Odisha News

ପାକିସ୍ତାନର ଦେବାଳିଆ ପରିସ୍ଥିତି: ଆକାଶ ଛୁଆଁ ଦର ଦାମ୍‌

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ

ଦେବାଳିଆ ଅବସ୍ଥାକୁ ଯାଉଛି କି ପାକିସ୍ତାନ? ଶ୍ରୀଲଙ୍କା ଭଳି ଦେବାଳିଆ ହୋଇଯିବକି ପାକିସ୍ତାନ? ଏଭଳି ପ୍ରଶ୍ନ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କାରଣ ପାକିସ୍ତାନରେ ଏବେ ଘୋର ଅର୍ଥ ସଂଙ୍କଟ ଦେଖା ଦେଲାଣି । ଯାହାକୁ ନେଇ ଏଭଳି ଅନୁମାନ କରାଯାଉଛି ।
ପାକିସ୍ତାନରେ ଧିରେ ଧିରେ ଅର୍ଥ ଶେଷ ହେବାକୁ ଲାଗିଲାଣି । ଯେଉଁଥି ପାଇଁ ପାକିସ୍ତାନ ସରକାର ଦ୍ରବ୍ୟ ଆମଦାନୀ ଉପରେ ରୋକ ଲଗାଇବା ପାଇଁ ଚାହୁଁଛନ୍ତି । କିଛି ଦିନ ତଳେ ପାକିସ୍ତାନର ଜଣେ ମନ୍ତ୍ରୀ ଏଭଳି ସଂକେତ ଦେଇଛନ୍ତି ।
ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଗଲାଣି । ଦର ଦାମବି ଆକାଶ ଛୁଆଁ ।
ଅଟା,ଚାଉଳ,କିରୋଶିନ ଠାରୁ ଆରମ୍ଭ କରି ଇଲେକ୍ଟ୍ରି ସେବା,ପେଟୋଲ ଓ ଡିଜେଲର ଘୋର ଅଭାବ ଦେଖାଦେଇଛି । ତେବେ ବୈଦେଶିକ ଋଣର କିସ୍ତି ସୁଝିନପାରି ଡିଫଲ୍ଟର ହେବାକୁ ଯାଉଛି ସାହାବାଜ ସରିଫ୍‌ଙ୍କ ସରକାର । ସ୍ଥିତି ଏତେ ସଙ୍ଗିନି ଯେ ଆମଦାନୀ କମାଇବାକୁ ଚାଲିଛି ଉଦ୍ୟମ । ଏହି ପରିପେକ୍ଷିରେ ଜଣେ ବରିଷ୍ଟ ମନ୍ତ୍ରୀ ଏହସାନ୍ ଇକବାଲ୍ ଦିନକୁ କିଛି କପ୍ ଚା’ କମ୍ ପିଇବାକୁ ଦେଶବାସୀଙ୍କୁ ପରାମର୍ଶ କରିଛନ୍ତି । ପାକିସ୍ତାନ ବାର୍ଷିକ ୪ଶହ ମିଲିୟନ ଡଲାର ଚା’ ଆମଦାନୀ କରୁଥିବା ବେଳେ ଆର୍ଥିକ ଦୂରାବସ୍ତା ସତ୍ତ୍ୱେ ଚଳିତ ଆର୍ଥିକ ଦୂରାବସ୍ତାରେ ଗତ ବର୍ଷ ଠାରୁ ୬୦ମିଲିୟନ ଲଡାର୍ ମୂଲ୍ୟର ଚା’ ଆମଦାନୀ କରିଛି ।
ପାକିସ୍ତାନରେ ଲୋକଙ୍କୁ ଚାହାର ବ୍ୟବହାର କମ୍ କରିବା ପାଇଁ ନିବେଦନ କରିଛନ୍ତି ମନ୍ତ୍ରୀ ଇସାନ ଇକବାଲ । କାରଣ ଚାହା ଆମଦାନୀରେ ସରକାରଙ୍କୁ ମୋଟା ଅଙ୍କ ଗଣିବାକୁ ପଡୁଛି ।
ଦିନକୁ ୩କପ୍ ଚା’ ପିଉଥିବା ପାକିସ୍ତାନ ବାସୀ ମନ୍ତ୍ରୀଙ୍କ ଏଭଳି ବୟାନରେ କ୍ଷୁବ୍ଧ ହୋଇଛନ୍ତି । ଏଥିପାଇଁ ସୋଶିଆମିଡିଆରେ ତାଙ୍କୁ ଡ୍ରୋଲ କରାଯାଉଛି ।
ବର୍ତ୍ତମାନ ସମୟରେ ସରକାର ଅଣଅତ୍ୟାବଶ୍ୟକ ସାମଗ୍ରୀ ନକିଣିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । କାରଣ ଅଣଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଦେଶରେ ଅର୍ଥ ନାହିଁ ।
ଗୁରୁବାର ଦିନ ପାକିସସ୍ତାନରେ ଆକାଶ ଛୁଆଁ ହୋଇଛି ପେଟ୍ରୋଲ ଦର । ର୍ତ୍ତମାନ ପେଟ୍ରୋଲ ଦର ୨୩୩.୮୯ ଟଙ୍କା ରହିଛି । ଗୋଟିଏ ଦିନରେ ୨୪ଟଙ୍କା ବଢ଼ିଛି ପେଟ୍ରୋଲ ଦର ।
