Odisha News

ପବିତ୍ର ଗୁରୁଦିବସରେ ଗୁରୁପୁଜନ ସମାରୋହ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୬/୯: ପବିତ୍ର ଗୁରୁଦିବସରେ ଗୁରୁପୁଜନ ସମାରୋହ। ଅବସରପ୍ରାପ୍ତ ତଥା ଅବହେଳିତ ଶିକ୍ଷକ ମାନଙ୍କୁ ଉଚିତ ସମ୍ମାନ ,ଗୁରୁ ଶିଶ୍ୟ ସଂମ୍ପର୍କକୁ ଉଜ୍ଜିବିତ କରିବା, ଶିକ୍ଷାଦାନ କରୁଥିବା ଶିକ୍ଷକ ମାନଙ୍କ ମଧ୍ୟରେ ଉତ୍ସାହ ସ୍ରୁଷ୍ଟି,ଓ ସମାଜରେ ଶିକ୍ଷକଙ୍କ ମହତ୍ବକୁ ପ୍ରତିପାଦିତ କରିବାପାଇଁ ପ୍ରତେକ ବର୍ଷଭଳି ଚଳିତବର୍ଷ ପବିତ୍ର ଗୁରୁଦିବସରେ ନିଆରା ଗୁରୁପୁଜନ ସମାରୋହ ନୟାଗଡ଼ରେ ପାଳନ କରାଯାଇଛି। ନୟାଗଡ଼ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି କାଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଯୋଗଦେଇ ପବିତ୍ର ଗୁରୁଦିବସରେ ପ୍ରତେକ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପୁଜନ କରି ଆଶିର୍ବାଦ ନେବାକୁ ଉପଦେଶ ଦେଇଥିଲେ।
ଜଣେ ଶିକ୍ଷକ ବା ଶିକ୍ଷୟତ୍ରୀ ନିଜ ଛାତ୍ରଛାତ୍ରୀଙ୍କୁ ଯେଉଁଭଳି ଶିକ୍ଷାଦେବେ ଛାତ୍ରଛାତ୍ରୀଙ୍କ ଭବିସ୍ୟତ ସେହିଭଳି ହେବବୋଲି ମଧ୍ୟ ଅରୁଣ ସାହୁ ତାଙ୍କ ଭାଷଣରେ କହିଥିଲେ।
ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଶିକ୍ଷକ ଓ ଶିକ୍ଷୟତ୍ରୀ ହେଉଛନ୍ତି ଦେବତୁଲ୍ୟ। ଗୁରୁ ଶିଶ୍ୟର ସଂମ୍ପର୍କ ସବୁବେଳେ ସ୍ବାର୍ଥରୁ ଉର୍ଦ୍ଦରେ ରହିଥିବା ବେଳେ ସମସ୍ତେ ନିଜ ଗୁରୁଙ୍କୁ ସବୁବେଳେ ସମ୍ମାନ ଦେବାକୁ ସେ ଆହ୍ବାନ ଦେଇଥିଲେ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅବସର ପ୍ରାପ୍ତ ତଥା ବରିଷ୍ଠ ସ୍କୁଲ ଓ କଲେଜ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଫୁଲଚନ୍ଦନ ଦେଇ ପୁଜନ କରାଯିବା ସହ ସଂମ୍ବର୍ଦ୍ଦିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ,ଜିଲ୍ଲାପରିଷଦ ଅଧ୍ୟକ୍ଷ , ମୁନିସିପାଲିଟି ଅଧକ୍ଷା, ମୁନିସିପାଲିଟି ଉପାଧ୍ୟକ୍ଷ , ବ୍ଲକ ଅଧ୍ୟକ୍ଷ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରମୁଖ ଯୋଗଦେଇ ଗୁରୁଦିବସର ମହତ୍ବ ନେଇ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଅବସର ପ୍ରାପ୍ତ ଓ ବରିଷ୍ଠ ସ୍କୁଲ ଓ କଲେଜ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ଶିକ୍ଷାଦାନରେ ନିଜ ନିଜର ଅନୁଭବ କହିବା ସହ ନିଜର ଅନେକ ଛାତ୍ରଛାତ୍ରୀଙ୍କ ସଫଳତାକୁ ମନେପକାଇଥିଲେ।,
ଦଶପଲ୍ଲାରେ ସତ ଓ ମିଛ ବିଜେଡି ନାଟକ: ଚକ୍ରବ୍ୟୁହ ମଧ୍ୟରେ ବିଧାୟକ ରମେଶ
ନୟାଗଡ଼,୬/୯ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସତ ଓ ମିଛ ବିଜେଡି ନାକଟକୁ ନେଇ ଜିଲ୍ଲାର ରାଜନୈତିକ ମହଲ ବେଶ ସରଗରମ ହୋଇଛି ।
