Odisha News

ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାରି ହେଲା ୧୪୪ ଧାରା

ଭଦ୍ରକ,୩୧/୮: ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗାଁରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି।
ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସୋହଡା ପଞ୍ଚାୟତର ବେଦପୁର ଗାଁରେ। ଗତକାଲି ମଧ୍ୟରାତ୍ରରୁ ଆସନ୍ତା ୨ ତାରିଖ ସନ୍ଧ୍ୟା ପର‌୍ୟ୍ୟନ୍ତ ଏହି ୧୪୪ ଧାରା ଜାରି କରାଯାଇଛି।
ଗତକାଲି ବେଦପୁର ଗାଁ କ୍ଲବ ପାଖରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ଗଣେଶ ପୂଜା କରିବା ପାଇଁ ପୂଜା ମଣ୍ଡପ ନିର୍ମାଣ କରିବାକୁ ଆସିଥିଲେ। ଏହାକୁ କ୍ଲବର ଯୁବକମାନେ ବିରୋଧ କରିଥିଲେ।
ଫଳରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ପରେ ଦୁଇ ଗୋଷ୍ଠୀମଧ୍ୟରେ ମାରପିଟ୍ ହୋଇଥିଲା। ଖବରପାଇ ପୁଲିସ ଓ ସ୍ଥାନୀୟ ତହସିଲଦାର ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଶାନ୍ତ ପଡ଼ି ନଥିଲା। ପୁଲିସର ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା।
ତହସିଲଦାର ଘଟଣା ସମ୍ପର୍କରେ ଭଦ୍ରକ ଉପଜିଲ୍ଲାପାଳଙ୍କ ଜଣାଇବା ପରେ ଗାଁରେ ୧୪୪ ଧାରା ଜାରି କରାଯାଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥତି ନ ଉପୁଜିବା ପାଇଁ ଗାଁରେ ପୁଲିସ ଫୋର୍ସ ମୃତୟନ କରାଯାଇଛି। ଉଭୟ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଛି।

Related Posts

Seo wordpress plugin by www.seowizard.org.