Odisha News

ବାଲେଶ୍ୱର: ପରିଖିର ଶେଖ୍ ମଲୁ ଓ ତାଙ୍କ ପିତାଙ୍କୁ ଅଗ୍ନି ସହାୟତା ପ୍ରଦାନ କଲେ ସୋନାଲି ବିଶ୍ଵାଳ

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର,୧୧/୬: ବାଲେଶ୍ୱର ଜିଲ୍ଲାର ୨୬ ନମ୍ବର ଜୋନର ସଭ୍ୟା ସୋନାଲି ବିଶ୍ଵାଳଙ୍କ ଦ୍ଵାରା ଶନିବାର ଦିନ ତାଙ୍କ ଜୋନ ଅନ୍ତର୍ଭୁକ୍ତ ପରିଖିର ଶେଖ୍ ମଲୁ ଓ ତାଙ୍କ ପିତା ଶେଖ୍ ଆଲ୍ଲାଙ୍କୁ ଅଗ୍ନି ସହାୟତା ପ୍ରଦାନ କରିଛନ୍ତି। ଅସାବଧାନତା ବଶତ୍ତ ପରିଖିର ଶେଖ୍ ମଲୁଙ୍କ ଘର୍ ପୋଡି ଯାଇ ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି।
ଖବର ପାଇ ଶ୍ରୀମତୀ ବିଶ୍ଵାଳ, ସମାଜ ସେବୀ ବାପି ବିଶ୍ଵାଳ ସହଯୋଗୀ ରାମ ଚନ୍ଦ୍ର ସିଂହ, ନୁମାନ ଅଲ୍ଲୀ ଖାଁ, ରିହାନ ଅଲ୍ଲି ଖାନ, ଜୟମାଟ ଏବଂ ଅଜୟ ଜେନା ପରିକ୍ଷୀରେ ପହଞ୍ଚି ସ୍ଥିତି ପରଖିବା ସହ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିଲେ ।
ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିଶ୍ବାଳ , ସରକାରୀ ସାହାଯ୍ୟ କିପରି ପୀଡ଼ିତ ପରିବାରକୁ ମିଳିବ ତାହା ଉପସ୍ଥିତ ଥିବା ଗ୍ରାମବାସୀ ମାନଙ୍କ ସମ୍ମୁଖରେ ପ୍ରକାଶ କରିଥଲେ।

Related Posts

Seo wordpress plugin by www.seowizard.org.