Odisha News

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍‌, କୋଭିଡ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୨୫ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ଭ୍ୟାକସିନ୍ । ୨୮ ଦିନ ବ୍ୟବଧାନରେ ପ୍ରଥମ ଓ ଦ୍ବିତୀୟ ଡୋଜ ଦିଆଯିବ । ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଦେଶରେ ଏହା ହେଉଛି ୨ୟ କରୋନା ଟିକା ।
ଜାନୁଆରୀ ୧୦ ତାରିଖରୁ ସ୍ବାସ୍ଥ୍ୟ କର୍ମୀ ତଥା ଫ୍ରଣ୍ଟ ଲାଇନ୍ ଓ୍ବାର୍କରମାନଙ୍କୁ ବୁଷ୍ଟର ଡୋଜ୍ ଭ୍ୟାକସିନ୍ ଦିଆଯିବ ।
ଗତ ଅଗଷ୍ଟ ମାସରେ ଜାଇଡସ କାଡିଲାର କରୋନା ଟିକା ଜାଇକୋଭ-ଡିକୁ ଜରୁରୀକାଳୀନ ଅନୁମତି ଦେଇଥିଲେ ଡିସିଜିଆଇ ।
ମାଦି ଆହୁରି କହିଛନ୍ତି, ଦେଶରେ ଏବେ ଓମିକ୍ରନ ସଂକ୍ରମ ସମସ୍ତଙ୍କର ଚିନ୍ତା ବଢ଼ାଇଛି । ଏ ନେଇ ଆମକୁ ସାବଧାନ ରହିବାକୁ ହେବ । କରୋନା ବିରୋଧରେ ଭାରତର ଲଢେଇ ଆରମ୍ଭରୁ ହିଁ ବୈଜ୍ଞାନିକ ପଦ୍ଧତି ଦ୍ବାରା ଆଧାରିତ । ଟିକାକରଣ ଆରମ୍ଭରୁ ହିଁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ବାରା କେଉଁମାନଙ୍କୁ ପ୍ରଥମେ ଟିକାକରଣ କରାଯିବ, କୋଭିଡ ହୋଇଥିବା ବ୍ୟକ୍ତି କେବେ ଟିକା ନେବେ ଇତ୍ୟାଦି ସ୍ପଷ୍ଟ କରାଯାଇଥିଲା । ଦେଶରେ ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧିପାଇଛି । ବୟସ୍କ ଜନସଂଖ୍ୟା ମଧ୍ୟରୁ ୯୦ ପ୍ରତିଶତଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି । ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାଦ ଭାରତରେ ଜାରି ରହିଛି ।

Related Posts

Seo wordpress plugin by www.seowizard.org.