ମଣ୍ଡଳୀ ସମାବେଶ ହେବା ପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବ୍ରାହ୍ମଣମାନେ ତିନି ଠାକୁରଙ୍କୁ ପହଣ୍ଡିକରି କରିଥିଲେ । ପହଣ୍ଡି ସମୟରେ ଶଙ୍ଖ, ଘଣ୍ଟ , ମୃଦଙ୍ଗର ତାଳେ ତାଳେ ପ୍ରଭୁ ଝୁଲି ଝୁଲି ଗୋଟି ପହଣ୍ଡିରେ ଆସିଥିବା ବେଳେ ପହଣ୍ଡି ସମୟରେ ବାଟ ଭୋଗ ହୋଇଥିଲା ।
ପ୍ରଥମେ ସୁଦର୍ଶନଙ୍କୁ ରଥାରୁଢ କରିବା ପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ପାଇଁ ପ୍ରଭୁଙ୍କ ପହଣ୍ଡି ଓ ରଥଟଣା ସମୟରେ ଗେହ୍ଳାମା କଳାନିକେତନର କଳାକାର ମାନଙ୍କ ପକ୍ଷରୁ ମାହାରି ନୃତ୍ୟୁ ପରିବେଷଣ ହୋଇଥିଲା । ରଥଖଳାରେ ଠାକୁର ମାନେ ପହଞ୍ôଚବାପରେ ଚାରିବେଢା ପରିକ୍ରମା କରିବା ପରେ ଅପରାହ୍ନ ସମୟରେ ରଥ ଉପରକୁ ମହାପ୍ରଭୁ ବିଜେ କରିଥିଲେ । ବୌଦ୍ଧ ରଥଯାତ୍ରାରେ ଏକ ଭିନ୍ନ ପରମ୍ପରା ରହିଛି ରଥଛୁଆଁ ।
ତିନି ଠାକୁର ରଥକୁ ଚଢିବା ପରେ ଛୋଟ ଛୋଟ ଛୁଆଙ୍କୁ ରଥ ଉପରେ ପ୍ରଭୁଙ୍କୁ ପାଖରେ ରଥ ଛୁଆଁଇଲେ ,ଏହା ସେମାନଙ୍କର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାପରେ ରଥ ଉପରେ ଛେରାପହଁରା ବୌଦ୍ଧ ରାଜା ସମାପନ କରିଥିଲେ । ଛେରା ପହଁରା ଓ ରଥ ଛୁଆଁ ସରିବା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହିପରି ସହରର ପୋଡା ପୋଡା ହରିଗୁଢି ଜଗନ୍ନାଥଙ୍କ ମଧ୍ୟ ରଥ ଟଣା ହୋଇଥିଲା ।
ସାହି ବାସିନ୍ଦାଙ୍କ ମିଳିତ ସହଯୋଗରେ ପାଳିତ ହୋଇ ଆସୁଥିବା ରଥଯାତ୍ରାରେ ଏକ ବିଶେଷତ୍ୱ ହେଲା ଏହି ରଥକୁ କେବଳ ମହିଳା ଭକ୍ତ ମାନେ ଟାଣନ୍ତି । ବଡ ଦାଣ୍ଡରେ ରଥ ଟଣା ହେଉଥିବା ସମୟରେ ବିଭିନ୍ନ ଛକ ମାନଙ୍କରେ ପ୍ରଭୁଙ୍କୁ ପୋଡପିଠା, ବିଭିନ୍ନ ଭୋଗ ଭକ୍ତ ମାନେ ଅର୍ପଣ କରୁଥିଲେ । ଉଭୟ ରଥ ଆଗ ପଛ ହୋଇ ଗୋଟିଏ ଜାଗାରେ ଥିବା ମାଉସୀ ମା ମନ୍ଦିରକୁ ଯାଇଥିଲେ । ରଥ ବଡଦାଣ୍ଡରେ ଗଡି ମାଉସୀମା ଘରେ ପହଞ୍ôଚବା ପରେ ରଥରୁ ପ୍ରଭୁଙ୍କୁ ପହଣ୍ଡି କରାଯାଇ ମାଉସୀମା ଘରେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ । ରଥଯାତ୍ରା ପାଇଁ ପାଗ ଅନୁକୁଳ ଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହେବାସହ ରଥ ଟାଣି ଥିଲେ ।
ଶାନ୍ତି ଶୃଙ୍ଖଳା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଥିବା ସହ ଶାନ୍ତିଶୃଙ୍ଖଳା ସହ ରଥ ଯାତ୍ର ସଂପନ୍ନ ହୋଇଥିଲା । ଯାତ୍ରା ସମୟରେ ପ୍ରଶାସନିକ ଅଧିକାରୀ ମାନେ ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିବାବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଠାକୁରଙ୍କର ସମସ୍ତ ନୀତି ସମ୍ପର୍ଣ୍ଣ କରାଯାଇଥିଲା ।
ସେହିପରି ପାତାଳି ଶ୍ରୀକ୍ଷେତ୍ରରେ ମଧ୍ୟ ରଥଯାତ୍ରା ପାଳିତ ହେବାସହ ଜିଲ୍ଲାର ପୁରୁଣାକଟକ, ଠିଡିକାଯୋର, ହରଭଙ୍ଗା, କୁଶଙ୍ଗ, ମନମୁଣ୍ଡା, କଣ୍ଟା ମାଳରେ ମଧ୍ୟ ରଥଯାତ୍ରା ପାଳିତ ହୋଇଅଛି । ଶନିବାର ଜିଲ୍ଲାର ଅନେକ ଗ୍ରାମରେ ବାସି ରଥଯାତ୍ରା ପାଳିତ ହୋଇଛି ।
