Odisha News

ବିରୂପାରେ ଭାସିଗଲେ ୨ ଯୁବକ

କଟକ, ୧୨/୪: ବିରୂପା ନଦୀରେ ଗାଧୋଇବା ବେଳେ ୨ ଜଣ ଯୁବକ ବୁଡ଼ି ଯାଇଛନ୍ତି। ସେମାନେ ହେଲେ ଚୌଦ୍ଵାର ଖୋର୍ଦ୍ଧା ସାହିର କୃଷ୍ଣ ଚନ୍ଦ୍ର ସାହୁ ଓ ମୟଙ୍କ ସାହୁ।
ସୂଚନା ଅନୁସାରେ କଟକ ଜିଲ୍ଲା ଚୌଦ୍ଵାର ଥାନା ଅଧୀନ ଖୋର୍ଦ୍ଧାସାହିର କୃଷ୍ଣ ଚନ୍ଦ୍ର ସାହୁ ଓ ମୟଙ୍କ ସାହୁ ବିରୂପା ନଦୀକୁ ଗାଧେଇବାକୁ ଯାଇଥିଲେ। ସେଠାରେ ସେମାନେ ସତର୍କତାରେ ଅବହେଳା କରିବାରୁ ନଦୀ ସୁଅରେ ଭାସି ଯାଇଥିଲେ।
ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଉଦ୍ଧାର ବେଳକୁ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିଲା।
ଘଟଣାସ୍ଥଳରେ ଚୌଦ୍ଵାର ପୁଲିସ ପହଞ୍ଚି ସେମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ଡାକ୍ତରଖାନା ପଠାଇ ଥିଲେ।
ହେଲେ ସେମାନଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଚୌଦ୍ୱାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related Posts

Seo wordpress plugin by www.seowizard.org.