ପାକିସ୍ତାନର ଅର୍ଥମନ୍ତ୍ରୀ ମିଫତା ଇସମାଇଲି ଇସ୍ଲାମବାଦରେ ସାମ୍ବାଦିକ ମାନଙ୍କୁ ସମର୍ଥନା କରି ଏହି ସୂଚନା ଦେଇଛନ୍ତି । ଜୁନ ୧୫ ମଧ୍ୟ ରାତ୍ରିରୁ ଏହି ଦର ଲାଗୁ କରାଯାଇଛି ।
ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ପାକିସ୍ତାନ ବର୍ତ୍ତମାନ ଘୋର ଅର୍ଥ ସଙ୍କଟ ଦେଖାଦେଇଛି । ମିଫତା କହିଛନ୍ତି ବର୍ତ୍ତମାନ ଆମ ପାଖରେ ତୈଳଜାତ ଦୈବ୍ୟ ଆମଦାନୀ ପାଇଁ ଅର୍ଥ ନାହିଁ । ସେଥିପାଇଁ ଗୋଟିଏ ଦିନରେ ଉଦ୍‌ବେଗ ଜନକ ଭାବେ ୨୪ଟଙ୍କା ବଢ଼ା ଯାଇଛି ପେଟ୍ରୋଲ ଦର ।
ବୁଧୁବାର ଦିନ ପେଟ୍ରୋଲ ଦର ୧୬.୩ ପଇସା ବୃଦ୍ଧି ପାଇଛି । ବର୍ତ୍ତମାନ ଡିଜେଳ ଦର ୨୬୩.୩୧ ପଇସା ରହିଛି । ଯାହା ଏହା ୨୦ ଦିନର ସର୍ବାଧିକ ବୃଦ୍ଧି କୁହାଯାଉଛି ।
ଅର୍ଥମନ୍ତ୍ରୀ ଆହୁରି ଦୟନୀୟ ସ୍ଥିତି ବଖାଣିଛନ୍ତି, କହିଛନ୍ତି ପାକିସ୍ତାନରେ ଏବେ ପ୍ରତିଲିଟର ପେଟ୍ରୋଲରେ ୨୪.୩ ପଇସା କ୍ଷତି ସହୁଛି । ସେହିପରି, ଡିଜେଲରେ ୫୯.୧୬ ପଇସା ଏବଂ କିରୋସିନ୍‌ରେ ୨୯.୪୯ ପଇସା କ୍ଷତି ସହୁଛି । ସରକାର ପେଟ୍ରୋଲ କିଣିବା ପାଇଁ ୧୨୦ ବିଲିୟନ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।
ପାକିସ୍ତାନ ବାସୀଙ୍କ ପାଇଁ ଆଉ ଏକ ମୁଣ୍ଡବିନ୍ଦାର କାରଣ ହେଲା ଇଲେକ୍ଟ୍ରି ସିଟିର ଘୋର ଅଭାବ । ପାକିସ୍ତାନର ଭଲ ବନ୍ଧୁ କୁହାଯାଉଥିବା ଚାଇନା ଏବେ ଇଲେକ୍ଟ୍ରି ସିଟ୍ ପ୍ରଦାନ କରିବା ବନ୍ଦ କରିଦେଇଛି । ଦେଶର ଦେବାଳିଆ ପରିସ୍ଥିତି ଦେଖି ମିତ୍ର ଦେଶ ଚାଇନା ଏବେ ପାକିସ୍ତାନର ହାତ ଛାଡି ଦେଇଛି । ପାକିସ୍ତାନ ଇଲେକ୍ଟ୍ରି ସିଟି ବାବଦକୁ ୩୦୦ ବିଲିୟନ ଟଙ୍କା ଚାଇନାକୁ ପୈଠ କରିନଥିବାରୁ ଚାଇନାର ବିଦ୍ୟୁତ୍ କମ୍ପାନି ପାକିସ୍ତାନର ବିଭିନ୍ନ ପ୍ଲାଣ୍ଡକୁ ବନ୍ଦ କରିଦେଇଛି ।
ଗୋଟେ ପଟେ ଅସହ୍ୟ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିଲା ବେଳେ ଅନ୍ୟପଟେ ଚାଇନାର ବିଦ୍ୟୁତ୍ ସେବା ବନ୍ଦ କରିଦେବା ଲୋକଙ୍କ ଜୀବନକୁ ଆହୁରି ଦୁର୍ଦ୍ଦିନକୁ ଠେଲିଦେଇଛି ।
ମିଫତା କହିଛନ୍ତି ଯେ ଗତ ୩୦ ବର୍ଷ ହେଲା ସେ ଦେଶର ଏଭଳି ପରିସ୍ଥିତି ଦେଖିଆସୁଛନ୍ତି । କିନ୍ତୁ ଏଭଳି ମୁଦ୍ରାସ୍ପିତି କେବେ ଦେଖିନି । ଦେଶ ପାଇଁ ଏହା ସବୁ ଠାରୁ ଉଦ୍‌ବେଗର ବିଷୟ ।
ଏଭଳି ସ୍ଥିତିରେ ବଶ୍ୱ ବ୍ୟାଙ୍ଗ ଓ ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିତ ସ୍ପେଶିଆଲ ପ୍ୟାକେଜ ଉପରେ ଦେଶର ଅର୍ଥନୀତିର ଭବିଷ୍ୟତ ନିର୍ଭର କରୁଛି ।

Related Posts

Seo wordpress plugin by www.seowizard.org.