Odisha News

କୋଲାବ ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡ଼ିଲା; କୋଲାବ ଡ୍ୟାମ୍ ତେନ୍ତୁଳିପଡା ଘାଟରେ ଡଙ୍ଗାବୁଡି, ୪ ନିଖୋଜ

ସେମିଳିଗୁଡା/କୋରାପୁଟ,୧୩/୪: କୋଲାବ ଜଳଭଣ୍ଡାରରେ ଆଜି ଅପରାହ୍ଣରେ ଅଘଟଣ ଘଟିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ପୋଡ଼ଗଡ଼ ଘାଟରେ ଦେଶୀଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଛି। ଏଠାରେ ତେନ୍ତୁଳିପଡ଼ାରୁ ପୋଡ଼ଗଡକୁ ଦେଶୀଡଙ୍ଗାରେ ଯାଉଥିବା ୮ ଜଣ ଏହି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ବେଳେ ୩ଜଣ ମହିଳା ଓ ଜଣେ ଶିଶୁଙ୍କ ସମେତ ମୋଟ ୪ ଜଣ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରୁଛି। ନିଖୋଜ ବ୍ୟକ୍ତିମାନେ ହେଲେ ସାବିତ୍ରୀ କିରସାନି (୧୮), ରାମା କିରସାନି (୧୮), ବବିତା ହେନ୍ତାଳ ଓ ଜଣେ ଶିଶୁ। ଏମାନେ ସମସ୍ତେ ମୁଖିବିଦେଇ ଗାଁର ବୋଲି ଜଣାପଡ଼ିଛି।

Related Posts

Seo wordpress plugin by www.seowizard.org.