ନବବଧୂ ମୃତ୍ୟୁ ଘଟଣା :ସ୍ୱାମୀ ଓ ଶାଶୁ ଗିରଫ, କୋର୍ଟ ଚାଲାଣ
ବୌଦ୍ଧ;୩/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ମହାଲିକପଡା ପଞ୍ଚାୟତର ତଇଲାସାହି ଗ୍ରାମରେ ନବବଧୂ ମୃତ୍ୟୁ ଘଟଣାରେ ଶୁକ୍ରବାର ଦିନ ସ୍ୱାମୀ ଓ ଶାଶୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସୁଚନା ମୁତାବକ, କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନାର ବାରିହାଗୁଡା ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ଝିଅ ମଧୁସ୍ମିତା ସାହୁଙ୍କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ତଇଳାସାହିର ସୁମନ୍ତ ସାହୁଙ୍କ ବଡପୁଅ ପ୍ରଭାତ ସାହୁଙ୍କୁ ଗତ ୨୧.୬.୨୦୨୨ ରିଖରେ ବିବାହ କରିଥିଲା । କିନ୍ତୁ ଗତ ୨୯.୬.୨୦୨୨ ରିଖ ଦିନ ଅପରାହ୍ନରେ ମୃତ୍ୟୁ ଘଟିଥିଲା । ମଧୁସ୍ମିତାର ଶାଶୁ ଘରଙ୍କ କହିବା ଅନୁସାରେ ମଧୁସ୍ମିତା ଆତ୍ମହତ୍ୟା ଦଉଡି ଦେଇ କରିଥିବା ବେଳେ କିନ୍ତୁ ମଧୁସ୍ମିତାଙ୍କ ପରିବାର ପକ୍ଷରୁ ତାକୁ ମାରିଦିଆଯାଇଥିବା ନେଇ ହରଭଙ୍ଗା ଥାନାରେ ଗତ ଗୁରୁବାର ଦିନ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ହରଭଙ୍ଗା ଥାନା ପକ୍ଷରୁ ଥାନା କେସ ନଂ ୫୨/୨୨ ରେ ଏକହତ୍ୟା ମାମଲା ରୁଜୁ କରି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ । ଶୁକ୍ରବାର ଦିନ ହରଭଙ୍ଗା ପୋଲିସ ପକ୍ଷରୁ ସ୍ୱାମୀ ପ୍ରଭାତ ଓ ଶାଶୁ ସୁବାସିନୀ ସାହୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ବଘିଆପଡା ସେକ୍ସନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ,୩/୭:ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡା ସେକ୍ସନ ଅନ୍ତର୍ଗତ ବାଙ୍କମୁଣ୍ଡିସଂରକ୍ଷିତ ଜଙ୍ଗଲ ର କମ୍ପାଟ୍ ମେଣ୍ଟ ୮ ଠାରେ ବଘିଆପଡା ବନ ବିଭାଗ ପକ୍ଷରୁ ୭୩ତମ ବନମୋହଉତ୍ସବ ପାଳିତ ହବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବନପାଳ ଏମ ପ୍ରସାଦ ରାଓଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଘିଆପଡା ସରପଞ୍ଚ ଅନୁଯାଦୀପ, ସମିତିସଭ୍ୟା ମୀରା ପାଣିଗିରି, ବଘିଆପଡା ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲ ର ସମ୍ପାଦକ ଶ୍ରୀକାନ୍ତ କୁମାର ସାହୁ ,ସାମ୍ବାଦିକ ରାଜେଶ କୁମାର ଜେନା, ବନରଖି ସୁଶାନ୍ତକୁମାର ସାହୁ ,ବନରଖି ସନ୍ତୋଷ ମଲ୍ଲିକ ଓ ବେରେଡବାଡି ବନ ସୁରକ୍ଷା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ୧୦ ପ୍ରକାର ବିଭିନ୍ନ କିସମ ବୃକ୍ଷ ରୋପଣ କରିଥିଲେ ।

Related Posts

Seo wordpress plugin by www.seowizard.org.