Odisha News

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଦାଖଲ ହେଲା ୯୦୫ ପୃଷ୍ଠାର ଚାର୍ଜସିଟ୍

ଚାନ୍ଦବାଲି, ୯/୭: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ଘଟଣାରେ ଚାର୍ଜସିଟ୍ ଦାଖଲ ହୋଇଛି ।
ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ୯୦୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । ଏହି ସାକ୍ଷୀଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି ।
ତେବେ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଚାନ୍ଦବାଲି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ।
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ନିରଞ୍ଜନ ସେଠୀ, ଝୁନା ଭୋଇ, ପରମେଶ୍ବର ରାଉତ, ଭାଗ୍ୟଧର ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ ନାବାଳକ ବିବେକ ନାୟକଙ୍କ ବିରୋଧରେ ଆଇପିସି ଦଫା ୩୦୨, ୩୬୦, ୩୬୩, ୩୬୪, ୪୬୫, ୪୭୧, ୨୦୧, ୨୧୨ ଓ ୩୪ରେ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ଚାର୍ଜଟିସ୍ ଦାଖଲ କରିଛି ।

Related Posts

Seo wordpress plugin by www.seowizard.org.