Odisha News

ନୟାଗଡ଼ ମୁଥାଗାଡିଆ ପଞ୍ଚାୟତ ବାଘ ସହିତ ଲଢ଼ିବାକୁ ହାତୀ କୁ ସହଯୋଗ କରିବାକୁ ଆସିଲା ଭାଲୁ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୮/୨ : ନୟାଗଡ଼ ସଦର ବ୍ଲକ ମୁଥାଗାଡିଆ ପଞ୍ଚାୟତ ରେ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ପଞ୍ଚାୟତ ରେ ଆଲୋଚନା ର ବିଷୟ ବାଘ ସହିତ ଲଢ଼ୁଛନ୍ତି ହାତୀ ଓ ଭାଲୁ।
ପଞ୍ଚାୟତ ମାନଙ୍କରେ ବିଶେଷତଃ ଜିଲ୍ଲାପରିଷଦ କିମ୍ବା ସରପଞ୍ଚ ଙ୍କ ମଧ୍ୟରେ ବଡ ପ୍ରତିଦ୍ବନ୍ଦ୍ବିତା ଆଲୋଚନା ର ବିଷୟ ହୋଇଥାଏ କିନ୍ତୁ ଏଠାରେ ଆଲୋଚନା ର ବିଷୟ ବାଘ ହାତୀ ଲଢେଇ ରେ ହାତୀ ର ସହଯୋଗ ପାଇଁ ଆସିଛି ଭାଲୁ।
ମୁଥାଗାଡିଆ ପଞ୍ଚାୟତ ରେ ସମିତି ସଭ୍ୟ ଭାବେ ନନ୍ଦକିଶୋର ବାଘ ଷ୍ଟୁଲ ଚିହ୍ନ ଏବଂ ଦିଲୁ ହାତୀ କେଟିଲ ଚିହ୍ନ ମଧ୍ୟରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ଭାଲୁ ଓରଫ କ୍ଷିରୋଦ ଚନ୍ଦ୍ର ମହାପାତ୍ର ବିଜେଡ଼ି ରୁ ଜିଲ୍ଲାପରିଷଦ ଭାବେ ନିର୍ବାଚନ ରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ହାତୀ ଜିଲ୍ଲାପରିଷଦ ପ୍ରାର୍ଥୀ ଭାଲୁ ଙ୍କୁ ଧରି ପଞ୍ଚାୟତ ରେ ପ୍ରଚାର ଆରମ୍ଭ କରିଛନ୍ତି।
ଷ୍ଟୁଲ ଚିହ୍ନ ପ୍ରାର୍ଥୀ ବାଘ ପଦ୍ମ ଫୁଲ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜିଲ୍ଲାପରିଷଦ ପ୍ରାର୍ଥୀ ନସିର ମହମ୍ମଦ ଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ତେବେ ପଞ୍ଚାୟତ ରେ ଗୋଟିଏ ଚର୍ଚ୍ଚା ହାତୀ, ଭାଲୁ ମିଶି ଲଢ଼ୁଛନ୍ତି ବାଘ ସହିତ। ଦେଖାଯାଉ ଏହି ଲଢେଇରେ ବାଘ ର ବିଜୟ ହେଉଛି ନା ହାତୀ, ଭାଲୁ ଯୋଡି ର ।

Related Posts

Seo wordpress plugin by www.seowizard.org.