Odisha News

ଫ୍ରି ଫାୟାର ଖେଳ ହେଲା କାଳ : ଟ୍ରେନ ଲାଇନରେ ଖେଳୁଥିବା ସମୟରେ ଧକ୍କା ଦେଲା ଟ୍ରେନ

ସୋର ୧୧/୧: ଫ୍ରି ଫାୟାର ଖେଳ ହେଲା କାଳ । ଟ୍ରେନ ଲାଇନରେ ଖେଳୁଥିବା ସମୟରେ ଧକ୍କା ଦେଲା ଟ୍ରେନ । ଫଳରେ ଅକାଲରେ ଜଣେ ନାବାଳକର ଜୀବନ ଯାଇଛି ।
ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ରେଳ ଷ୍ଟେସନ ନିକଟ ନୂଆପଡ଼ା ରେଳଧାରଣାରେ ଘଟିଛି ଏଭଳି ଅଘଟଣ । ଖନ୍ତାପଡା ଥାନା ପଣପଣା ପଂଚାୟତରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଗତ ରାତିରେ ନୂଆପଡା ଗ୍ରାମର ପୂର୍ଣଚନ୍ଦ୍ର ମହାନ୍ତିଙ୍କ ସାନ ପୁଅ ଅଶେଷ ରେଳ ଧାରଣାରେ ମୋବାଇଲରେ ଫ୍ରି ଫାୟାର ଖେଳୁଥିବା ବେଳେ ଡାଉନ ଲାଇନରେ ଆସୁଥିବା ଯାଜପୁର ଖଡ଼ଗପୁର ଲୋକାଲ ଅଶେଷଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଅଶେଷଙ୍କ ମୃତ୍ୟୁ ହୋଇଥିଲା । ତାର ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି.

Related Posts

Seo wordpress plugin by www.seowizard.org.