ସ୍ୱାଭିମାନ ମଞ୍ଚ ବିଧାୟକଙ୍କୁ ସାମ୍ବାଦିକ ସମ୍ମିଳନୀରେ ଶାଣିତ ଆକ୍ରମଣ କରିବା, ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ପୂର୍ବତନ ଅଧ୍ୟକ୍ଷଙ୍କୁ ବିଜେପି ପ୍ରାଥମିକ ସଦସ୍ୟ ଥିବା ଦାବି କରିବା ଘଟଣାକୁ ଗୋଟିଏ ସପ୍ତାହ ବିତିଥିବା ବେଳେ ବିଧାୟକ କୈାଣସି ଉତ୍ତର ଦେଇ ପାରିନାହାନ୍ତି ।
ସ୍ୱାଭିମାନ ମଞ୍ଚ ବିଧାୟକଙ୍କ ଟିକେଟ ନନେଦା ପାଇଁ ସିଧାସଳଖ ଦାବି କରିଛି । ବିଜୁ ଜନତା ଦଳର କର୍ମୀ ବିଧାୟକ ରମେଶ ବେହେରାଙ୍କ ଦ୍ୱାରା ଉପେକ୍ଷିତ ହୋଇ ସ୍ୱାଭିମାନ ମଞ୍ଚ ଗଠନ ହୋଇଛି ବୋଲି କହିଛନ୍ତି ।
ଦଶପଲ୍ଲାରେ ବିଜୁ ଜନତା ଦଳର ସଂଗଠନକୁ ଖୋଦ୍ ବିଧାୟକ ଛାରଖାର କରୁଥିବା ବେଳେ ଆମେ ମଞ୍ଚ ଗଠନ କରି ସଂଗଠନକୁ ବଞ୍ଚାଇ ରଖିଛୁ ବୋଲି ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରଦୋଷ ଜେନା ଦାବି କରିଛନ୍ତି ।
ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସବୁପଟୁ ବିଧାୟକ ରମେଶଙ୍କ ବିରୁଦ୍ଧରେ ଚକ୍ରବ୍ୟୁହ ରଚନା ସରିଥିବା ସୂଚନା ମିଳିଛି । ସ୍ୱାଭିମାନ ମଞ୍ଚ ପରେ ନୂଆଗାଁ ବ୍ଲକ ମହିପୁରଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ ଦାବି କରି ୧୬ ଖଣ୍ଡ ପଞ୍ଚାୟତର ହଜାର ହଜାର ଲୋକ ୧୨ ଘଣ୍ଟିଆ ଧାରଣା ଦେଇଛନ୍ତି ।
ନୂଆଗାଁଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଯେଉଁ ଯୋଜନା ପ୍ରସ୍ତୁତ ହୋଇଛି, ତାହା ବିଧାୟକଙ୍କ ରାଜନୈତିକ ଅଭିସନ୍ଧି ବୋଲି ଅଭିଯୋଗ ହୋଇଛି ।
ଯାହାକୁ ନେଇ ହଜାର ହଜାର ଲୋକ ମହିପୁରଠାରେ ରାସ୍ତାରୋକ କରିବା ସହ ବିଧାୟକଙ୍କ କୁଶଃପୁତଳିକା ଦାହ କରିଛନ୍ତି । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁରଠାରେ ଆଜି ଶିକ୍ଷା ପାଇଁ ହଜାର ହଜାର ଲୋକ ଏକାଠି ହୋଇଛନ୍ତି ।
ହରିଡ଼ାବନ୍ଧ ମୈାଜାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଦାବିରେ ଆଞ୍ଚଳିକ ବିକାଶ ମଞ୍ଚ ଆବାହକତ୍ୱରେ ଆୟୋଜିତ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂଗ୍ରାମୀ ମାଟିରେ ରାଜନୈତିକ ଅଭିସନ୍ଧି ଓ ପ୍ରଶାସନିକ ଚକ୍ରାନ୍ତକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଆହ୍ୱାନ ଦିଆଯାଇଛି ।
ନୂଆଗାଁ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ୪ ବର୍ଷ ତଳୁ ବାଦ ବିବାଦ ସୃଷ୍ଟି ହୋଇଛି । ନୂଆଗାଁ, ମହିପୁର ଓ ମହିତମାଠାରେ ସ୍ଥାନ ନିରୂପଣ କରାଯାଇଥିଲା ।
ନୂଆଗାଁ ଜମି ଜଙ୍ଗଲ କିସମ ଏବଂ ମହିତମାଠାରେ ସ୍ଥାନ ଅଭାବ ପାଇଁ ମହିପୁର ନିକଟସ୍ଥ ହରିଡ଼ାବନ୍ଧଠାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା ।
ମାତ୍ର ଆଦର୍ଶ ବିଦ୍ୟାଳୟକୁ ନୂଆଗାଁ ସ୍ଥିତ ଜଙ୍ଗଲ କିସମ ଜମିରେ ନିର୍ମାଣ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଯାହାକୁ ନୂଆଗାଁ ବ୍ଲକର ୧୬ ପଞ୍ଚାୟତ ବାସୀ ବିରୋଧ କରିବା ସହ ହରିଡ଼ାବନ୍ଧଠାରେ ପ୍ରସ୍ତାବିତ ଜମିରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବାକୁ ଦାବି କରୁଛନ୍ତି ।
