Odisha News

ପଦ୍ମପୁରରେ ଏବେ ବି ଚାଲିଛି ମତଦାନ, ୮୯ଟି ବୁଥରେ ୧୨ ହଜାରରୁ ଅଧିକ ଭୋଟର ଧାଡ଼ିରେ ଅଛନ୍ତି

ପଦ୍ମପୁର, ୫/୧୨: ଏବେ ବି ୮୯ ଟି ବୁଥରେ ମତଦାନ ଜାରିରହିଛି । ୧୨ ହଜାର ଭୋଟର ଲାଇନରେ ରହିଛନ୍ତି। ସେମାନଙ୍କ ମତଦାନ ସରିବା ପର‌୍ୟ୍ୟନ୍ତ ଭୋଟିଂ ଚାଲିବ। ସନ୍ଧ୍ୟା ୬ ରୁ ୬.୩୦ ପର‌୍ୟ୍ୟନ୍ତ ଭୋଟିଂ ଚାଲିବ ବୋଲି କୁହାଯାଇଛି।

୨୦୧୯ ରେ ୭୯.୦୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ତା ଠାରୁ ଅଧିକ ହେବ ଭୋଟିଂ ଆଶା ରହିଛି। ପଦ୍ମପୁର ଆରଏମସିରେ ଇଭିଏମ (ବୈଦ୍ୟୁତିକ ଭୋଟିଂ ମେସିନ୍) ରଖିବାର ବ୍ୟବସ୍ଥା ହୋଇଛି । ଦ୍ଵିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। ଏବେ ସୁଦ୍ଧା ସେଠାରେ କୌଣସି ନିର୍ବାତନି ବିଶୃଙ୍ଖଳାର ଖବର ସାମ୍ନାକୁ ଆସିନାହିଁ ।

Related Posts

Seo wordpress plugin by www.seowizard.org.