Odisha News

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସସିବି ସ୍ଥାନାନ୍ତର

କୋରାପୁଟ/ଜୟପୁର,୨୪/୮: ପଦ୍ମଶ୍ରୀ କମଳା ପୁଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତର ଖାନରେ ଭର୍ତି କରା ଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା ଏବଂ ପତଳା ଝାଡା ଓ ଜ୍ଵର କମିଯାଇଥିଲା ।
କୋରାପଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର ଉପଜିଲ୍ଲପାଳ ବେଦବର ପ୍ରଧାନ ମଧ୍ୟ ଚିକିତ୍ସାଲୟକୁ ଯାଇ କମଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ସେ ସବୁ ସମସ୍ୟାରୁ ଉପଶମ ମିଳିଥିଲେ ବି ତାଙ୍କ ୟୁରିଆ କ୍ରିୟଟିନ ଅଧିକ ରହୁଥିବା ଯୋଗୁଁ ତାର ପରୀକ୍ଷା ଓ ସ୍ବତନ୍ତ୍ର ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ବିଗତ ଦିନରେ ତାଙ୍କ କିଡନୀରେ ସମସ୍ୟା ଦେଖାଯାଇଥିବା ବେଳେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।

Related Posts

Seo wordpress plugin by www.seowizard.org.