Odisha News

ଗଜପତି: ଜିଲ୍ଲା ଓ ପଞ୍ଚାୟତ ସ୍ତରୀୟ “ବିଶ୍ଵ ଯକ୍ଷ୍ମା ଦିବସ-୨୦୨୩” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୩: ବିଶ୍ଵ ଯକ୍ଷ୍ମା ଦିବସ-୨୦୨୩ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଓ ଗୋଷାଣୀ ବ୍ଲକ କେରାଣ୍ଡି ଠାରେ ପଞ୍ଚାୟତ ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ କାର୍ଯ୍ୟକ୍ରମ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ: କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଲୋକଙ୍କୁ ଯକ୍ଷ୍ମା ରୋଗର ଭୟାବହତା ସମ୍ପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।
ଏହି ରୋଗର ପ୍ରାରମ୍ଭିକ ଲକ୍ଷଣର ବିଭିନ୍ନ ଦିଗ ଉପରେ କହି ପ୍ରାରମ୍ଭରେ ଏହି ରୋଗ ଚିହ୍ନଟ ହୋଇ ଚିକିତ୍ସିତ ହେଲେ ରୋଗ ଭଲ ହୋଇପାରିବ । ଏହି ଯକ୍ଷ୍ମା ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ପ୍ରଧାନମନ୍ତ୍ରୀ ଟିବି-ମୁକ୍ତ ଭାରତ ଅଭିଯାନରେ ଟିବି ପିଡିତାଙ୍କୁ ଉପଲବ୍ଧ ହେଉଥିବା ମାଗଣା ସହାୟତା ଉପରେ କହିଥିଲେ ।
ଡିପିଏଚଓ: ଡ଼ାଃ ଏମ: ମୁବାରକ ଅଲ୍ଲୀ ଯୋଗଦେଇ ଯକ୍ଷ୍ମା-ରୋଗ ସମ୍ପର୍କରେ ଜନସଚେତନତା\’ର ଆବଶ୍ୟକତା ଉପରେ କହି ଯକ୍ଷ୍ମା ରୋଗୀ ନିର୍ଦ୍ଧାରିତ ସମୟ ସୀମା ପର୍ଯ୍ୟନ୍ତ ଔଷଧ ଖାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଯକ୍ଷ୍ମା-ରୋଗ ଡାକ୍ତର ରବି ନାରାୟଣ ଦାସ , ଲେପ୍ରୋସି ବିଭାଗ ଡାକ୍ତର ଇନ୍ଦିରା ମହାପାତ୍ର ଓ ଡିପିଏମ: ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ରହି ଯକ୍ଷ୍ମା-ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ କହିଥିଲେ ।
ସମସ୍ତ କାର୍ଯ୍ୟକ୍ରମ କୁ ଏସଟିଏଲଏସ: ଶ୍ରୀ ସଞ୍ଜୟ କୁମାର ବେବର୍ତ୍ତା , ଡିପିସି: ଶ୍ରୀ ପି: କୋଟେଶ୍ୱର ରାଓ , ପିଏମଡିଟି: ଶ୍ରୀ କେ: ଅମରନାଥ ଏବଂ ପିପିଏମ୍: ସଂଯୋଜକ ଶ୍ରୀ ଜେ: ଏସ: ରାଜୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା , କଲେଜ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ ।
ସେହିଭଳି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମସ୍ଥିତ ପୂଜା ମଣ୍ଡପ ଠାରେ କେରାଣ୍ଡି ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ବ୍ଲକ ସ୍ତରୀୟ ବିଶ୍ଵ ଟିବି ଦିବସ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଗ୍ରାମବାସୀ , ଏସଏଚଜି: ମାଆ ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲା ।
ଏହି କାର୍ଯ୍ୟକ୍ରମରେ ଏଏନଏମ: ଶ୍ରୀମତୀ ବି: ଜଗଦମ୍ବା , ସିଏଚଓ: ପୂର୍ଣ୍ଣିମା ଦାସ ଏବଂ ସ୍ବାସ୍ଥ୍ୟକର୍ମୀ ଶ୍ରୀ ରଞ୍ଜିତ କୁମାର ଜେନା ପ୍ରମୁଖ ମଞ୍ଚାସିନ ରହି ଯକ୍ଷ୍ମା ରୋଗ କଣ , ଏହା କାହିଁକି ହୁଏ , ଏହାର କାରଣ , ନିରାକରଣ ଓ ସତର୍କତା ପ୍ରଭୃତି ଉପରେ କହି ଚିକିତ୍ସାଳୟରେ ଏଥିପାଇଁ ରହିଥିବା ମାଗଣା ପରୀକ୍ଷା ସହ ପୁଷ୍ଟିକର ଖାଦ୍ୟ ସହାୟତାର ଉପଲବ୍ଧ ଥିବା କହିଥିଲେ ।
ଅନ୍ୟପକ୍ଷରେ , ଦୀର୍ଘ ଦିନ ଧରି ନିୟମିତ ଭାବେ କାଶ ଓ କାଶରେ କଫ ପଡ଼ିବା ସହ ଥଣ୍ଡା ଓ ଜ୍ଵର ପ୍ରଭୃତି ହୋଇ ନ ଛାଡ଼ିଲେ ଏଥିପ୍ରତି ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ଉଇପାସ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ କହିଥିଲେ ।
ଏହି କାର୍ଯ୍ୟକ୍ରମ କୁ ଅଙ୍ଗନବାଡ଼ି କର୍ମୀ ମାନେ ଯଥା:- ଇନ୍ଦୁରାଣୀ ପ୍ରଧାନ , ପ୍ରଭା ବାରୀକ , କୁନ୍ଦନ ପ୍ରଧାନ , ସୁନିତା ସ୍ୱାଇଁ , ସଂଯୁକ୍ତା ବିଶ୍ଵାଳ ଏବଂ ପୁଷ୍ପାଞ୍ଜଳୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.