Odisha News

ବିଦ୍ୟାଳୟର ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ,୪/୧୦: ଧନ ତୁ ଉଠରେ ଧନଟ୍ଟ। ମୋ ଧନଟା ପରା ଆମକୁ କନ୍ଦାଇ ତୁ କଣ ପାଉଛୁ ତୁ ଉଠିପଡ଼ରେ ଧନଟ୍ଟ। ଭଦ୍ରକ ମେଡିକାଲ ପରିସର କାନ୍ଦ ବୋବାଳିରେ ଫାଟି ପଡୁଛି। କାରଣ ୬ ବର୍ଷର କୁନି ପୁଅଟି ସ୍କୁଲରେ ଖେଳୁଥିବା ବେଳେ ଆଖିବୁଜି ଦେଇଛି। ବାପା ମା ଚେତାଶୂନ୍ୟ ହୋଇଯାଉଛନ୍ତି ଆଉ ତାଙ୍କୁ ଦେଖି ମେଡିକାଲରେ ଥିବା ଅନ୍ୟ ଲୋକାମାନେ ମଧ୍ୟ କୋହ ସମ୍ଭାଳି ପାରୁନାହାନ୍ତି କାରଣ ବିଦ୍ୟାଳୟର ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ଧାମନଗର ବ୍ଲକ ଅଧିନସ୍ଥ ଗଡ଼ିଆଳି ପଞ୍ଚାୟତ ଉଚ୍ଚପଦା ଗ୍ରାମର ସୌଭାଗ୍ୟ ରଞ୍ଜନ ନାୟକଙ୍କ ୬ ବର୍ଷର ପୁଅ ଅସିତ ନାୟକ ଆଜି ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ଛାତ୍ର। ବିଦ୍ୟାଳୟର ଖେଳ ଛୁଟିରେ ଖେଳୁଥିବା ଅବସ୍ଥାରେ ଫଳକ ପଡ଼ି ଛାତ୍ର ଜଣକ ମୃତ୍ୟୁ ବରଣ କରିଛନ୍ତି। ବିଦ୍ୟାଳୟର ଶିକ୍ଷକଙ୍କ କହିବାନୁଯାଇ ଖାଇସାରି ଅସିତ ବୁଢୀମା ପାଖକୁ ଯାଇଥିଲେ କାରଣ ଅସିତଙ୍କ ବୁଢୀମା ସେହି ସ୍କୁଲରେ ରୋଷେଇଆ ଭାବେ କାମ କରନ୍ତି। ଚାରି ମାସ ତଳେ କାର‌୍ୟ୍ୟ ହୋଇଥିବା ଫଳକଟି ଭାଙ୍ଗି ନଷ୍ଟ ହେବା ଫଳରେ ପାଖରେ ଥିବା କାନ୍ଥରେ ଡେରି ହୋଇ ରହିଥିଲା।
ତେବେ ଅସିତ ସେହି ଫଳକ ପାଖରେ ଖେଳୁଥିବା ବେଳେ ଫଳକଟି ଅସିତଙ୍କ ଉପରେ ପଡ଼ିଯାଇଥିଲା। ତେବେ ସଂଗେ ସଂଗେ ଅସିତଙ୍କ ଜେଜେ ମା ଅସିତଙ୍କୁ ଫଳକ ତଳୁ ଟାଣି ଆଣି ବିଦ୍ୟାଳୟ ଶିକ୍ଷକଙ୍କ ସହଯୋଗରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଅସିତକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଅସିତଙ୍କ ପରିବାର ଲୋକେ କିନ୍ତୁ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଖମାଖିଆଲି ନୀତି ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି।

Related Posts

Seo wordpress plugin by www.seowizard.org.