Odisha News

ନୟାଗଡ଼: ୩ ନାବାଳକ ବାଇକ ଚଳାଇ ୭୫ହଜାର ଗଣିଲେ ଫାଇନ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୮/୪: ନୟାଗଡ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷ ରୁ ନୟାଗଡ଼ ସହରରେ ଧରପଗଡ଼ ଚାଲିଥିଲା ବେଳେ ୩ ନାବାଳକଙ୍କୁ ବାଇକ ଚଳାଇବା ମହଙ୍ଗା ପଡ଼ିଛି ।ଏଥି ମଧ୍ୟରେ ୨ଟି ସ୍କୁଟି ନମ୍ୱର OD 25F9738, OD 25 H 4004,ଓ ଗୋଟିଏ ବାଇକ ନମ୍ୱର OR02AS 0867 ଥିବା ର ଜଣାପଡିଛି ଜଣ ପ୍ରତି ୨୫ ହଜାର ଲେଖାଏଁ ୭୫ ହଜାର ଟଙ୍କା ଫାଇନ କରିଛନ୍ତି ନୟାଗଡ଼ ଆରଟିଓ ।
ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନର ଶେଷ ଦିନରେ ନୟାଗଡ଼ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ବେଳେ ୩ ଜଣ ନାବାଳକ ବାଇକ ଆରୋହୀ ଧରା ପଡ଼ିଥିଲେ ।
ଫାଇନ ସହ ନାବାଳକମାନେ ଚଳାଉଥିବା ୩ଟି ଦୁଇଚକିଆ ଗାଡ଼ିକୁ ଜବତ କରାଯାଇଛି । ନୟାଗଡ଼ ସହର ଭିତରେ ଥିବା ଦୁଇଟି ଶିକ୍ଷାନୁଷ୍ଠାନ ନିକଟରେ ବିଭାଗ ପକ୍ଷରୁ ଚେକିଂ ଚାଲିଥିବା ଏମାନେ ଧରାପଡ଼ିଥିଲେ ।
ଜବତ ଗାଡ଼ି ଭିତରେ ୨ଟି ସ୍କୁଟର ଓ ଗୋଟିଏ ବାଇକ ରହିଛି । ଆଇନ ଅନୁଯାୟୀ ନାବାଳକ ମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ ନାହିଁ ବୋଲି ଜଣାଯାଇଛି ।
ଏହା ସହିତ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି । ସରକାରଙ୍କ ନିୟମନୁସାରେ ଅଭିଭାବକ ଙ୍କୁ ୩ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଥିବା ଜଣାଯାଇଛି ।

Related Posts

Seo wordpress plugin by www.seowizard.org.