Odisha News

ବୋଲେରୋ-ମିନି ଟ୍ରକ୍ ମୁହାଁମୁହିଁ ଧକ୍କା, ୧୨ ଆହତ

ନବରଙ୍ଗପୁର,୧/୫: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଳପୁର ଥାନା ଅନ୍ତର୍ଗତ ଖଡକା ଘାଟି ନିକଟରେ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କାରେ ୧୨ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୧୨ଜଣଙ୍କୁ ଉଦ୍ଧାର କରି କକସରା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଏକ ବୋଲେରୋ(ଓଡି୦୮୮୬୩୫୩) ଜଗଦଳପୁରରୁ ବାହାରି କଳାହାଣ୍ଡି ଧର୍ମଗଡ଼ ଅଭିମୁଖେ ଯାଉଥିଲା। ଏହି ସମୟରେ ଜଗତପୁରରୁ ଜୟପୁର ଆସୁଥିବା ଏକ ଟ୍ରକ(ଓଡି୦୫ ଏଭି୩୨୮୪) ମଧ୍ୟରେ ଖଡକା ଘାଟି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାଫଳରେ ବୋଲେରୋ ରହିଥିବା ୧୨ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ମଇଦଳପୁର ପୁଲିସ ଓ କକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।

Related Posts

Seo wordpress plugin by www.seowizard.org.