Odisha News

ପୋଲିସ ହାତରୁ ଖସିବେନି ଅପରାଧୀ:ଦୀପକ ଖଣ୍ଡାୟତ

ବିଶ୍ୱ ଭୂଷଣ ମହାପାତ୍ର/ମମତା ହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୪/୨: ରାସ୍ତାରୋକ, ପୁଲିସକୁ ମାଡ଼ ମାରିବା, ଯୌତୁକ ନିର୍ଯ୍ୟାତନା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତଥିବା ୬ଜଣ ୱାରେଣ୍ଟି ଗିରଫ।
ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ପଞ୍ଚାୟତ ସିପାହି ଅସୁରିଢିପା ଗ୍ରାମର ୬ଜଣ ୱାରେଣ୍ଟି ଗିରଫ ହୋଇଛନ୍ତି। ନୟାଗଡ଼ ସଦର ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟଙ୍କ ନେତୃତ୍ବରେ ପୋଲିସ ଏହି ୱାରେଣ୍ଟିମାନଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଥିଲେ।
ସିପାହି ଅସୁରଢିପା ଗ୍ରାମର ମଧୁ ଗୌଡଙ୍କ ପୁଅ ହରସ ଗୌଡ, ଫକିର ଗୌଡଙ୍କ ପୁଅ ମଧୁ ଗୌଡ, ରଥି ମହାପାତ୍ରଙ୍କ ପୁଅ ଅସୁନି ମହାପାତ୍ର, ମଧୁ ଗୌଡଙ୍କ ପତ୍ନୀ ସାବି ଗୌଡ, ମୀନା ଗୌଡ ଓ ରୀନା ଗୌଡକୁ ଗିରଫ କରାଯାଇଛି । ଏମାନଙ୍କ ନାମରେ ବିଭିନ୍ନ ଅଭିଯୋଗମାନ ହୋଇଥିଲା । ଆଜି ସେମାନଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି।

Related Posts

Seo wordpress plugin by www.seowizard.org.