Odisha News

ବଜ୍ରାଘାତରେ ବିଲରେ ଟଳିପଡିଲେ ୨ ଜଣ, ୩ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଆନନ୍ଦପୁର/ଭଦ୍ରକ,୨୨/୭: ରାଜ୍ୟର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଦୁଇଟି ଘଟିଛି କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ।
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ଅନ୍ତର୍ଗତ ବାହାରିପୁର ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ଗଟିଛି। ମୃତକ ଦ୍ୱୟ ହେଉଛନ୍ତି- ନୃସିଂହ ଜେନା ଓ କାହ୍ନୁ ଜେନା। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ନନ୍ଦିପୁର ଗାଁରେ ବଜ୍ରାଘାତରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ପ୍ରଭାକର ସାହୁ, ଅନିରୁଦ୍ଧ ବେହେରା ଓ ପ୍ରଶାନ୍ତ ନାୟକ।
ସେମାନଙ୍କ ମଧ୍ୟରୁ ଅନିରୁଦ୍ଧ ଓ ପ୍ରଶାନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ପ୍ରଭାକରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଏ ତିନି ଜଣ ଜମିରେ କାମ କରୁଥିଲେ। ସେମାନେ ତଳିରୁଆ କାମରେ ଲାଗିଥିବା ବେଳେ ହଠାତ୍ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା। ବିଜୁଳି ମାରିବାରୁ ତିନି ଜଣ ଯାକ ଆହତ ହୋଇଥିଲେ। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.