Odisha News

ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣା, ଅନୁଧ୍ୟାନ କଲେ ଏଏସଆଇ ଅଧିକ୍ଷକ

ପୁରୀ, ୧୭/୫ : ଏମାର ମଠର ଖନନ ସ୍ଥଳରେ ସୋମବାର ଠାବ ହୋଇଥିବା ଖଣ୍ଡବିଖଣ୍ଡିତ ସିଂହ ମୂର୍ତ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ମୂର୍ତ୍ତି ପ୍ରାୟ ୫ ଫୁଟ ଗଭୀରରେ ଥିବା ବେଳେ କ୍ରେନ୍ ସାହାଯ୍ୟରେ ଉଠାଯାଉଛି।
ଗୋଟିକିଆ ପଥରରେ ନିର୍ମିତ ପ୍ରାଚୀନ ସିଂହ ମୂର୍ତ୍ତି ଠାବ ହେବା ପରେ ଏଏସଆଇର ଅଧୀକ୍ଷକ ଅରୁଣ ମଲିକଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ ଏମ୍ଆର ମଠରେ ପହଞ୍ଚିଛି। ପୁରୀରେ ପହଞ୍ଚିବା ପରେ ଟିମ୍ ଉଦ୍ଧାର ହୋଇଥିବା ମୂର୍ତ୍ତିର ଅନୁଧ୍ୟାନ କରିଛି ।
ତେବେ ସମ୍ପୃକ୍ତ ଟିମର ଟେକ୍ନିକାଲ ଟିମ୍ ଉଦ୍ଧାର ହୋଇଥିବା ମୂର୍ତ୍ତିର ଅନୁଧ୍ୟାନ କରୁଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ସିଂହ ମୂର୍ତ୍ତି କେଉଁ ସମୟରେ ଏହାର ନମୁନା ପରୀକ୍ଷା ହୋଇଛି। ଏଏସ୍ଆଇ ଅଧୀକ୍ଷକ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ସିଂହମୂର୍ତ୍ତି ଗଙ୍ଗ ରାଜତ୍ବ କାଳରେ ହୋଇଥାଇପାରେ।
ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ପରେ ଜଣାପଡ଼ିବ। ସିଂହ ମୂର୍ତ୍ତି ବ୍ୟତୀତ ସହିତ ଏମାର ମଠର ଖନନ କାର‌୍ୟ୍ୟସ୍ଥଳୀରେ ଏକ ବିଶାଳ ପଥର ଚଟାଣ ଠାବ ହୋଇଛି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୯ ତାରିଖରେ ଏମାର ମଠ ଖନନ ସ୍ଥଳରୁ ଏକ ଭଗ୍ନ ସିଂହ ମୂର୍ତ୍ତି ମିଳିଥିବା ଭାରତୀୟ ପ୍ରତ୍ନତତ୍ତ୍ବ ହାଇକୋର୍ଟଙ୍କୁ ଜଣାଇ ଉଦ୍ବେଗ ପ୍ରକାଶ କରିଥିଲା।
ସୋମବାର ଦିନ ପୁଣିଥରେ ଆଉ ଦୁଇଟି ବହୁ ପ୍ରାଚୀନ ବିରାଟ ଭଗ୍ନ ସିଂହ ମୂର୍ତ୍ତି ଏମାର ମଠ ଖନନସ୍ଥଳରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଦୁଇବର୍ଷ ତଳେ ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣରେ ବହୁପୁରୁଣା ଏମାର ମଠକୁ ଭଙ୍ଗାଯାଇଥିଲା। ନିକଟ ଅତୀତରେ ଏହି ସ୍ଥାନକୁ ଖୋଳାଯାଇଛି। ଏହିସ୍ଥାନରେ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର କରିବାକୁ ଯୋଜନା କରାଯାଇଥିଲା।
କିନ୍ତୁ ଜାଗା ଅଭାବ ପଡ଼ିବାରୁ ଏମାର ମଠ ଭାଙ୍ଗିବା ପରେ ଯେଉଁ ମୂଳମନ୍ଦିର ଓ ବାକି ଅଂଶ ବଳି ପଡ଼ିଥିଲା, କିଛିମାସ ତଳେ ଏଥିରୁ ଅଳ୍ପକିଛି ଜାଗାକୁ ଛାଡ଼ି ବାକି ଅଂଶକୁ ଭାଙ୍ଗି ଦିଆଯାଇଛି। ପରେ ଅଭ୍ୟର୍ଥନା କେନ୍ଦ୍ର ଘୁଞ୍ଚାଇବାକୁ ନିଷ୍ପତ୍ତି ହୋଇଥିଲେ ବି ଆଜି ଏହି ଖନନ ସ୍ଥଳରୁ ହିଁ ବିରାଟ ସିଂହମୂର୍ତ୍ତି ମିଳିଛି।

Related Posts

Seo wordpress plugin by www.seowizard.org.