Odisha News

ବାଲିଗୁଡା : ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ସଞ୍ଜୟ କୁମାର ପାଣିଗ୍ରାହୀ ରିପୋର୍ଟ
ବାଲିଗୁଡା,୨୪/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ଦିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବେରେଡାକିଆ ପଞ୍ଚାୟତ ର ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଛାତ୍ରଛାତ୍ରୀ ମାନେ ନିଜ ନିଜର ପାଞ୍ଚ ବର୍ଷର ଅନୁଭୂତି ବଖାଣିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କୁ ସତପଥ ରେ ଯିବା ତଥା ଉତ୍ତମ ନାଗରିକ ହୋଇ ଦେଶ ଗଠନରେ ସହାୟକ ହେବାପାଇଁ ଉପଦେଶ ଦେଇଥିଲେ ।
ଏହି ବିଦ୍ୟାଳୟ ରେ ୨୦୧୮/୧୯ ମସିହାର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ୨୦୨୨-୨୩ ପରୀକ୍ଷା ବର୍ଷରେ ସିବିଏସଇ ବୋର୍ଡ ପରୀକ୍ଷା ସଫଳତାର ସହ ଦେଇଥିବାରୁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଜଗଦୀଶ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।
ଶେଷରେ ବିଦାୟୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ସରକାରୀ କ୍ୟାଲେଣ୍ଡର, ପ୍ରଶଂସା ପତ୍ର ତଥା ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷକ ମଧୁକର ପ୍ରଧାନ, ଅଲେଖ ପ୍ରଧାନ, ନରେଶ କହଁର, ଦିବ୍ୟ ପ୍ରକାଶ ସାହୁ , ଶିକ୍ଷୟତ୍ରୀ ଡେଜଲିନ ପ୍ରଧାନ, ଲିପିନା ସ୍ୱାଇଁ ତଥା ମାଟ୍ରନ ଆସ୍ଵସିନି ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ଗଞ୍ଜେଇ ଚାଲାଣ ବେଳେ ଜବତ: ବୋଲେରୋ ପିକଅପ ଭ୍ୟାନ ସହ ଜଣେ ଗିରଫ
ବାଲିଗୁଡା, ୨୪/୩: ବାଲିଗୁଡା ପୋଲିସ ଶୁକ୍ରବାର ପାଟ୍ରୋଲିଂ କରୁଥିବା ସମୟରେ ସୁଡୁରା ପଞ୍ଚାୟତ ଟିକରବାଜୁ ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢଉ କରି ୨୬୦ କେଜି ୯୧୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିବା ସହ ଏକ ବୋଲେରୋ ପିକଅପ ଭ୍ୟାନ ନଂ. ଓଡି-୦୧-ଏଲ -୦୬୫୦ କୁ ମଧ୍ୟ ଜବତ କରିଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କେରେବେଡା ଗ୍ରାମର ଶିବ ପ୍ରସାଦ ତାଣ୍ଡି ବୋଲି ଜଣାପଡିଛି ।
ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୭୯/୨୩ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ବାବାଶଙ୍କର ସରାଫ ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.