Odisha News

ପୁରୀ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ଦ୍ୱିତିୟ ପର୍ଯ୍ୟାୟ କାଠ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୪: ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତିୟ ପର୍ଯ୍ୟାୟ କାଠ ପଠାଯାଇଛି । ଶୁକ୍ରବାର ଦିନ ବୌଦ୍ଧରୁ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ କାଠ ପଠାଯାଇଥିଲା । ରବିବାର ଦ୍ୱିତିୟ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ,୬ ଖଣ୍ଡ ଫାସି କାଠକୁ ଦୁଇଟି ଟ୍ରକରେ ରଥ ନିର୍ମାଣ ପାଇଁ ପୁରୀକୁ ପଠାଯାଇଛି ।
କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦର ପାଡେଲ ଓ ମଲ୍ଲିକୁଦ ସଂରକ୍ଷିତ ଜଙ୍ଗଲରୁ ମେକାପ ଓ ମହାରଣାମାନଙ୍କ ଦ୍ୱାରା କାଠ ଚିହ୍ନଟ କରାଯିବା ପରେ ପୂଜାର୍ଚ୍ଚନା କରାଯାଇ ସେଗୁଡିକୁ କଟାଯାଇଥିଲା । ସ୍ଥାନୀୟ ବନପାଳ ହୃଦାନନ୍ଦ ମିଶ୍ର, ଚିତରଂଜନ ପ୍ରଧାନ,ବନରକ୍ଷୀ ଓମପ୍ରକାଶ ଦନାୟକ,ଗୁଲି ବେହେରାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ଜୟଜଗନ୍ନାଥ, ହରିବୋଲ ଓ ହୁଳହୁଳି ଦେଇ ଦେଇ ରଥକାଠକୁ ବିଦାୟ ଦିଆଯାଇଥିଲା ।
ବୌଦ୍ଧ: ବିଦ୍ୟୁତ ଆଘାତରେ ଶ୍ରମକ୍ର ମୃତ୍ୟୁ
ବୌଦ୍ଧ,୧୦/୪: ବୌଦ୍ଧ ସହରର ମାରୁତି ଶୋରୁମ ନିକଟସ୍ଥ ଏକ ଘରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜୈନିକ ଶ୍ରମିକ ରବିବାର ଦିନ ସନ୍ଧ୍ୟାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ପଶ୍ଚିମବଙ୍ଗ ରାଜ୍ୟର ମେଦିନାପୁରର ଗ୍ରାମର ସେକ ଶରିମଉଳ୍ଳା ଇସଲାମ (୨୮) ବର୍ଷ ବୋଲି ଜଣାପଡିଛି ।
ସୁଚନା ମୁତାବକ ବୌଦ୍ଧ ସହରରେ ପଶ୍ଚିମବଙ୍ଗରୁ ବହୁ ଶ୍ରମିକ ଆସି ବୌଦ୍ଧରେ ରହି ଘର ଗୁଡିକର କାଯ୍ୟ କରିଆସୁଅଛନ୍ତି । ଶ୍ରମିକ ଜଣକ ଜୈନିକ ବ୍ୟକ୍ତିଙ୍କ ଘର ଉପରେ ଛାତର କାର୍ଯ୍ୟ କରୁଥିବା ବେଳେ ୧୧ କେଜି ବିଦ୍ୟୁତ ସଂପର୍ଶରେ ଲାଗିବାରୁ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ଶ୍ରମିକକୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧ ରାମଲୀଳାର ଦ୍ୱାଦଶ ଦିବସ, ଇନ୍ଦ୍ରଜିତ ବଦ୍ଧ
