Odisha News

ଗଜପତି: ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୬ : ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଚାଇଲଡ ଲାଇନ ଓ ଜିଲ୍ଲା ଆଇଏସଆରଡିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରୋଧ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଶିଶୁ ଶ୍ରମିକ ନିରୋଧ ତଥା ଉଛେଦ ଉପରେ ସରକାରଙ୍କ ବିଭିନ୍ନ ଵିଧି ବ୍ୟବସ୍ଥା ରହିଛି ଓ କାର୍ଯ୍ୟକାରୀ ମଧ୍ୟ ହେଉଛି ।
ଶିଶୁ ମାନଙ୍କ ରହିଥିବା ବିଭିନ୍ନ ମୌଳିକ ଅଧିକାର ପ୍ରତି ସମସ୍ତେ ସଚେତନ ହେବା ଆବଶ୍ୟକ । କିଶୋର ଶ୍ରମିକ ମାନଙ୍କୁ ବିପଦ ଶଙ୍କୁଳ କାର୍ଯ୍ୟରେ ନିୟୋଜନ ନିଷେଧ ଏବଂ ସେ ଦିଗରେ ରହିଥିବା ଜୋରିମାନା ଓ ଦଣ୍ଡବିଧାନ ଆଇନ ଉପରେ କହି ଗଜପତି ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲାଭାବେ ଗଢ଼ି ତୋଳିବା ପାଇଁ ଲାଇନ ବିଭାଗ ଅଧିକାରୀ ଓ କର୍ମଚାରିଙ୍କ ମଧ୍ୟରେ ସମନ୍ୱୟ ରକ୍ଷାର ଆବଶ୍ୟକତା ଜରୁରୀ ଓ ଏ ଦିଗରେ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ ।
ଗଜପତି ଜିଲ୍ଲା ଆଇଏସଆରଡ଼ି ର ନିର୍ଦ୍ଦେଶକ ଶ୍ରୀ ସୁଧୀର କୁମାର ସାବତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ ଦିଗରେ ସମସ୍ତେ ସଚେତନ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡିଇଓ ଶ୍ରୀ ପ୍ରଦୋଷ କୁମାର ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠି , ସିଡିଏମଓ ଡା: ପ୍ରଦୀପ କୁମାର ପାତ୍ର , ଜିଲ୍ଲା ଶିଶୁ କଲ୍ୟାଣ ସମିତର ସଦସ୍ୟ ଶୀ ହିରଣ୍ୟ ରାୟ , ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡା , ଜିଲ୍ଲା ଶ୍ରମିକ ନିରୀକ୍ଷକ ଶ୍ରୀ ସୋମନାଥ ପାତ୍ର ଅତିରିକ୍ତ ଏସପି ପ୍ରମୁଖ ମଞ୍ଚସୀନ ଅତିଥିଭାବେ ଉପସ୍ଥିତ ରହି ଶିଶୁ ଶ୍ରମିକ ଉଛେଦ , ଶିଶୁ କିଶୋର ମାନଙ୍କୁ ବିପଦ ଶଙ୍କୁଳ କାର୍ଯ୍ୟରେ ନିୟୋଜିତ ନ କରିବା , ଶିଶୁ ଚାଲାଣ ଓ ଶିଶୁ ନିର୍ଯ୍ୟାତନାକୁ ରୋକିବା , ଶିଶୁ ମାନଙ୍କ ବିଭିନ୍ନ ମୌଳିକ ଅଧିକାର , ଶିଶୁ ଶ୍ରମିକ ଆଇନ ଓ ସେଥିପାଇଁ ରହିଥିବା ଦଣ୍ଡବିଧାନ ସମ୍ପର୍କରେ ନିଜର ବାର୍ତ୍ତା ଓ ଅନୁଭୂତି ଉପରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ “ସଖୀ” ୱାନଷ୍ଟପ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଚାଇଲଡ ଲାଇନର ଜିଲ୍ଲା ସଂଯୋଜକ ଶ୍ରୀ ନାଗେଶ୍ଵର ଚୌଧୁରୀ , ପ୍ରଭା ଚାଇଲଡ ଲାଇନର ମୁଖ୍ୟ ଶ୍ରୀ ଏ: ଆପ୍ପାରାଓ , ବସ ୟୁନିଅନର କର୍ମଚାରି ଏବଂ ସମ୍ପୃକ୍ତ ବିଭିନ୍ନ ଲାଇନ ବିଭାଗିୟ ଅଧିକାରୀ ଓ କର୍ମଚାରି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନା କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.