Odisha News

ବେଦବ୍ୟାସ ମନ୍ଦିରରେ ରାହୁଲ ଗାନ୍ଧୀଙ୍କ ପୂଜାର୍ଚ୍ଚନା, ବାବା ଚନ୍ଦ୍ରଶେଖରଙ୍କର କଲେ ରୁଦ୍ରାଭିଷେକ

ରାଉରକେଲା, ୭/୨: ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ। ପୂର୍ବାହ୍ନ ୯ଟାରେ ରାହୁଲ ବେଦବ୍ୟାସ ଶୈବ ପୀଠରେ ପହଂଚିଥିଲେ ।
ସେଠାରେ ରାହୁଲ ବେଦବ୍ୟାସ ମୁନି ଗୁମ୍ଫାରେ ପୂଜାଅର୍ଚନା କରିଥିଲେ । ପରେ ଶୈବପୀଠ ସରସ୍ବତୀ କୁଣ୍ଡ ସହ ଅନ୍ୟ ମନ୍ଦିରକୁ ଯାଇଥିଲେ । ଶେଷରେ ବେଦବ୍ୟାସ ଗୁରୁକୁଳ ବୈଦିକ ଆଶ୍ରମରେ ଅନ୍ତେବାସୀଙ୍କ ସହ ଫଟୋ ଉଠାଇ ଥିଲେ । ସେମାନଙ୍କ ସହ କଥା ହୋଇଥିଲେ ।
ରାହୁଲଙ୍କ ସହ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଉପସ୍ଥିତ ଥିଲେ । ପରେ ରାହୁଲ ବେଦବ୍ୟାସରୁ ବାହାରି ୯ଟା ୫୫ ମିନିଟରେ ଉଦିତନଗର ଆମ୍ବେଦକର ଛକରେ ପହଞ୍ଚିଥିଲେ, ଯେଉଁଠାରୁ ବିଶାଳ ରୋଡ ସୋ’ ବାହାରିଥିଲା ।
ଏହି ରୋଡ଼ ଶୋ ରାଉରକେଲା ମୁଖ୍ୟ ମାର୍ଗ ଦେଇ ପାନପୋଷ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯିବ। ସେଠାରେ ରାହୁଲ ଗାନ୍ଧୀ ଉପସ୍ଥିତ ଜନସାଧାରଣଙ୍କ ସହ ନେତା ଓ କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ ।
ରାହୁଲ ଗାନ୍ଧୀଙ୍କ ରୋଡ ସୋ’କୁ ନେଇ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

Related Posts

Seo wordpress plugin by www.seowizard.org.