ବୌଦ୍ଧ;୧୦/୪: ସ୍ଥାନିୟ ମାରୂତୀ ମଣ୍ଡପ ଠାରେ ଅନୁଷ୍ଠିତ ବୌଦ୍ଧ ରାମଲୀଳା ଯାତ୍ରାର ଦ୍ୱାଦଶ ଦିବସ ନାଟକ ଇନ୍ଦ୍ରଜିତ ବଦ୍ଧ ନାଟକ ମଂଚସ୍ଥ ହୋଇଯାଇଛି । ପ୍ରଥମଥର ଯୁଦ୍ଧଭୂମୀକୁ ପ୍ରବେଶ କରି ରାମ ଲକ୍ଷ୍ମଣଙ୍କୁ ନାଗଫାସ ବଂନ୍ଧନରେ ବାନ୍ଧି ଯୁଦ୍ଧଭୂମୀରେ ଭୟର ବାତାବରଣ ଶୃଷ୍ଟି କରିପାରିଥିବା ଇନ୍ଦ୍ରଜିତ ଭାଇ ତରଣୀସେନ ଓ କାକା କୁମ୍ଭକର୍ଣ୍ଣର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ପିତା ରାବଣକୁ ବଚନ ଦେଇ ଦ୍ୱିତୀୟଥର ପାଇଁ ଯୁଦ୍ଧ ଭୂମୀରେ ଅବତୀର୍ଣ୍ଣ ହୁଅନ୍ତି ।
ତାଙ୍କର ଯୁଦ୍ଧ ଭୂମୀକୁ ପ୍ରବେଶ ରାମସେନାରେ ଏକ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ଏପାଖେ ପୁର୍ବ ଯୁଦ୍ଧରେ ପରାଜିତ ଦୁଇଭାଇ ରାମ ଲକ୍ଷ୍ମଣ ଇନ୍ଦ୍ରଜିତସହ ଯୁଦ୍ଧ କରିବା ପାଇଁ ଆଗେଇ ଆସିଥାନ୍ତି । ଉଭୟଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା । ଇନ୍ଦ୍ରଜିତର ସମସ୍ତ ବାଣକୁ ପ୍ରତିହତ କରି ଏକ ବିଜୟର ଆଶା ଉଦ୍‌ଜିବିତ କରିପାରିଥିବା ରାମ ଲକ୍ଷ୍ମଣ ପ୍ରତି ଇନ୍ଦ୍ରଜିତର ଭୟ ଓ କ୍ରୋଧର ମାତ୍ରା ବୃଦ୍ଧିପାଇଥାଏ ।
ଶେଷରେ ଉଭୟ ଭାଇଙ୍କୁ ପରାଜିତ କରିବା ପାଇଁ ଏକ ନିକୁମ୍ଭଲା ଯଜ୍ଞ ଆରମ୍ଭ କରିଥାନ୍ତି । ଅନ୍ୟପାଖରେ ଇନ୍ଦ୍ରଜିତର ବରପ୍ରାପ୍ତ ସଂପର୍କରେ ଭିବିଷଣ ରାମଙ୍କୁ ସୁଚନା ଦେଇଥାଏ ଯେ ଯେତେବେଳେ ଦେବତାଙ୍କ ସହ ଯୁଦ୍ଧକରି ମେଘନାଦ ଇନ୍ଦ୍ରକୁ ବନ୍ଧନକରି ଲଙ୍କାକୁ ନେଇ ଆସିଥିଲେ । ଦେବତାମାନଙ୍କ ମଧ୍ୟରେ ଚିନ୍ତା ପଡିଯାଇଥିଲା ଏମାନଙ୍କୁ ଉଦ୍ଧାର କରିବାପାଇଁ । ଶେଷରେ ଭଗବାନ ବିଷ୍ଣୁଙ୍କ ପରାମର୍ଶ ଅନୁସାରେ ବ୍ରହ୍ମା ଇନ୍ଦ୍ରଙ୍କୁ ମୁକ୍ତି କରିବାପାଇଁ ମେଘନାଦକୁ ଅମରବର ବଦଳରେ ତିନୋଟି ବର ପ୍ରଦାନ କରିଥିଲେ ।
ପ୍ରଥମେ ଇନ୍ଦ୍ରଙ୍କୁ ବିଜୟୀ ହୋଇଥିବାରୁ ତାଙ୍କ ନାମ ଇନ୍ଦ୍ରଜିତ ରଖିଥିଲେ । ଦ୍ୱିତୀୟରେ ନିଜର ଇଷ୍ଟଦେବୀ ନିକୁମ୍ଭଲାଙ୍କ ନାମରେ ସଂପୂର୍ଣ୍ଣ ଯଜ୍ଞକଲେ ସେହି ଯଜ୍ଞରୁ ଏକ ରଥ ପ୍ରାପ୍ତହେବ ଏବଂ ସେହି ରଥରେ ବସିଥିବାଯାଏଁ ମେଘନାଦକୁ କେହି ମାରି ପାରିବେ ନାହିଁ । ତୃତୀୟରେ ଯେଉଁ ବିବାହିତା ବ୍ୟକ୍ତି ୧୪ ବର୍ଷ ପର୍ଯ୍ୟନ୍ତ ଆହାର, ମୈଥୁନ, ନିଦ୍ରା ପରିତ୍ୟାଗ କରିଥିବ ସେହିଁ ଇନ୍ଦ୍ରଜିତକୁ ବଦ୍ଧ କରିପାରିବ ।