ଏନଜିଟିରେ ରୁଜୁ ହୋଇଥିବା ମାମଲା ଏବଂ ସୁପ୍ରିମକୋର୍ଟ ମାମଲା ମୁତାବକ ନୂଆଗାଁ ବ୍ୟତୀତ ଅନ୍ୟ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ପରାମର୍ଶ ରହିଛି । ଏହାକୁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ନେତୃତ୍ୱଙ୍କ ପ୍ରରୋଚନାରେ କାର୍ଯ୍ୟକାରୀ କରୁନଥିବା ଅଭିଯୋଗ ହୋଇଛି ।
ଆଞ୍ଚଳିକ ବିକାଶ ମଞ୍ଚ ଆବାହକ ସୁଦର୍ଶନ ସିଠଙ୍କ ଆବାହକତ୍ୱରେ ଆଜି ମହିପୁର ଛକଠାରେ ବିକାଶ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ଧିରେନ୍ଦ୍ର କୁମାର ଦାଶ, ଅନ୍ତର୍ଯ୍ୟାମୀ ସାହୁ, ବିଜେପି ନେତା ରାଘବ ମଲ୍ଲିକ, ମହିପୁର ସରପଞ୍ଚ ତ୍ରିନାଥ ବେହେରା, ମିଟୁ ଖାଁ, ବିନେଦା କୁମାର ଖିଲାରଙ୍କ ସମେତ ସବୁ ବର୍ଗର ନେତା ଏବଂ ଜନତା ସାମିଲ ହୋଇଥିଲେ ।
ଶିକ୍ଷା ପାଇଁ ଚକ୍ରାନ୍ତକୁ କୈାଣସି ପ୍ରକାରେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ନେତମାନେ ବକ୍ତବ୍ୟ ଦେଇଥିଲେ । ଆଦର୍ଶ ବିଦ୍ୟାଳୟ ପାଇଁ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ମତ ପ୍ରକାଶ ପାଇଥିଲା ।
ଏହି ଅବସରରେ ମଞ୍ଚାସୀନ ବ୍ୟକ୍ତିତ୍ୱମାନେ ଆଦର୍ଶ ବିଦ୍ୟାଳୟ ହରିଡ଼ାବନ୍ଧଠାରେ ନିର୍ମାଣ ନହେବା ପଛରେ ବିଧାୟକଙ୍କ ଚକ୍ରାନ୍ତ ଥିବା ଖୋଲା ସଭାରେ ପ୍ରକାଶ କରିଥିଲେ ।
ବାହାଡ଼ଝୋଲାଠାରୁ ମାଳିସାହି ପର୍ଯ୍ୟନ୍ତ ୧୬ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବେର୍ତ୍ତ ଛାରଖାର କରାଯାଉଥିବା ଅଭିଯୋଗ କରିଥିଲେ ।
ଶହ ଶହ ଲୋକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ କୁଶପୁତଃଳିକା ଦାହ କରିଥିଲେ । ଲୋକମାନେ ଉତ୍ୟକ୍ତ ହୋଇ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ବିଧାୟକ ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ନାରବାଜି କରିବା ସହ ଦାବି ପୂରଣ କରିବା ପାଇଁ ଜିଦ୍ ଧରିଥିଲେ ।
ଘଟଣାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା । ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦିଆଯାଇଛି ।
ଏହା ବାଦ ଦଶପଲ୍ଲା ବ୍ଲକର ସମସ୍ତ ସରପଞ୍ଚ ଏବେ ବିଧାୟକଙ୍କ ବିରୁଦ୍ଧରେ ରହିଛନ୍ତି । ନୂଆଗାଁ ବ୍ଲକର ୧୬ ସରପଞ୍ଚ ବିଧାୟକଙ୍କ ବିରୁଦ୍ଧରେ ରହିଥିବା ସୂଚନା ମିଳିଛି ।
ସେମାନେ ଖୁବଶୀଘ୍ର ବିଧାୟକ ବିରୋଧି ମଞ୍ଚ ଗଠନ କରୁଥିବା ଜଣାଯାଇଛି ।
ସେହିଭଳି ଭାବେ ଗଣିଆ ବ୍ଲକର ୮ ପଞ୍ଚାୟତର ସରପଞ୍ଚ ବିଧାୟକଙ୍କ ବିରୁଦ୍ଧରେ ମେଳି କରି ସାରିଛନ୍ତି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୫୦ ପଞ୍ଚାୟତ ମଧ୍ୟରୁ ୪୨ ପଞ୍ଚାୟତ ବିଧାୟକଙ୍କ ବିରୁଦ୍ଧରେ ରହିଥିବା ବେଳେ ଆଗକୁ କି ପରିସ୍ଥିତି ହେବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

Related Posts

Seo wordpress plugin by www.seowizard.org.