Odisha News

ବଡ଼ ଯା’ ଲିଭର ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ

ସମ୍ବଲପୁର.୨୨/୨ : ଲିଭର ପ୍ରତ୍ୟାରୋପଣ ପରେ ବି ଆଖି ବୁଜିଲେ ସାନ ଯାଆ । ସମସ୍ତ ଚେଷ୍ଟା, ପ୍ରାର୍ଥନା ସ୍ୱତେ ଆଖି ବୁଜିଲେ ସମ୍ବଲପୁର ଝାଙ୍କରପାଲ୍ଲୀ ଗାଁର ସାନ ଯାଆ ।
ଝାଙ୍କରପାଲ୍ଲୀ ଅଞ୍ଚଳର ମହିଳା ଜଣକ ଗତକାଲି ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏନେଇ ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତିି ।
କିଛି ଦିନ ତଳେ ବଡ଼ ଯାଆ ନିଜ ସାନ ଯାଆକୁ ଲିଭର ଦାନ କରିଥିବା ଭଳି ପ୍ରେରଣାଦାୟୀ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ତମାମ୍ ଚେଷ୍ଟା ସ୍ୱତେ ଗତକାଲି ରାତିରେ ସାନା ଯାଆ ଆଖି ବୁଜିଛନ୍ତି ।
ଡାକ୍ତରଙ୍କ କହିବାନୁଯାୟୀ ତାଙ୍କର ଲିଭର ସଫଳତାର ସହ ପ୍ରତିରୋପଣ ହୋଇଥିଲେ ବି ପରବର୍ତ୍ତୀ ସମୟରେ ସଂକ୍ରମଣ ଯୋଗୁଁ ମଲ୍ଟିବ୍ୟୁଲ ଅର୍ଗାନ ଫେଲୱୋର (ଏକାଧିକ ଅଙ୍ଗ ଅଚଳ) ହୋଇ ମୃତ୍ୟୁ ଘଟିଛି ।
ପେଟରେ ସଂକ୍ରମଣ ଯୋଗୁଁ ସାନ ଯାଆଙ୍କ ଲିଭର ନଷ୍ଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା ଜଣଙ୍କ । ଏହାପରେ ବଡ଼ ଯାଆ ଲିଭର ଦାନ କରିବାକୁ ଆଗେଇ ଆସିଥିଲେ । ବଡ଼ ଯାଆ କହିଥିଲେ, ସେ ମୋର ସାନ ଯାଆ ନୁହେଁ, ବରଂ ସେ ମୋ ସାନ ଭଉଣୀ ।
ତେବେ ବଡ଼ ଯାଆ ସାନ ଯାଆକୁ ଲିଭର ଦାନ କରିବା ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । କାରଣ ଅନେକ ସମୟରେ ଅନେକଙ୍କ ଘରେ ମନମାଳିନ୍ୟ ଯୋଗୁ ପାରିବାରିକ କଳହ ଦେଖାଯାଏ ।
ଏପରିକି ଅନେକଙ୍କ ଘରେ ଭାଇ-ଭାଇ ଯୋଗୁଁ ଅଲଗା ହେଉଥିବା ଖବର ଆସିଥାଏ । ହେଲେ ସମ୍ବଲପୁରରୁ ଏ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା । ସାନ ଯାଆକୁ ବଡ଼ ଯାଆ ଲିଭର ଦାନ କରିବା ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଥିଲା । ତେବେ ତମାମ୍ ଚେଷ୍ଟା ସ୍ୱତେ ସାନ ଯାଆଙ୍କ ମୃତ୍ୟୁ ଘଟିଛି ।

Related Posts