ଏହି ତିନିବର ପାଇବାପରେ ଇନ୍ଦ୍ରଜିତ ରାଜା ଇନ୍ଦ୍ରଙ୍କୁ ମୁକ୍ତି କରିଥିଲେ । ଏକଥା ଶୁଣି ଲକ୍ଷ୍ମଣ ନିଜର ବ୍ରତକଥା ସମସ୍ତଙ୍କ ଆଗରେ ପ୍ରକାଶ କରି ଭାଇ ରାମଚନ୍ଦ୍ରଙ୍କ ପରାମର୍ଶକ୍ରମେ ଇନ୍ଦ୍ରଜିତର ଯଜ୍ଞ ଭଣ୍ଡୁର କରି ତାକୁ ଯୁଦ୍ଧପାଇଁ ଆମନ୍ତ୍ରଣ କରିଥିଲେ । ଯଜ୍ଞ ସଂପୂର୍ଣ୍ଣ କରିନପାରି ଇନ୍ଦ୍ରଜିତ ନିଶ୍ଚିତ ମୃତ୍ୟୁକୁ ନିକଟରୁ ଦେଖିପାରିଥିଲେ ଶେଷରେ ଲକ୍ଷ୍ମଣଙ୍କ ଦ୍ୱାରା ନିହତ ହୋଇଥିଲେ । ମହାମାୟାବି ଇନ୍ଦ୍ରଜିତ ବଦ୍ଧ ନାଟକରେ ରାମ ଭୂମୀକାରେ ଶିଶିର ବେହେରା, ଲକ୍ଷ୍ମଣ- ଜନାର୍ଦ୍ଦନ ମିଶ୍ର, ସୀତା- ବିଶ୍ୱାମିତ୍ର ସାହୁ, ରାବଣ- ସୁଦାମ ବେରିହା, ଇନ୍ଦ୍ରଜିତ- ସନ୍ତୋଷ ବାଘ, ବିଭିଷଣ- ପ୍ରମୋଦ ପ୍ରଧାନ, ସୁଗ୍ରିବ- ଦିବାକର ଜେନା, ହନୁମାନ- ଶାନ୍ତନୁ ବେହେରା ପ୍ରମୁଖ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।
ବୌଦ୍ଧଜିଲ୍ଲା ଫୁଟବଲ ନକ୍‌ଆଉଟ: କଣ୍ଟାମାଳ ଚଂପିଆନ
ବୌଦ୍ଧ,୧୦/୪: ବୌଦ୍ଧ କଚେରୀ ଖେଳପଡିଆ ଠାରେ ଆଜି ଜିଲ୍ଲା ଫୁଟବଲ ଆସୋସିଏସନ ବୌଦ୍ଧଦ୍ୱାରା ଡି.ଏଫ.ଏ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ବୌଦ୍ଧ ଜିଲ୍ଲାର ସମସ୍ତ ତିନୋଟିଯାକ ବ୍ଲକର ୩ଟି ଶ୍ରେଷ୍ଠ ଦଳ ଓ ଏନଏସିରୁ ଶ୍ରେଷ୍ଠ ଦଳ ଯୋଗଦାନ କରିଥିଲେ ।
କଣ୍ଟାମାଳ ବ୍ଲକରୁ କଣ୍ଟାମାଳ ଦଳ, ବୌଦ୍ଧ ବ୍ଲକରୁ ସାହାଜପାଲ, ହରଭଙ୍ଗା ବ୍ଲକରୁ ମାଉଲସିଙ୍ଗା ଏବଂ ଏନ୍‌.ଏ.ସିରୁ ଗେହ୍ଲାମା କ୍ଲବ, ନୂଆସାହି ଯୋଗଦାନ କରିଥିଲେ । ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ନିରଞ୍ଜନ ମେହେର ଆଜିର ମ୍ୟାଚକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ଫାଇନାଲ ମ୍ୟାଚରେ ବୌଦ୍ଧ ଜିଲ୍ଲାର ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ସତ୍ୟପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଫାଇନାଲ ମ୍ୟାଚରେ କଣ୍ଟମାଳ ଦଳ ସାହାଜପାଲ ଦଳକୁ ହରାଇ ଚଂପିଆନ ହୋଇଥିଲା ।
ଫାଇନାଲ ମ୍ୟାଚରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଜିଲ୍ଲା ଫୁଟବଲ ସଂଘର ସଭାପତି ଲମ୍ବୋଦର ପୁରୋହିତ ଓ ସଂପାଦକ ଯୁଗଳ କିଶୋର ସାମଲ ଉପସ୍ଥିତ ଥିଲେ । ମ୍ୟାଚକୁ ରେଫରୀ ଭାବେ ପ୍ରବୀଣ ବେହେରା, ସୂର୍ଯ୍ୟକାନ୍ତ ବେହେରା, ବଳିଆ ବେହେରା, ସମୀର ପ୍ରଧାନ, ପ୍ରହଲ୍ଲାଦ ଭୋକ୍ତା ଓ ବିଭୁତି ଭୂଷଣ ବେହେରା ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ହେମନ୍ତ ଚଂପତ୍ତି, ରମାକାନ୍ତ ବେହେରା, ଅଜମତ ଖାନ, ଅମରେଶ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.